ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପାଷାଣ ବୋହୂ

ଅବୋଲକରା ଭାବିଲା – ରାଧା, ପାର୍ବତୀ, ସୀତା, ସାବିତ୍ରୀ, କାଳୀ, ଦଶଭୂଜା ଆଉ ଅଷ୍ଟଚଣ୍ଡୀ ପରେ ଅନେକ ଦେବୀଙ୍କର ପୂଜା ପାଇବାର ସେ ଦେଖିଥିଲେ । ଏବେ ସେ ଏକ ଦେବୀଙ୍କର ମୂର୍ତ୍ତି ଦେଖୁଛି ।

ଅବୋଲକରାର ମନରେ ଏମିତି ଅନେକ ପ୍ରଶ୍ନ ଆସିବାରୁ ଅବୋଲକରା ସେହିଠାରୁ ଫେରି ଆସି ଦେଖିଲା ବ୍ୟଙ୍ଗ କଥାକାର ପାନ ଭାଙ୍ଗି ବସିଛନ୍ତି । ବୋଲକରା କହିଲା –

ଦେଖିଲି ମହାନୁଭବ ଅପୂର୍ବ କଥା

ବସି ଅଛି ବୋହୂ ହୋଇ ଅବସ୍ଥା ।

ଆସନ୍ତି ଯେ ନାରୀ କରନ୍ତି ସ୍ନାନ

ପୂଜା କରୁଛନ୍ତି ଦେଇ ଚନ୍ଦନ ।

ଏମିତି ଦେବୀଙ୍କୁ ଦେଖି ନଥିଲି

ଦେଖିବା ପରେ ମୁଁ ଏବେ ଚିନ୍ତିଲି ।

କୁହନ୍ତୁ ମହାନୁଭବ ଏହାର ଗୁଣ

ଶୁଣିବା ପାଇଁକି ହୋଇଛି ମନ ।

ସୁନ୍ଦର ଛୋଟିଆ ମନ୍ଦିରଟିଏ । ମନ୍ଦିର ମଧ୍ୟରେ ପାଷାଣରେ ଗଢା କୁନି ବୋହୂଟିଏ ବସିଛି । ସେଠାରେ ସ୍ତ୍ରୀ ଲୋକ ମାନେ ଯେ ଗଙ୍ଗା ସ୍ନାନ କରୁଛନ୍ତି ସେମାନେ ସେମାନଙ୍କ ସ୍ନାନ ସାରି ସେହି ମନ୍ଦିରକୁ ଆସୁଛନ୍ତି । ପାଷାଣର କୁନି ବୋହୂକୁ ଧୂପ, ଦୀପ, ଫୁଲ, ଚନ୍ଦନ ଦେଇ ପୂଜା କରୁଛନ୍ତି । ଏମିତି ଦେବୀ ତ ମୁଁ କୌଣସି ସ୍ଥାନରେ କେବେ ବି ଦେଖି ନଥିଲି । ଆପଣ କିନ୍ତୁ ଏ ଦେବୀଙ୍କର ସବୁ କଥା କହିବେ । ତାହା ନହେଲେ ମୋର ତୀର୍ଥ କରିବା ଏହି ଠାରୁ ଶେଷ ହେବ । ମୁଁ ମୋ ବାଟରେ ଯିବି । ଆପଣେ ମହାନୁଭବ ଆପଣଙ୍କର ତୀର୍ଥ କରୁ ଥିବେ ।

ବୋଲକରା ଠାରୁ ଏ କଥା ଶୁଣିବା ମାତ୍ରେ  ଚତୁର କଥାକାର କହିଲେ – ହଉ ହେଲା ଆ ଏଠାରେ ବସି ପଡ । ମୁଁ ତୋତେ ଏବେ ସେହି ପାଷାଣ ବୋହୂର କୀର୍ତି ଶୁଣାଇବି । ବୋଲକରା ଏବେ ଆନନ୍ଦ ମନରେ ଉପଦେଷ୍ଟାଙ୍କ ପାଖକୁ ଆଉ ଖଣ୍ଡିଏ କମ୍ବଳ ପକାଇ ନିଜେ ବସି ପଡିଲା ।  କଥାକାର କହିଲେ ଏହି ପୁଣ୍ୟ ଭୂମି ଇଣ୍ଡିଆ   ବର୍ଷରେ ଗୋଟିଏ ରାଜ୍ୟ ଥିଲା । ସେ ରାଜ୍ୟର ଯେ ରାଜା ଥିଲେ ସେ ପୃଥିବୀର ସବୁ ରାଜାଙ୍କ ଠାରୁ ବଡ ଯୋଦ୍ଧା ଥିଲେ । ଶକ୍ତିରେ କେହି ତାଙ୍କୁ ପରାଜୟ କରି ପାରୁ ନଥିଲେ । ସେଥି ଲାଗି ସେ ରାଜ୍ୟର ନାମ ଥିଲା ଅଯୋଧ୍ୟା । ସେହି ଅଯୋଧ୍ୟାରେ ଜଣେ ପୁଣ୍ୟବନ୍ତ ରାଜା ଥିଲେ । ସେ ରାଜାଙ୍କ ନାମ ଥିଲା ହରିଶ୍ଚନ୍ଦ୍ର । ସେ ଖୁବ୍ ଦାନୀ ଥିଲେ । ତାଙ୍କୁ ଯିଏ ଯେତେବେଳେ ଯାହା ପ୍ରାର୍ଥନା କଲା ତାହା ସେ ସଙ୍ଗେ ସଙ୍ଗେ ତାଙ୍କୁ ଦାନ କରି ଦେଉ ଥିଲେ । ତାଙ୍କ ପ୍ରଜା ମାନଙ୍କୁ ସେ ନିଜ ପୁଅ ପରି ଦେଖୁ ଥିଲେ । ତାଙ୍କ ରାଜ୍ୟରେ କେହି ଉପାସରେ ରହୁ ନଥିଲେ । ଦାନା କନାର ଅଭାବ ମଧ୍ୟ ସେ ରାଜ୍ୟରେ ନଥିଲା । ସେହି ରାଜାଙ୍କର ରାଣୀ ଥିଲେ ଶବ୍ୟା । ରୋହିତ ନାମକ ଗୋଟିଏ ମାତ୍ର ପୁଅକୁ ଧରି ସେ ରାଜା ରାଣୀ ତାଙ୍କ ରାଜ୍ୟକୁ ଚଳାଉ ଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ