ଦେଶର ନାମ ପୁଣ୍ୟ ଇଣ୍ଡିଆ ବର୍ଷ । ଏହି ଦେଶରେ କାଶୀ ନାମରେ ଏକ ପବିତ୍ର ସ୍ଥାନ ଥିଲା । ଉପଦେଷ୍ଟା ଓ ବୋଲକରା ଦୁହେଁ ସେହି ପୁଣ୍ୟ ସ୍ଥାନ ଦର୍ଶନ କରିବା ନିମନ୍ତେ ପୁଣ୍ୟ ଗଙ୍ଗା ନଦୀର କୂଳେ କୂଳେ ଚାଲିଲେ । ଏମିତି ଅନେକ ଦୂର ଚାଲିଯିବା ପରେ ଉପଦେଷ୍ଟା କହିଲେ –
ରହ ବୋଲକରା କଥା ମୋ ଶୁଣ
ପୁଣ୍ୟତୀର୍ଥ ପୁଣି ଏ କାଶୀ ଜାଣ
ଗଙ୍ଗା କୂଳ ଠାରୁ ପବିତ୍ର ନାହିଁ
ପବିତ୍ର ଜଳର ହସ୍ତରେ ନେଇ
ମୁଣ୍ଡରେ ଲଗାଅ ହୋଇ ହରଷେ
ଏଥୁ ପାପ ଯାଏ ହୋଇ ସବଂଶେ ।
ରହିଯା, ଆମେ ଅଳ୍ପ ସମୟ ଲାଗି ଏଠାରେ ବିଶ୍ରାମ ନେଇ ପୁଣି ଆଗକୁ ଚାଲିବା । ଆଗରେ ଅଛି ଆହୁରି ଅନେକ ତୀର୍ଥ ମଠ ମନ୍ଦିର । ସେଠାରେ ଆମେ ପାନ୍ଥଶାଳା ଆଦି ଦେଖିବା । ଏହା କହି ଚତୁର ବ୍ୟଙ୍ଗ କଥାକାର ସେହି ଗଙ୍ଗା କୂଳରେ ଥିବା ଏକ ବଟ ବୃକ୍ଷ ମୂଳରେ ବସି ପଡିଲେ । ଅବୋଲକରା କହିଲା – ମହାନୁଭବ ମହାପ୍ରଭୁ, ଆପଣଙ୍କ ପାଖରେ ଗଣ୍ଠିଲି ରଖିଲି । ଆପଣେ ଏଠାରେ ବସି ଥକ୍କା ମେଂଟାଉ ଥାଆନ୍ତୁ । ମୁଁ ଏହି ଆଖ ପାଖର ଦର୍ଶନୀୟ ସ୍ଥାନ ମାନ ବୁଲି ଦେଖୁଛି ।
ବ୍ୟଙ୍ଗ କଥାକାର ସେଠାରେ ବସି ଥକ୍କା ମେଂଟାଇଲେ । ବୋଲକରା ସେହି ଗଙ୍ଗା ନଦୀର କୂଳେ କୂଳେ ଆଗକୁ ଗଲା । ଅଳ୍ପ କେତେ ବାଟ ଯାଇଛି ଅବୋଲକରା ସବୁ ସ୍ଥାନକୁ ଦେଖୁଥିବା ମଧ୍ୟରେ ତା’ର ଦୃଷ୍ଟିକୁ ଏମିତି ଏକ ଦୃଶ୍ୟ ଆସିଲା ଯେ ସେ ଓ ତା’ର ଆଖି ସେହିଠାରେ ଲାଗି ଗଲା ।
ପଥ ପ୍ରାନ୍ତରେ ସୁନ୍ଦର ମନ୍ଦିର ଗୋଟିଏ । ସେହି ମନ୍ଦିର ମଧ୍ୟରେ ଛୋଟ କୁନି ବୋହୂଟିଏ ନିଜର ଓଢଣା ଟାଣି ବସିବାର ଏକ ନାରୀ ମୂର୍ତ୍ତି ସେ ଅବୋଲକରା ଦେଖିଲା । ପୁଣି ସେହି ନାରୀ ମୂର୍ତ୍ତି ନିକଟରେ ଘାଟକୁ ଯେଉଁ ନାରୀ ମାନେ ସ୍ନାନ କରିବାକୁ ଆସୁଛନ୍ତି, ସେମାନେ ସେମାନଙ୍କ ସ୍ନାନ ସାରି ସେହି ମନ୍ଦିର ନିକଟକୁ ଯାଉଛନ୍ତି । ସେ ନାରୀ ମୂର୍ତ୍ତିକୁ ପ୍ରଣାମ କରୁଛନ୍ତି । ଧୂପ ଦୀପ ପୁଷ୍ପାଦି ଦେଇ ନୈବେଦ୍ୟ କରୁ ଛନ୍ତି ।