ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପିତୃଭକ୍ତିର ପରାକାଷ୍ଠା

                ଏହି ପିତୃ ପରାମର୍ଶ ପାଇବା ପରେ ପରଶୁରାମ ହିମାଳୟ ଯାତ୍ରା କଲେ ଏବଂ ଭଗବାନ ଶଙ୍କରଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ଭଗବାନ ଶଙ୍କର ପରଶୁରାମର ପ୍ରାର୍ଥନାରେ ଖୁବ୍ ସନ୍ତୁଷ୍ଟ ହୋଇ ତାଙ୍କୁ ସହସ୍ରବାହୁଙ୍କୁ ପରାଜିତ କରିବା ପାଇଁ ଆଶୀର୍ବାଦ ଦେଇ ସେଠାରୁ ବିଦାୟ ଦେଲେ ।

                ଆଶୀର୍ବାଦ ପାଇ ଅତ୍ୟନ୍ତ ଆନନ୍ଦରେ ଗୃହାଭିମୁଖୀ ହେଉଥିବା ସମୟରେ ପଥରେ ଜଣେ ତ୍ରିଶୂଳଧାରୀ ଯୁବକ ପରଶୁରାମଙ୍କ ପଥରୋଧ କରିବାରୁ ଦୁଇଜଣଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେଲା । ପରଶୁରାମ ମହାଦେବଙ୍କ ପାଖରୁ ଶିଖିଥିବା ସମସ୍ତ ଯୁଦ୍ଧ କୌଶଳ ଲଗାଇ ସେ ଯୁବକକୁ ପରାସ୍ତ କରିବା ପାଇଁ ଉଦ୍ୟମ କରି ମଧ୍ୟ ଶେଷରେ ସେ ଯୁବକଙ୍କ ପାଖରୁ ତ୍ରିଶୂଳ ଛଡାଇ ଆଣି ତାକୁ ଦୂରକୁ ଫିଙ୍ଗି ଦେଲେ । ଏତିକି ବେଳେ ଦୁହିଁଙ୍କ ଭିତରେ ମଲ୍ଲ ଯୁଦ୍ଧ ଲାଗିଲା । ଯୁଦ୍ଧରେ ସେ ଯୁବକ ତଳେ ପଡିଯିବା ସମୟରେ ପରଶୁରାମ ଖୁବ୍ ଜୋର୍ରେ ଗୋଟିଏ ପ୍ରହାର ସେ ଯୁବକର ମସ୍ତକରେ ପକାଇବାରୁ ତାଙ୍କ ମୁଣ୍ଡରୁ ସେହି କ୍ଷଣି ଅଜସ୍ର ରକ୍ତର ଧାର ବୋହି ଚାଲିଲା । ସେହି ରକ୍ତଧାରାକୁ ଦେଖୁଥିବା ସମୟରେ ପରଶୁରାମ ଜାଣି ପାରିଲେ ଯେ ସେହି ଯୁବକ ଜଣକ ହେଉଛନ୍ତି ସ୍ୱୟଂ ଭଗବାନ ଶଙ୍କର । ତେଣୁ ପରଶୁରାମ ସେ ଯୁବକଙ୍କ ପାଦ ତଳେ ପଡି କ୍ଷମାମାଗି କହିଲେ, ‘ପ୍ରଭୁ ! ମୁଁ ଅଜ୍ଞାନ ବଶତଃ ଯେଉଁ ଭୁଲ୍ କରିଛି, ସେଥିପାଇଁ ମୋତେ ମାର୍ଜ୍ଜନା କରନ୍ତୁ । ଏହାପରେ ଭଗବାନ ଶଙ୍କର ହସି ହସି କହିଲେ, ‘ବତ୍ସ ! ମୁଁ ତୁମର ଶକ୍ତି ପରୀକ୍ଷା କରୁଥିଲି । ଆଉ ଏହି ଯୁଦ୍ଧ ଫଳରେ ମୋ ମୁଣ୍ଡରେ ଯେଉଁ କ୍ଷତ ସୃଷ୍ଟି ହୋଇଛି, ସେଠାରେ ମୋର ତୃତୀୟ ନୟନ ସୃଷ୍ଟି ହେବ । ତେଣୁ ତୁମେ ସେଥିପାଇଁ ଆଦୌ ଦୁଃଖ କର ନାହିଁ । ତେବେ ତୁମେ ଯଥାଶୀଘ୍ର ଯାଇ ଅପମାନର ପ୍ରତିଶୋଧ ନେଇ ପିତୃଋଣରୁ ମୁକ୍ତ ହୁଅ ।

                ଏହାପରେ ପରଶୁରାମ ଗୃହକୁ ଫେରି ରାଜା ସହସ୍ର ବାହୁଙ୍କୁ ଯୁଦ୍ଧରେ ପରାସ୍ତ କରି ପିତୃ ଅପମାନର ପ୍ରତିଶୋଧ ନେଇ ପିତୃଋଣରୁ ମୁକ୍ତ ହେବା ପାଇଁ ରାଜ ପ୍ରସାଦରୁ କାମଧେନୁ ଗାଈକୁ ନେଇ ଆସି ପିତାଙ୍କୁ ସମର୍ପଣ କରିବା ସଙ୍ଗେ ସଙ୍ଗେ ପିତାଙ୍କୁ ଗଭୀର ଭକ୍ତିର ସହିତ ପ୍ରଣାମ କଲେ । ପିତା ମହର୍ଷି ଜମଦଗ୍ନି ଆନନ୍ଦରେ ପୁତ୍ର ପରଶୁରାମକୁ କହିଲେ ତୁମର ଏହି ପିତୃଭକ୍ତି ପାଇଁ ଆଜିଠାରୁ ତୁମେ କାଳକାଳ ଲାଗି ଯଥାର୍ଥ ପୁତ୍ରର ସମ୍ମାନ ପାଇ ଅମର ହେବ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଉପରଲିଖିତ ପୌରାଣିକ କାହାଣୀଟିକୁ ଅନେକ ହିନ୍ଦୁ ଧର୍ମାମ୍ବଲମ୍ବୀମାନେ ସତ୍ୟ ମନେକରନ୍ତି । କାହାଣୀଟିର ଅନେକ ରୂପାନ୍ତର ଥିଲେ ମଧ୍ୟ ସବୁ ରୂପାନ୍ତରରେ ପର୍ଶୁରାମ ନିଜ ମାତାକୁ ହତ୍ୟା କରିଥିବା କଥା ଲିଖିତ ହୋଇଛି । କାହାଣୀଟି ଶିକ୍ଷ୍ୟା ଉଦ୍ଧେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ଶିକ୍ଷା କମ୍ ମିଥ୍ୟାକୁ ଅଧିକ ପ୍ରତିପାଦିତ କରୁଛି ତେଣୁ କାହାଣୀଟିକୁ ଅନ୍ଧ ଭାବରେ  ବିଶ୍ୱାସନକରି ନିଜ ତର୍କ ବିଚାର ଦ୍ୱାରା ଗ୍ରହଣ କରିବା ଉଚିତ୍  । ପର୍ଶୁରାମଙ୍କ ପିତା ଋଷି ଜମଦଗ୍ନିଙ୍କର ତାଙ୍କ ପତ୍ନୀ ରେଣୁକାଙ୍କ ଚରିତ୍ରରେ ସନ୍ଦେହ ହବାରୁ ପାଂଚଜଣ ପୁତ୍ରଙ୍କୁ ତାଙ୍କୁ ମାରିବା ପାଇଁ ଆଦେଶ ଦେଲେ କିନ୍ତୁ  ପାଂଚଜଣ ପୁତ୍ରଙ୍କ ମଧ୍ୟରୁ ଚାରିଜଣ ମାତୃଙ୍କୁ ହତ୍ୟା କରିବା ପାଇଁ ମନା କରିଦେଲେ କିନ୍ତୁ କନିଷ୍ଠ ପୁତ୍ର ପର୍ଶୁରାମ ଋଷି ଜମଦଗ୍ନିଙ୍କର କଥାମାନି ମାତୃହନ୍ତା ହୋଇଥିଲେ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ