ବ୍ରାହ୍ମଣ ବହୁତ ମନଦୁଃଖରେ ଭାଗ୍ୟକୁ ଦୋଷଦେଇ ପୁଣି ରାଜ ନଅର ଆଡକୁ ଚାଲିଲେ । ପରଦିନ ରାଜା ବିକ୍ରମାଦିତ୍ୟ ବ୍ରାହ୍ମଣଙ୍କୁ ପୁନର୍ବାର ଦେଖି ବହୁତ ରାଗି ଗଲେ ଓ ଏଭଳି ଜଣେ ଲୋଭୀ, ନୀତିହୀନ ଓ ମିଥ୍ୟାବାଦୀ ବ୍ରାହ୍ମଣକୁ ଉପଯୁକ୍ତ ଦଣ୍ଡ ଦେବାକୁ ମନ୍ତ୍ରୀଙ୍କୁ ନିର୍ଦେଶ ଦେଲେ ।
ବିକ୍ରମାଦିତ୍ୟଙ୍କ ମୁଖରୁ ଏହା ଶୁଣି ବ୍ରାହ୍ମଣ ଜଣକ କାନ୍ଦିବାକୁ ଲାଗିଲେ । କାନ୍ଦି କାନ୍ଦି ବ୍ରାହ୍ମଣ ସମସ୍ତ ଘଟଣା ରାଜାଙ୍କୁ କହିଲେ ଓ ମୋର ଦାରିଦ୍ର୍ୟ ଦୂର ପାଇଁ ଆପଣ ଯଥେଷ୍ଟ ଧନ ଦାନ କରିଥିଲେ ମଧ୍ୟ ଦୁର୍ଯ୍ୟୋଗ ଯୋଗୁଁ ଚୋରମାନେ ତାହା ନେଇ ଯାଉଥିବାରୁ ଦୁର୍ଯ୍ୟୋଗ ମୋର ପିଛା ଛାଡୁ ନାହିଁ ବୋଲି ପ୍ରକାଶ କଲେ ।
ରାଜା ବିକ୍ରମାଦିତ୍ୟ ଏହାର ସତ୍ୟାସତ୍ୟ ଉପଲବ୍ଧି କରି ବ୍ରାହ୍ମଣକୁ କିଛି ଧନ ଦେଇ କହିଲେ ଏଥର ଚୋରମାନେ ତୁମ ଉପରେ ଆକ୍ରମଣ କଲେ ତୁମେ ତା’ର ପ୍ରତିରୋଧ କରିବ, ମୁଁ ତୁମ ପଛେ ପଛେ ଯାଉଛି । ସେଇଆ ହେଲା ।
ବ୍ରାହ୍ମଣ ଧନ ନେଇ ଯିବା ସମୟରେ ଚୋରମାନେ ଧନଲୁଟି ନେବା ସମୟରେ ବ୍ରାହ୍ମଣ ସେମାନଙ୍କର ପ୍ରତିରୋଧ କରିବା ସମୟରେ ରାଜା ବିକ୍ରମାଦିତ୍ୟ ସେଠାରେ ପହଁଚି ଚୋରମାନଙ୍କୁ ଆକ୍ରମଣ କରିବା ଉଦ୍ଧେଶ୍ୟରେ ଖଣ୍ଡା ଉଠାଇଲେ ।
ଚୋରମାନେ ଏକ ସ୍ୱରରେ କହିଲେ – ହେ ରାଜା ବିକ୍ରମାଦିତ୍ୟ ! ଆମେମାନେ ଚୋର ନୋହୁଁ, ଆମେମାନେ ଦେବଦୂତ । ବ୍ରହ୍ମା ଆମ୍ଭମାନଙ୍କୁ ପଠାଇଛନ୍ତି । ଆମେ ବ୍ରାହ୍ମଣଠାରୁ ସମସ୍ତ ଧନ ଲୁଟି ନେଇ ପୁନର୍ବାର ଆପଣଙ୍କ ଭଣ୍ଡାରରେ ରଖି ଦେଉଛୁ । ଏ ବ୍ରାହ୍ମଣର ଭାଗ୍ୟରେ ସୁଖ ନାହିଁ । ତେଣୁ ସେ ଯାହା ଭିକ୍ଷା ଆକାରରେ ପାଉଛି ଆମେ ତାକୁ ଚୋରି କରି ନେଇ ଯାଉଛୁ ।
ବିକ୍ରମାଦିତ୍ୟ ଏହାର ଉପାୟ ପଚାରିବାରୁ ସେହି ଦେବଦୂତ ମାନେ କହିଲେ – ଯଦି ବ୍ରାହ୍ମଣଙ୍କ ଠାରୁ ତିଳ, କୁଶ ଓ ଗଙ୍ଗାଜଳ ନେଇ ତାଙ୍କୁ ବାରବର୍ଷ ପର୍ଯ୍ୟନ୍ତ କିଛି ଅନ୍ୟ ବୃତ୍ତିରେ ଲିପ୍ତ କରିବେ ତେବେ ବ୍ରାହ୍ମଣ ଆଜୀବନ ସୁଖୀ ହେବେ । ବିକ୍ରମାଦିତ୍ୟ କଥା ରକ୍ଷା କରି ବ୍ରାହ୍ମଣଙ୍କୁ ତାହା ଆଦେଶ ଦେଲେ । ବ୍ରାହ୍ମଣ ଜଣକ ଭିକ୍ଷା ବୃତ୍ତି ଛାଡି ଅନ୍ୟବୃତ୍ତି କରି ଖୁବ ସୁଖରେ କାଳାତିପାତ କରିଲେ ।