ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପାଣ୍ଡିତ୍ୟ

                ଏହାପରେ ସେ ରାଜା ତାଙ୍କ ପ୍ରହରୀକୁ ଡାକି କହିଲେ, “ଏ ମହାଶୟଙ୍କୁ ନେଇଯାଇ ଅତିଥି ଭବନରେ ଛାଡ । ତତ୍ତ୍ୱାବଧାରକକୁ କହିଦେବ, ଏହାଙ୍କ ତତ୍ତ୍ୱ ନେବାରେ ଯେପରି କୌଣସି ମଧ୍ୟ ତୃଟି ନ ହୁଏ । ଏହାଙ୍କର ଯେପରି ଋଚି, ଠିକ୍ ସେହିପରି ଖାଦ୍ୟପେୟର ବ୍ୟବସ୍ଥା କର ।”

                ରାଜାଦେଶ ପାଇ ପ୍ରହରୀ କହିଲା “ଯେ ଆଜ୍ଞା ମହାରାଜ!” ଆଗନ୍ତୁକ ଯିବାକୁ ଉଦ୍ୟତ ହେବା ବେଳକୁ ବୟସ୍ୟ କହିଲେ, “ଭାବିଥିଲି, ପଣ୍ଡିତ ରାମଶର୍ମାଙ୍କ ସହ ମୋର ଆଉ ଜୀବନରେ କେବେ ବି ଦେଖା ହେବ ନାହିଁ । କିନ୍ତୁ ମୁଁ ଆଜି ଖବର ପାଇଲି ଯେ, ସେ ଆଗାମୀ କାଲି ମୋର ଆତିଥ୍ୟ ଗ୍ରହଣ କରିବେ । କାହିଁକିନା ଏଇ ବାଟରେ ସେ ତୀର୍ଥ ଯାଉଛନ୍ତି । ଆପଣଙ୍କ ସହ ଏଠି ସେ ଭେଟ ହେବ । ଦୁଇ ପଣ୍ଡିତଙ୍କ ମେଳ ହେବ । ଆମେ ଦରବାରରେ ଉଭୟଙ୍କ ଆବୃତି ଓ ପ୍ରଶ୍ନୋତ୍ତର ଶୁଣିବା ।”

                ଏହାଶୁଣି ରାଜା କହିଲେ “ବାଃ, ଭାରି ଭଲ ହେବ ।” ହେଲେ ସେ ଆଗନ୍ତୁକ କିଛି ବି ନକହି ପ୍ରହରୀ ସହ ଚାଲିଗଲେ । ରାଜା ବୟସ୍ୟଙ୍କୁ ପଚାରିଲେ, “କିହୋ, ଏଡେ ଗୁଣୀ ଲୋକଙ୍କୁ ପୁରସ୍କାର ଦେବାରେ ତୁମେ ମୋତେ ବାଧା କିଆଁ ଦେଲ?”

                ତା’ପରେ ବୟସ୍ୟ କହିଲେ “ମହାରାଜ! ଏ ଲୋକ ଠକ । ବତ୍ସ ଦରବାରରେ ରାମଶର୍ମା ବୋଲି କେହି ବି ପଣ୍ଡିତ ନାହାଁନ୍ତି କି ଭରତଙ୍କ ଚରିତ୍ର ଉପରେ ସେ କୌଣସି କାବ୍ୟ ଲେଖିବା ପ୍ରଶ୍ନ ହିଁ ଉଠୁନାହିଁ । ଏ ଲୋକଟି କେବଳ ଗୋଟାଏ ସଂସ୍କୃତ ପ୍ରଶସ୍ତି ଶିଖିଦେଇ ଆସିଥିଲା!”

                ରାଜା କହିଲେ “ସତେ? ତେବେ ତ ତାକୁ ଦଣ୍ଡ ଦେବା ନିହାତି ଆବଶ୍ୟକ!”

                ବୟସ୍ୟ କହିଲେ “ମହାରାଜ! ତାହାଠୁଁ ଅଧିକ ଜରୁରୀ ହେଲା ଆପଣ ନିଜେ ସତର୍କ ହେବା । ସେ ନିଜକୁ ବତ୍ସ ଦରବାରରେ ପଣ୍ଡିତ ବୋଲାଇ ବତ୍ସ ରାଜାଙ୍କ ନିନ୍ଦା କଲା । ଆପଣଙ୍କ ଦରବାରର କୌଣସି ପଣ୍ଡିତ ଯାଇ ବତ୍ସ ରାଜାଙ୍କ ଆଗରେ ସେପରି କଲେ ଆପଣଙ୍କ ସମ୍ମାନ ଆଉ ରହନ୍ତା କି? ତେଣୁ ଏ ଲୋକ ସତରେ ବତ୍ସ ଦରବାରର ପଣ୍ଡିତ ହୋଇଥିଲେ ବି ଏହାକୁ ପ୍ରଶ୍ରୟ ଦେବା ଅନୁଚିତ ।”

                ରାଜା କହିଲେ, “ଠିକ୍ ।” ତା’ପରେ ବୁଝିବା ବେଳକୁ ସେ ଲୋକ ଅତିଥିଭବନରୁ ପଳାଇଛି । ରାମଶର୍ମା ଆସୁଛନ୍ତି ଶୁଣି ଧରା ପଡିବା ଭୟରେ ସେ ଏପରି କରିଛି ବୋଲି ବୁଝିବାକୁ ଆଉ ବିଶେଷ କିଛି ଅସୁବିଧା ହେଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ