ତାପରେ ସେ ପରୀଟି ଏ ଚାରିଜଣଙ୍କ ମୁଣ୍ଡ ଉପରେ ହାତ ବୁଲେଇ ଆଣିଲେ । ଏ ବୋକା ମାନଙ୍କ ଉପରେ ସେ ପରୀଙ୍କର ଭାରି ଦୟା ହେଲା । ତହୁଁ ସେ ପରୀ ଏ ବୋକାମାନଙ୍କୁ କହିଲେ ତୁମେ ମୋ ଉପରେ ଭରସା ରଖିଛ କି? ମୁଁ ତୁମମାନଙ୍କ ଦୁଃଖରେ ଅତ୍ୟନ୍ତ ମନଦୁଃଖ କରୁଛି । କିନ୍ତୁ ଆଜିଠାରୁ ତୁମର ପରିବର୍ତ୍ତନ ନିଶ୍ଚୟ ଘଟିବ । ଏପରିକି ତୁମେ ଜ୍ଞାନୀ ବି ହୋଇପାରିବ । ବାପା ମା’ଙ୍କ ନିକଟରେ ତୁମେ ବୁଦ୍ଧିମାନ ପୁଅ ଅବଶ୍ୟ ହୋଇପାରିବ । ସେହିକ୍ଷଣି ଅକା ଏବଂ ଆକାର ମୁଣ୍ଡରେ ଗୋଟିଏ ଶୁଭ ବୁଦ୍ଧି ଆସିଲା । ତେଣୁ ସେମାନେ ପଚାରିଲେ ଆପଣ ଆମ ମାନଙ୍କୁ ସବୁବେଳେ ଦେଖାହୋଇପାରିବେ? କାହିଁକିନା ଆମେ ଆପଣଙ୍କ ଆର୍ଶୀର୍ବାଦ ହିଁ ଚାହୁଁଛୁ । ଏହା ଶୁଣି ସେ ପରୀ ଜଣଙ୍କ ସେହି କ୍ଷଣି ନିଜର ନୀଳ ରଙ୍ଗର ବଡ ପକ୍ଷ ମେଲାଇ ଦେଲେ । ସେହି ପକ୍ଷରେ ପରୀ ଜଣଙ୍କ ଏ ଚାରିଜଣଙ୍କୁ ଝାଡିଦେଲେ । ତାପରେ ହଠାତ୍ ଚାରିଟି ସୁନ୍ଦର ରାଜପୁତ୍ର ହୋଇଗଲେ ସେହି ଚାରି ବୋକା । ଏହା ଦ୍ୱାରା ନିଜକୁ ନିଜେ ବି ଚିହ୍ନିପାରିଲେନି ସେମାନେ । ତେଣୁ ସେମାନେ ପରସ୍ପର ପରସ୍ନରକୁ ଦେଖି କହୁଥିଲେ –
ତୁ ସାଙ୍ଗ ରାଜପୁତ୍ର ହୋଇଛୁ,
ଅତିଟା ସୁନ୍ଦର ଦେଖାଯାଉଛୁ ।
ଏପରି କଥା ଶୁଣି ଅନ୍ୟ ଜଣକ କହିଲା –
ତୁ ମଧ୍ୟ ଅତି ସୁନ୍ଦର ଦିଶୁଛୁ,
ରାଜାପୁଅ ପରି ହୋଇଛୁ ।
ପରସ୍ପର ଏପରି ହେବା ଦେଖି ସେ ପରୀଜଣଙ୍କ ଖୁସିରେ ଟିକେ ହସିଦେଲେ । ତାଙ୍କ ହସରୁ ଚେନାଏ ଉଡିଆସି ଏ ବୋକା ଚାରିଜଣଙ୍କ ଦେହ ସାରା ବୋଳି ହୋଇଗଲା । ତାପରେ ସେମାନେ ଚିକ୍ ଚିକ୍ ଦେଖାଗଲେ ।
ତେଣୁ ସେହି ବୋକାମାନେ ଏ ପରୀଙ୍କୁ ପଚାରିଲେ –
ଆମେ ଚାରିବୋକା ଥିଲୁ ବୋକା ହୋଇ,
ଘୃଣା କରୁଥିଲେ ସଭିଏଁ ।
ଆମକୁ କାହିଁକି ସୁନ୍ଦର କରିଲ,
ନିଶ୍ଚେ ରଖିଅଛ କଥାଏ ।
ଏକଥା ଶୁଣି ସେ ପରୀଜଣଙ୍କ କହିଲେ –
“ତୁମ ବ୍ୟବହାର ଲାଗିଲା ସୁନ୍ଦର,
ପ୍ରକୃତି ବଦଳାଇ ଦେବି ।
ଜ୍ଞାନୀଗୁଣୀ ଆଉ ମାନବ ମହଲେ,
ତୁମକୁ ଯଶସ୍ୱୀ କରିବି ।”