ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପରୋପକାର

ଏକ ପ୍ରସିଦ୍ଧ ଗୁରୁକୁଳ ହିରଣ୍ୟନଗରୀଠାରେ ଥାଏ । ଏଠାରେ ବିଦ୍ୟାଧ୍ୟୟନ ପାଇଁ ଦୂର ଦୂରାନ୍ତରୁ ଅନେକ ଶିକ୍ଷାର୍ଥୀମାନେ ଆସିଥାନ୍ତି । ଲୋକମାନଙ୍କ ମନରେ ଦୃଢ ବିଶ୍ୱାସ ଥାଏ ଯେ, ଏଠାରୁ ଶିକ୍ଷାପ୍ରାପ୍ତ ଯୋଗ୍ୟ ଛାତ୍ର ମାନଙ୍କୁ ରାଜଦରବାରରେ ଅବଶ୍ୟ ନିଯୁକ୍ତି ମିଳିବ ।

                ଥରେ ଗୁରୁ ବିଦ୍ୟାନନ୍ଦ ତାଙ୍କ ବିଦ୍ୟାର୍ଥୀମାନଙ୍କ ସହିତ ପରୋପକାରର ଉପାଦେୟତା ସମ୍ବନ୍ଧରେ ଆଲୋଚନା କରୁଥାନ୍ତି । ଉଦାହରଣ ସ୍ୱରୂପ ସେ କହିଲେ, “ବୃଦ୍ଧମାନେ ଯାତାୟାତ ସମୟରେ ରାସ୍ତା ଅତିକ୍ରମ କରିବାରେ ଘୋର୍ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଗାଡି ଯା’ଆସ ଭିତରେ ସେମାନେ ସ୍ଥିର କରି ପାରନ୍ତି ନାହିଁ ଯେ, କ’ଣ କରିବେ? ଏପରି ଅସହାୟ ବୃଦ୍ଧଙ୍କୁ ସଡକ ପାର କରାଇବା ଏକ ପରୋପକାର ଓ ପୁଣ୍ୟକାମ ଅଟେ ।”

ତତ୍ ପରଦିନ, ଚାରିଜଣ ଛାତ୍ର ବିଳମ୍ବରେ ଗୁରୁକୁଳଠାରେ ଆସି ପହଁଚିଲେ । ଗୁରୁଦେବ ସେମାନଙ୍କ ବିଳମ୍ବର କାରଣ ଜିଜ୍ଞାସା କଲେ ।

ତହୁଁ ସେମାନେ ଉତ୍ତର ଦେଲେ, “ଗୁରୁଦେବ, ଆମେ ଏଠାକୁ ଆସୁଥିବା ସମୟରେ, ଏକ ବୃଦ୍ଧ ରାସ୍ତା ପାଶ୍ୱର୍ରେ ଠିଆ ହୋଇ ଥିଲେ । ଆମେ ଚାରି ଜଣ ମିଶି ତାଙ୍କୁ ରାସ୍ତା ପାର କରାଇ ଦେଇ ଆସିଲୁ ।”

ଶିଷ୍ୟମାନଙ୍କ କଥା ଶୁଣି ଗୁରୁ କହିଲେ “ଏହା ତ ଖୁବ୍ ଆନନ୍ଦର କଥା, କିନ୍ତୁ ଏହି କାମଟି ତ ଜଣଙ୍କ ପାଇଁ ଯଥେଷ୍ଟ । ମାତ୍ର ସେଥିଲାଗି ଚାରିଜଣଙ୍କର କ’ଣ ବା ଆବଶ୍ୟକତା ଥିଲା?”

ଗୁରୁଙ୍କ ଏଭଳି କଥା ଶୁଣି ଜଣେ ବିଦ୍ୟାର୍ଥୀ କହିଲେ “ସେଇ ବୃଦ୍ଧ ଜିଦ୍ ଧରିଲେ ଯେ, ମୋର ଅପର ପାଶ୍ୱର୍କୁ ଯିବାର କୌଣସି ବି ଆବଶ୍ୟକତା ନାହିଁ । ତେଣୁ ଆମେ ଚାରିଜଣ ମିଶି ତାଙ୍କୁ ଉଠାଇ ସେପଟକୁ ନେଇ ଗଲୁ । ଏପରି କରିବା ବ୍ୟତୀତ ଆମର ଅନ୍ୟ ଉପାୟ ବା ଆଉ କ’ଣ ଥିଲା?”

ଗୁରୁ ଏହା ଶୁଣି ହତବମ୍ବ ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ