ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପେଟ ଓ ଶରୀର

ଥରେ ଶରୀରର ବିଭିନ୍ନ ଅଂଶ ପେଟ ଉପରେ ରାଗିଗଲେ । ସେମାନେ କହିଲେ ଆମେ ସମସ୍ତେ ତ କାମ କରୁଛୁ କିନ୍ତୁ ଏ ପେଟ କିଛି ବି କାମ ନକରି ଖାଲି ଆରାମ୍ରେ ଅଛି । ସେଥିପାଇଁ ପେଟକୁ ଗୋଟିଏ ଶିକ୍ଷା ଦେବାକୁ ଯାଇ ପେଟ ସହିତ ସେମାନେ ଅସହଯୋଗ କଲେ । ଏମିତିକି ହାତ ଆଉ ଖାଇବା ଜିନିଷ ଉଠାଇଲା ନାହିଁ, ଦାନ୍ତ ବି ଆଉ ଚୋବାଇଲା ନାହିଁ । ଫଳରେ ପେଟକୁ ଆଉ ଖାଇବା ଜିନିଷ ଗଲାନାହିଁ । ଏଣେ ଖାଇବାକୁ ନପାଇ ଶରୀରକୁ ବଡ ଦୁର୍ବଳ ଲାଗିଲା ଏବଂ ତାର ବିଭିନ୍ନ ଅଂଶ ମଧ୍ୟ ଦୁର୍ବଳ ହୋଇଗଲା । ହାତ, ଗୋଡ, ପାଟି ସବୁ ଦୁର୍ବଳତାରୁ ଆଉ ହଲି ପାରିଲେ ନାହିଁ ।

                ସେମାନେ ଏବେ ବୁଝିଲେ ଯେ ସମସ୍ତ ଶରୀରର ସବୁ ଅଂଶର କିଛି ନା କିଛି କାମଥାଏ । ସେମାନେ କୌଣସି ଅଂଶକୁ ମୂଲ୍ୟବାନ ବୋଲି ଭାବିବା ଆଦୌ ଠିକ୍ ହେବ ନାହିଁ ।

ସମସ୍ତେ ମିଳିମିଶି କାମ କଲେ ହିଁ ସମୂହ ଉନ୍ନତି ହୋଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ