ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପାଣି ଓ ପ୍ରକୃତି

ରାମପୁର ରାଜ୍ୟର ଆରାଧ୍ୟା ଦେବୀଙ୍କ ପାଇଁ ରାଜା ଗୋଟିଏ ବହୁମୂଲ୍ୟ ହୀରାର ହାର ଗଢାଇ ଆଣିଥାନ୍ତି । ଥରେ ଗୋଟିଏ ବିଶେଷ ଉତ୍ସବରେ ଦେବୀଙ୍କୁ ସେ ହାର ପିନ୍ଧାଇ ଦିଆଗଲା । ସେ ହୀରାର ହାର ଏଡେ ସୁନ୍ଦର ହୋଇଥାଏ ଯେ ତା’ର ତୁଳନା ଖଣ୍ଡମଣ୍ଡଳରେ ନଥାଏ । ଉତ୍ସବ ଦିନ ପଡୋଶୀ ଜୟଖଣ୍ଡ ରାଜ୍ୟର ରାଜା ସଠାକୁ ଆସିଥାନ୍ତି । ସେ ହୀରା ହାର ଦେଖି ଅତିଥି ରାଜାଙ୍କର ଭାରି ଲୋଭ ହେଲା । ସେ ଜୟଖଣ୍ଡ ଫେରିଯାଇ ତାଙ୍କ ମୁଖ୍ୟ ଗୁପ୍ତଚରକୁ ସେକଥା କହିଲେ । ଗୁପ୍ତଚର ସେ ହାରଟି ଚୋରାଇ ଆଣିବାର ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇ ରାମପୁର ଆସିଗଲା ।

ପ୍ରଥମେ ସେ ଗୁପ୍ତଚର ଜଣେ ବଣିକ ଭାବରେ ରାମପୁର ସହରର ଗୋଟିଏ ପାନ୍ଥ ନିବାସରେ ଯାଇ ରହିଲା । ସେ ଭକ୍ତ ଭଳି ସବୁଦିନ ସକାଳେ ଓ ସଞ୍ଜବେଳେ ମନ୍ଦିରକୁ ଯିବାକୁ ଲାଗିଲା । ମନ୍ଦିରର ଅବସ୍ଥା ଲକ୍ଷ୍ୟ କରି ସେ ବୁଝିଲା, ରାତିରେ ସବୁ ଭକ୍ତ ଓ ସେବକମାନେ ଯିଏ ଯାହା ଘରକୁ ଚାଲିଯା’ନ୍ତି । ମନ୍ଦିରକୁ ଲାଗି କୌଣସି ଘର ନାହିଁ କି ସେଠି କେହିବି ରହନ୍ତି ନାହିଁ । ମନ୍ଦିରର ଚାବି ପୂଜାରୀ ପାଖରେ ରହେ । ଗୁପ୍ତଚର ବୁଝିପାରିଲା ଯେ ହୀରା ହାର ଚୋରି କରିବା ନିମନ୍ତେ ଦୁଇଟି ଉପାୟ ଅଛି । ହୁଏତ ମନ୍ଦିରରେ ଅଳ୍ପ ଭକ୍ତ ଥିବା ବେଳେ କେତେଜଣ ଡାକୁଙ୍କୁ ଆଣି ହୀରା ଲୁଟି ନେବା, ନ ହେଲେ ପୂଜାରୀ ସାହାଯ୍ୟରେ ଚୋରି କରିବା । ଡକାଏତି କରି ଖସିଯିବା ଏଠାରେ ଆଦୌ ସହଜ ହେବ ନାହିଁ । ଅତଏବ ଦ୍ୱିତୀୟ ମାର୍ଗହିଁ ସୁବିଧାଜନକ ।

ରାମପୁର ମନ୍ଦିରର ପୂଜାରୀ ସହ ସେ ମିତ୍ରତା ଜମାଇଲା । ନାନା ଉପହାର ଦେଇ ପୂଜାରୀକୁ ସେ ବଶ କରି ଦିନେ ହୀରା ହାର ଚୋରାଇବା କଥା ତାକୁ ସେ କହିଲା । ହାର ଚୋରାଇ ଦୁହେଁ ଜୟଖଣ୍ଡ ଚାଲିଯିବେ ଏବଂ ସେଠାକାର ରାଜାଙ୍କ ଅନୁଗ୍ରହରେ ପୂଜାରୀ ବେଶ୍ ଭଲରେ ରହିବ, ଏହି କଥା ହେଲା ।

“ମଝି ରାତିରେ ପୂଜାରୀ ଆସି ମନ୍ଦିରର ଦ୍ୱାର ଖୋଲିଲା । ଗୁପ୍ତଚର ପାଚିରୀ ଦ୍ୱାର ପାଖରେ ଠିଆ ହେଲା । ସବୁଠୁ ମଜା କଥା ହେଲା, ସୁନ୍ଦର ବି ସେ ହାର ଦେଖି ପ୍ରଲୁବ୍ଧ ହୋଇଥାଏ ଏବଂ ସେ ରାତିରେ ସେ ଅନ୍ଧାର ଭିତରୁ ମନ୍ଦିରର ପରିସ୍ଥିତି ଲକ୍ଷ୍ୟ କରୁଥାଏ । ମଝି ରାତିରେ ପୂଜାରୀ ମନ୍ଦିର ଭିତରେ ପଶିବାର ଦେଖି ତା’ର କାହିଁ ଟିକେ ସନ୍ଦେହ ହେଲା । ସେ ଗୁପ୍ତଚରର ଆଖି ଏଡାଇ, ପାଚିରୀ ଟପି ମନ୍ଦିର ଭିତରେ ପଶି ଦେଖିଲା ପୂଜାରୀ ହାର କାଢୁଛି । ସେ ଗମ୍ଭୀର ଭାବରେ ପଚାରିଦେଲା, ‘ଇଏ କ’ଣ କରୁଛ?’

ହଠାତ୍ ଏଭଳି କଥା ଶୁଣି ସେ ପୂଜାରି ଚମକି ପଡିଲା । କାହିଁକିନା ସେ ତ ଆଉ ପେଶାଦାର ଚୋର ନୁହେଁ, ତେଣୁ ଚୋରୀ କଲାବେଳେ ତାକୁ ବହୁତ ଡର ଲାଗୁଥିଲା । ହଠାତ୍ ଏଭଳି ଧମକରେ ସେ କାନ୍ଦି ପକାଇ ସବୁ ଗପିଗଲା । ସୁନ୍ଦର ତାକୁ କହିଲା କି, ହାର ନେଇ ସେ ନିଜେ ଓ ପୂଜାରୀ ପଳାଇବେ ଓ ଦୁହେଁ ତାକୁ ଭିନ୍ନ ରାଜ୍ୟରେ ବିକ୍ରି କରି ମୂଲ୍ୟ ବାଂଟି ନେବେ । ପୂଜାରୀ ଏ ପ୍ରସ୍ତାବରେ ରାଜି ହେଲା । ସୁନ୍ଦର ଧିରେ ଧିରେ ପଛରୁ ଯାଇ ସେ ଗୁପ୍ତଚର ମୁଣ୍ଡରେ ପାହାରେ ପିଟିଦେଲା । ଫଳରେ ସିଏ ତା’ ଜ୍ଞାନ ହରାଇ ତଳେ ପଡିଗଲା । ପୂଜାରୀ ଓ ସୁନ୍ଦର ଏଥର ସେ ହାର ଧରି ଚାଲିଗଲେ ।

କ୍ରମେ ପୂଜାରୀ ମନରେ ଭୟ ସାଙ୍ଗକୁ ଲୋଭ ହେଲା । ସୁନ୍ଦର କାଳେ ତାକୁ ଧରା ପକାଇ ଦେବ, ସେ ଭୟ ଅତ୍ୟନ୍ତ ବଢିଗଲା । ସୁନ୍ଦର ବି ପୂଜାରୀକୁ ଫାଙ୍କି ଦେଇ କିପରି ହାରଟି ପୁରା ଆତ୍ମସାତ୍ କରିବ, ଏ ଚିନ୍ତା କରୁଥାଏ । ଦୁହେଁ ଦୁହିଁଙ୍କ ଖାଦ୍ୟରେ ବିଷ ମିଶାଇ ଦେଲେ ଓ ଚେତା ହରାଇ ପଡିଗଲେ ।”

ଏତକ କହିସାରି ଆଚାର୍ଯ୍ୟ ଚେତାଇଦେଲେ, “ସୁକାନ୍ତ! ଆଜି ସିନା ମୁଁ ମୋ ଛାତ୍ରମାନଙ୍କୁ ତାଗ୍ଦା କରି ତୋତେ ଅଧିକ ଦଣ୍ଡ ପାଇବାରୁ ନିଷ୍କୃତି ଦେଲି, କିନ୍ତୁ କ୍ରମେ ତୁ ଯଦି କୌଣସି ବଡ ଅପରାଧ କରୁ ଏବଂ ସାଧାରଣ ଲୋକଙ୍କ ହାତରେ ବା ସିପାହୀମାନଙ୍କ ହାବୁଡରେ ପଡିବୁ, ତୋତେ ଆଉ ସେଥିରୁ ନିଷ୍କୃତି କିଏ ଦେବ? ସେ କଥା ଛାଡ, ତୋ ଶିକ୍ଷାଦୀକ୍ଷାର ମୂଲ୍ୟ କ’ଣ ରହିବ?”

ଗୁରୁଙ୍କ ସବୁ କଥାଶୁଣି ଶେଷରେ ସେ ସୁକାନ୍ତ କାନ୍ଦି ପକାଇଲା ଓ କହିଲା, “ଗୁରୁଦେବ! ମୁଁ ମୋ ଜୀବନରେ ଏ ଶିକ୍ଷା କେବେବି ଭୁଲିବି ନାହିଁ । ଆପଣ ଦେଖିବେ, ମୁଁ ମୋ ପ୍ରକୃତିରୁ ଏଭଳି ଦୁର୍ଗୁଣ ପୁରାପୁରି ବାହାର କରି ଦେବି ।”

ସୁକାନ୍ତ ଓ ଅନ୍ୟମାନେ ଚାଲିଯିବା ପରେ ଆଚାର୍ଯ୍ୟଙ୍କ ସ୍ତ୍ରୀ ତାଙ୍କୁ ପଚାରିଲେ, “ପୂଜାରୀ ଓ ସୁନ୍ଦର କ’ଣ ମରିଗଲେ?”

ଆଚାର୍ଯ୍ୟ କହିଲେ “ସେ ପୂଜାରୀ ତ ବୁଢା ଲୋକ । ସେ ବିଷର ପ୍ରଭାବରୁ କିପରି ବା ଉତୁରିଥାନ୍ତା? ସେ ମଲା । କିନ୍ତୁ ସୁନ୍ଦର ଜଣେ ସାଧୁଙ୍କ ଦୃଷ୍ଟିକୁ ଆସିଲା । ସେ ତାକୁ ବିଷର ପ୍ରଭାବରୁ ଚିକିତ୍ସା ଦ୍ୱାରା ମୁକ୍ତ କଲେ ଓ ସୁସ୍ଥ କଲେ ।”

“ସେ ହାରର କ’ଣ ହେଲା?”

“ସାଧୁ ହାରଟି ନେଇ ରାମପୁର ମନ୍ଦିରରେ ଦେଇ ଆସିଲା । ସୁନ୍ଦର ରାଜାଙ୍କ ପାଖରେ ସବୁ ମାନିଗଲା । ଗୁପ୍ତଚର ସେତେବେଳକୁ ମରିଯାଇଥାଏ । ସାଧୁଙ୍କ ଯୋଗୁଁ ରାଜା ସୁନ୍ଦରକୁ କିଛି ଦଣ୍ଡ ଦେଲେ ନାହିଁ । ସୁନ୍ଦର କ୍ରମେ ସାଧୁଙ୍କ ବିଶ୍ୱସ୍ତ ଚେଲା ହେଲା ଓ ମୁଁ ଗୁରୁକୂଳରେ ପଢୁଥିବା ବେଳେ ତାକୁ ଜାଣିବାର ସୁଯୋଗ ପାଇଥିଲି । ସେତେବେଳକୁ ସେ ନିଜେ ଜଣେ ସାଧୁ ଭଳି ହୋଇଯାଇଥାଏ । ମୁଁ ବୁଝିଲି ଯେ ସବୁ ଲୋକ ଭିତରେ ଭଲ ହେବାର ସମ୍ଭାବନା ଯଥେଷ୍ଟ ରହିଥାଏ । ତେଣୁ ମୁଁ ପାପ ବା ଅପରାଧକୁ ସିନା ଘୃଣା କରେ, ହେଲେ ପାପୀ ବା ଅପରାଧୀକୁ କେବେବି ମଧ୍ୟ ଘୃଣା କରେ ନାହିଁ ।” ଆଚାର୍ଯ୍ୟ ଏହିକଥା କହିଲେ   ।


ଗପ ସାରଣୀ

ତାଲିକାଭୁକ୍ତ ଗପ