ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପର ପାଇଁ ଗାତ ଖୋଳା

ଗଞ୍ଜା କୁକୁଡ଼ାର ଏହି ଭଳି ରଡି ସାରା ଜଙ୍ଗଲରେ ପ୍ରକମ୍ପିତ ହେଲା । ଏହି ଡାକ ଶୁଣି ଗୋଟିଏ ବିଲୁଆ ଖୁସି ମନରେ ଡେଇଁ ଡେଇଁ ସେହି ଗଛ ମୂଳରେ ଆସି ପହଁଚିଲା । ଗଞ୍ଜା କୁକୁଡ଼ାକୁ ଦେଖି ସେ ବହୁତ ଖୁସି ହେଲା । ସେ ମନେ ମନେ ଭାବିଲା କେତେ ଭଲ ଦିନ ଆଜି ସତେ । ଟିକେ ଭୁଲ୍ଚୁକ୍ ହେଲେ ଗଞ୍ଜା କୁକୁଡ଼ା ମୋ ହାତରୁ ଖସି ଯିବାର ସମ୍ଭାବନା ଅଛି । ସେ ଗଞ୍ଜା କୁକୁଡ଼ାକୁ ପଟେଇବାକୁ ଚେଷ୍ଟା ଆରମ୍ଭ କରି କହିଲା – ଆହା କେତେ ସୁନ୍ଦର ତୁମର ଗୀତ । ମୋତେ ବି ଗୀତ ଗାଇବାର କିଛି କିଛି ଶୌକ ଅଛି । ବାସ୍ ତଳକୁ ଓହ୍ଲାଇ ଆସ ଆଉ କିଛି ସମୟ ପାଇଁ ମୋ ସହିତ ଗୀତ ଗାଅ । କ’ଣ ମୋର ଏହି ଛୋଟ ଅନୁରୋଧକୁ ତମେ ରକ୍ଷା କରିବ ନାହିଁ ।

ଗଞ୍ଜା କୁକୁଡ଼ା ମଧ୍ୟ ନିର୍ବୁଦ୍ଧିଆ ନଥିଲା । ସେ ବିଲୁଆର ଅସଲ ଉଦ୍ଧେଶ୍ୟକୁ ଜାଣି ପାରି ଥିଲା । ତେଣୁ ସେ ହସି ହସି କହିଲା – ତୁମ କଥା ସବୁ ମୋତେ ବହୁତ ପସନ୍ଦ ହୋଇଛି, ବିଲୁଆ ଭାଈ! ମୁଁ ବର୍ତ୍ତମାନ ତଳକୁ ଓହ୍ଲାଇ ଆସୁଛି ଆଉ ତୁମେ ତଥା ମୁଁ ଗୀତ ଆରମ୍ଭ କରି ଦେବା । ମୋର ଜଣେ ମିତ୍ର ସେଇ ଗଛ ତଳେ ଶୋଇଛି । ତାକୁ ମଧ୍ୟ ଆମ ଗୀତରେ ସାମିଲ୍ କରି ଦେବା । କାରଣ ସେ ବାଜା ବଜାଇବ ଆଉ ଆମେ ଦୁହେଁ ଏକତ୍ର ଗୀତ ଗାଇବା । ସତରେ ବହୁତ ମଜା ହେବ ।

ଏ କଥା ଶୁଣି ବିଲୁଆ ଖୁସିରେ ପାଗଳ ହୋଇ ଗଲା । ସେ ଗୋଟିଏ ଡିଆଁରେ ଗଛର ସେପଟେ ଯାଇ ପହଁଚିଲା ଯେଉଁଠିକି କୁକୁରଟି ଶୋଇ ଥିଲା । କୁକୁରକୁ ଦେଖିବା ମାତ୍ରେ ହିଁ ବିଲୁଆର ପ୍ରାଣ ବାୟୁ ଅଧା ଉଡି ଗଲା । ସେ ପ୍ରାଣ ନେଇ ପଳାୟନ କଲା । ଗଞ୍ଜା କୁକୁଡ଼ାର କଥା ଶୁଣି କୁକୁର ସାବଧାନ ହୋଇ ଯାଇ ଥିଲା । ସେ ବିଲୁଆକୁ ଛାଡିବା ଲୋକ ନୁହେଁ । ସେ ଦୌଡି ଯାଇ ବିଲୁଆର ତଂଟିକୁ ମାଡି ବସିଲା ତା ଜୀବନ ଯିବା ପର୍ଯ୍ୟନ୍ତ । ଏହା ଦେଖି ଗଞ୍ଜା କୁକୁଡ଼ା କହିଲା – ମୂର୍ଖ କୋଉଠିକାର । ଆସି ଥିଲା ମୋତେ ଖାଇବାକୁ । ସେ ଏତିକି ଜାଣିବାର ଥିଲା ଯେ – ଯିଏ ପରକୁ ଛଳନା କରେ ସେ ନିଜେ ହିଁ ସେହି ଛଳନାରେ ଫଶି ଯାଏ । ତେଣୁ କଥାରେ ଅଛି ପର ପାଇଁ ଖୋଳି ଥିବା କୂଅରେ, ପ୍ରଥମେ ଖୋଳିବା ଲୋକ ନିଜେ ହିଁ ପଡି ମୃତ୍ୟୁ ବରଣ କରି ଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ