ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପ୍ରକୃତ ଧନୀ କିଏ?

       ଗୋଟିଏ ଜଙ୍ଗଲର ପାଦଦେଶରେ ଜଣେ ସାଧୁବାବା ରହୁଥିଲେ । ତାଙ୍କ ପାଖରେ ଧନ ସମ୍ପତ୍ତି ବୋଲି କିଛି ନଥିଲା । ଗେରୁଆ ପିନ୍ଧାବସ୍ତ୍ର ବି ଖଣ୍ଡିକରୁ ଦିଖଣ୍ଡ ନ ଥିଲା, ଅନ୍ୟବସ୍ତୁ କଥା ପଚାରେ କିଏ?

       ଦିନକର କଥା, ରାତି ଅଧରେ ଚୋରଟିଏ ଆଶ୍ରମରେ ପହଁଚିଲା । ସେ ଆଶ୍ରମସାରା ଯେତେ ଖୋଜାଲୋଡା କଲେ ବି କିଛି ପାଇଲା ନାହିଁ । ସେ ଫେରି ଯିବାକୁ ବିଚାର କରୁଥିଲା ବେଳେ ସାଧୁବାବା ନିଦରୁ ଉଠିପଡିଲେ । ଚୋରର ମନ ଭାବ ଜାଣି ପାରି ତାକୁ ନିଜର ପିନ୍ଧା ଲୁଗା ଖଣ୍ଡକ ଦେଲେ । କେବଳ କଉପୀନ ଖଣ୍ଡିକ ପିନ୍ଧିଥାନ୍ତି । ଚୋରକୁ କହିଲେ, “ମୋ’ ପାଖରେ ତ ଆଉ କିଛି ନାହିଁ, ସୁତରାଂ ଏଇଖଣ୍ଡିକ ନେଇ ଖୁସିରେ ଚାଲିଯାଆ । ତୁ ଯେତେବେଳେ ଏତେ କଷ୍ଟକରି ରାତି ଅଧଟାରେ କଂଟା ଖୁଂଚମାଡି ଆସିଛୁ, ଖାଲି ହାତରେ ଫେରିଗଲେ ମୋର ମନ ଦୁଃଖ ହେବନି?”

       ସାଧୁବାବାଙ୍କ କଥା ଶୁଣିଲା ପରେ ଚୋର ମନରେ ଭୟ ଆସିଲା । ମନେ ମନେ ଭାବିଲା, ଏ ସାଧୁ ନିଶ୍ଚୟ ଯାଇ ରାଜାଙ୍କ ପାଖରେ ଅଭିଯୋଗ କରିପାରନ୍ତି । ସେଥିପାଇଁ ଚୋର ଲୁଗା ଖଣ୍ଡିକ ନ ନେଇ ଆଶ୍ରମ ବାହାରକୁ ବାହାରି ଆସିଲା । ଏକ ଗଛ ଉପରେ ବସି ସାଧୁଙ୍କର ଗତିବିଧି ଲକ୍ଷ୍ୟ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ