କିଛି ସମୟ ପରେ ଦେଖିଲା, ସନ୍ନ୍ୟାସୀ କୌପୀନ୍ ଖଣ୍ଡିଏ ପିନ୍ଧି ଉଲଗ୍ନପ୍ରାୟ ଆଶ୍ରମ ବାରଣ୍ଡାରେ ବସି ପଡିଲେ । ସେତେବେଳକୁ ପୂର୍ଣ୍ଣିମାର ଚନ୍ଦ୍ରଲୋକରେ ସବୁ କିଛି ଦେଖା ଯାଉଥିଲା ।
ଏଥର ସନ୍ନ୍ୟାସୀ ମେଘମୁକ୍ତ ଆକାଶରେ ଶୋଭା ପାଉଥିବା ଜହ୍ନକୁ ଏକ ଲୟରେ ଚାହିଁ ରହିଲେ । କିଛି ସମୟ ପରେ କହିଲେ, “ଆଚ୍ଛା! ସତରେ ମୁଁ କେଡେ ନିଃସ୍ୱ । ଚୋରଟିକୁ କିଛି ଭଲ ଜିନିଷ ଦେଇ ପାରିଲି ନାହିଁ । ବିଚରା ତାର ମନ କେଡେ ଦୁଃଖ ହୋଇନଥିବ? ଯଦି ମୋର କ୍ଷମତା ଥାଆନ୍ତା ତେବେ ମୁଁ ନିଶ୍ଚୟ ଆକାଶରୁ ଏଇ ଜହ୍ନଟିକୁ ଆଣି ଚୋର ହାତରେ ଦେଇଥାନ୍ତି ।”
ଏଇ ପଦକ କଥା ଶୁଣିବା ପରେ ଚୋରଟି ମନରେ ବିରାଟ ପରିବର୍ତନ ଘଟିଲା । ସେ ଦୌଡିଆସି ସାଧୁବାବାଙ୍କ ଆଗରେ ପଡିଗଲା ଏବଂ କହିଲା, “ଆପଣ ହେଉଛନ୍ତି ଏ ଦୁନିଆରେ ସବୁଠାରୁ ବଡଧନୀ, ଆଉ ମୁଁ ହେଉଛି ନୀଚ ।”