ଏହା କହି ସେ ପରୀ ସୁନ୍ଦରୀ ଜଣକ ତା ପକ୍ଷରେ ଏ ଚାରିଜଣଙ୍କୁ ବସାଇ ଉଡିଗଲେ, ତଦ୍ୱାରା ସେ ବୋକା ଚାରିଜଣ ଚାଲାକ୍ ହୋଇପାରିଥିଲେ । ତାପରେ ସେମାନେ ଜାଣିପାରିଲେ ଯେ ଏ ପରୀ କୌଣସି ଏକ ମହତ ଉଦ୍ଧେଶ୍ୟରେ ଆମମାନଙ୍କୁ ଏଠାରୁ ନେଉଛନ୍ତି । ଏହିପରି ଭାବେ ସେ ପରୀ ଜଣଙ୍କ ବହୁତ ଦୂର ଗଲାପରେ ଏ ରାଜପୁତ୍ର ରୂପଧାରୀ ଚାରିଜଣଙ୍କୁ ସେଠାରେ ଓହ୍ଲାଇଦେଲେ । ସେମାନେ ଦେଖିଲେ ଏକ ବିରାଟ ରାଜମହଲ ପାଖରେ ବହୁତ ରାଜକୁମାର ଛିଡା ହୋଇଥାନ୍ତି । ସେଠାରେ ବହୁତ ଜନସମାଗମ ବି ହୋଇଥାଏ । କିନ୍ତୁ ଏ ପରୀଜଣଙ୍କୁ ସେଇ ଚାରିଜଣଙ୍କ ବ୍ୟତୀତ ଅନ୍ୟ କେହି ବି ଦେଖିପାରୁ ନଥାନ୍ତି । ଅକା, ଆକା, ଇକା ଆଉ ଉକାଙ୍କୁ ୪ଟି ଘୋଡା ଦେଇ ସେ ପରୀ ସୁନ୍ଦରୀ ଜଣଙ୍କ କହିଲେ, ତୁମ ମୁଣ୍ଡରେ ମୁଁ ବହୁତ ବୁଦ୍ଧି ଖଞ୍ଜି ଦେଇଛି । ଇଏ ହେଉଛି ମନପବନ ଘୋଡା । ତୁମେ ଏଇ ଘୋଡାରେ ଯାଇ ରାଜ ଦରବାରରେ ହେଉଥିବା ପ୍ରତିଯୋଗିତାରେ ଭାଗନେବ, ୪ଟି ଝିଅ ରାଜାଙ୍କର ବିବାହ କରିବା ପାଇଁ ଅଛନ୍ତି । ସେମାନେ ପ୍ରତ୍ୟେକ ରାଜାପୁଅଙ୍କ ବୁଦ୍ଧି ପରୀକ୍ଷା କରି ହିଁ ବିବାହ କରିବେ । ଏଥର ତୁମେ ଯାଅ । ମୋର ଶକ୍ତି ତୁମ ପଛେ ପଛେ ଅଛି । ଏହା କହି ସେ ପରୀ ସେଇଠାରେ ହିଁ ଅଦୃଶ୍ୟ ହୋଇଗଲେ ।
ତାପରେ ଏ ଚାରିଜଣଯାକ ସେ ମନ ପବନ ଘୋଡାରେ ବସି ପ୍ରତିଯୋଗିତା ପାଖରେ ପହଁଚିଲେ । ଦିବ୍ୟସୁନ୍ଦର ଏକପ୍ରକାରର ରାଜକୁମାର ଚାରିଜଣଙ୍କୁ ଦେଖି ସେ ରାଜାଙ୍କର ଚାରିଝିଅ ଆଉ ଅନ୍ୟ ରାଜକୁମାରଙ୍କୁ ଆଡ ଆଖିରେ ସୁଦ୍ଧା ଚାହିଁଲେ ନାହିଁ । କୌଣସି ପ୍ରଶ୍ନ ନ ପଚାରି ସେ ଚାରି ରାଜକନ୍ୟା ଏ ଚାରିଜଣଙ୍କ ବେକରେ ନିଜ ନିଜ ବରଣମାଳା ଲମ୍ବାଇ ଦେଲେ । ତାପରେ ସେଠାକାର ରାଜା ସୁନ୍ଦରିଆ ଜ୍ୱାଇଁ ଚାରିଜଣଙ୍କୁ ତାଙ୍କ ଚାରିଜଣ ଝିଅଙ୍କ ସହ ଧୁମ୍ଧାମ୍ରେ ବିବାହ କରି ଦେଲେ । ଝିଅ ଜ୍ୱାଇଁଙ୍କୁ ରାଜା ତାଙ୍କ ରାଜ ମହଲରେ ସାତଦିନ ଧରି ରଖିଲେ । ବିବାହ ପରେ ଏ ଚାରି ସାଙ୍ଗ ଏକଜୁଟ୍ ହୋଇ କଥାବାର୍ତ୍ତା ହେଲେ –
“ପରୀସୁନ୍ଦରୀ, ବିବାହ କରିଦେଲେ ରାଜକୁମାରୀ
ଆମେ ଯେ ଗରିବ ପିଲା, ଅତି ବେକାରୀ ।
କେଉଁଆଡେ ନେବା ଆମ ସ୍ତ୍ରୀଙ୍କୁ,
ଭଲରେ ରଖିବା କେମିତି ତାଙ୍କୁ ।”
ଏପରି କଥା ଶୁଣି ଜଣେ ହଠାତ୍ ତାଙ୍କ ଭିତରୁ କହିଲା –
“ପରୀ ସୁନ୍ଦରୀଙ୍କୁ ସ୍ମରଣ କର,
ତିଆରି କରିବେ ରାଜ ମହଲ ।
ଇଜ୍ଜତ ଆମର ବଂଚାଇଛନ୍ତି ସେ,
ତାଙ୍କ ପାଇଁ ଆମେ ହେଲୁ ସୁନ୍ଦର ।
ଦେଲେ ବୁଦ୍ଧି, ରୂପ ଆଉ ରାଜ କୁନିଆଁ,
ସେ ଆମ ପାଖେ ଠାକୁରାଣୀ,
ତାଙ୍କୁ ଭୁଲିବା କିଆଁ?
ତହୁଁ ଏ ଚାରିଜଣ ଯାକ ସେ ପରୀରାଣୀଙ୍କୁ ସୁମରଣା କଲେ । ପରୀରାଣୀ ବି ହଠାତ୍ ସେଠାରେ ଆବିର୍ଭୁତ ହୋଇ ସେ ସ୍ଥାନକୁ ଆଲୋକିତ କରିଦେଲେ । ପରୀରାଣୀ ଏ ଚାରିଜଣଙ୍କର ମନର କଥାକୁ ଠିକ୍ ଠିକ୍ ଭାବେ ଜାଣିପାରି କହିଲେ –