ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ

ଗୋଟିଏ ଗାଁରେ ଚାରିଜଣ ବୋକାପିଲା ସାଙ୍ଗ ହୋଇ ପଢିବା ପାଇଁ ଯାଆନ୍ତି । ତାଙ୍କୁ ବିଦ୍ୟାଳୟରେ କୌଣସି ପିଲା ବି ନିଜ ସାଙ୍ଗ କରନ୍ତି ନାହିଁ । ଏପରିକି ସେମାନଙ୍କୁ ଦେଖି କେହିବି ନିଜ ପାଟି ଫିଟାନ୍ତି ନାହିଁ । ଶିକ୍ଷକମାନେ ସେମାନଙ୍କୁ ଯାହା ପାଠ ପଚାରନ୍ତି ସେମାନେ କାହାର କିଛିବି ଉତ୍ତର ଦେଇପାରନ୍ତି ନାହିଁ । ସେହି ବୋକାମାନଙ୍କ କଥା ବୋକାମାନେ ହିଁ ଠିକ୍ ବୁଝିପାରନ୍ତି । ତେଣୁ ସେମାନେ ପରସ୍ପର ପରସ୍ପରକୁ ଦେଖି ଅତ୍ୟନ୍ତ ଖୁସି ହୁଅନ୍ତି । କିନ୍ତୁ ଘରେ ସେମାନଙ୍କ ବାପା ମାଆମାନେ ଏହି ବୋକାମାନଙ୍କ ଆଚରଣରେ ଭାରି ମନଦୁଃଖ କରନ୍ତି । ତେଣୁ ସେମାନେ କେବଳ ଈଶ୍ୱରଙ୍କୁ ଡାକନ୍ତି, କିପରି ତାଙ୍କ ପୁଅଟିର ବୁଦ୍ଧିର ବିକାଶ ହେଉ ।

                ଦିନେ ସେହି ଚାରିବୋକା ଏକ ତୋଟା ଭିତରେ ବସି ଆମ୍ବ ଖାଉଥାନ୍ତି । ସେ ଗଛରୁ ଯାହା ଆମ୍ବ ଝଡୁଥାଏ ସେଥିରୁ ସେମାନେ ଗୋଟିଏ ରଖୁଥାଆନ୍ତି, ସେତିକିବେଳେ ଗୋଟିଏ ସୁନ୍ଦରୀ ଯୁବତୀ ଏହି ଚାରିବୋକାଙ୍କ ପାଖରେ ପହଁଚି ସେମାନଙ୍କୁ ସେମାନଙ୍କ ନାଁ ପଚାରିଲା । ତାପରେ ସେହି ବୋକାମାନେ ନିଜ ନିଜ ନାଁ କହିଲେ –

                “ମୋ ନାଁ ଅକା, ତା’ ନାଁ ଆକା

                                ତାର ନାଁଟା ଇକା, ସେଇଟା ନାଁ ଉକା ।

                ତହୁଁ ସେ ସୁନ୍ଦରୀ ଯୁବତୀ ଜଣଙ୍କ ଏ ଚାରିଜଣଙ୍କୁ କହିଲେ, ତୁମେ ସବୁ ବୋକା ବୋଲି ସମସ୍ତେ କହୁଛନ୍ତି । ତୁମେ ମାନେ କ’ଣ ସତରେ ବୋକା! କୁହ ଅକା, ଆକା, ଇକା, ଉକା, ସେଠୁ ଏପରି କଥା ଶୁଣି ସେମାନେ ଲଜ୍ଜାରେ ନିଜ ମୁଣ୍ଡ ତଳକୁ କଲେ । ସେମାନେ ଆଉ କିଛି ବି କହିଲେ ନାହିଁ । ଏସବୁ ଦେଖି ସେ ସୁନ୍ଦରୀ ଜଣଙ୍କ କହିଲେ, ମୁଁ ତୁମମାନଙ୍କୁ ବୋକାରୁ ବୁଦ୍ଧିଆ କରି ଦେଇପାରେ । ଏହାପରେ ସେ ସୁନ୍ଦରୀ ଯୁବତୀଙ୍କ ପଛପଟରୁ ବଡ ବଡ ପକ୍ଷୀ ଲମ୍ବିଆସିଲା ଏ ବୋକାମାନଙ୍କ ପାଖକୁ । ଏସବୁ ଦେଖି ସେ ବୋକାମାନେ ଏବେ ଜାଣିପାରିଲେ ଯେ ଇଏ ଜଣେ ସୁନ୍ଦରୀ ପରୀ । ତେଣୁ ସେହି ବୋକାମାନେ ଏ ସୁନ୍ଦରୀ ପରୀର ପାଦତ୍ତଳେ ପଡି କହିଲେ ଆମକୁ ସମସ୍ତେ ବୋକା ବୋଲି କହି ଘୃଣା କରୁଛନ୍ତି । ଏଣୁ ଆମକୁ ଭଲ ପାଠ ଆଉ ବୁଦ୍ଧି ଦିଅ ।


ଗପ ସାରଣୀ

ତାଲିକାଭୁକ୍ତ ଗପ