ଦିନେ ପୂଜକ ଆର୍ତ୍ତ ତ୍ରାଣଙ୍କୁ କହିଲେ – “ପୂଜକ ମହାଶୟ, ମନ୍ଦିର ଚଳାଇବା କାର୍ଯ୍ୟ ଆପଣଙ୍କ ଦ୍ୱାରା ମୋଟେ ହେବ ନାହିଁ । ଦେଖନ୍ତୁ ମୋ ମନ୍ଦିରରେ କ’ଣ ନାହିଁ । ଆଉ ଆପଣଙ୍କ ମନ୍ଦିର ତ ଭାଙ୍ଗିରୁଜି ଗଲାଣି । ଏ ଭଙ୍ଗାରୁଜା ମନ୍ଦିରରେ କ’ଣ କେଉଁ ଭଗବାନ କେବେ ରହିବେ । ତେଣୁ ଏଠିକି ଭକ୍ତ କାହିଁକି ବା ଆଉ ଆସିବେ । ପୂଜକ ତ୍ରାଣ ଆର୍ତ୍ତଙ୍କ କଥାରେ ସହମତି ପ୍ରକାଶ କରି ତାଙ୍କ ମନ୍ଦିର ମଧ୍ୟକୁ ଚାଲିଗଲେ ।
ଦିନକର କଥା । ସେଦିନ ତ ପୂର୍ଣ୍ଣିମା ତିଥି ପଡିଥାଏ । ସେଦିନ ଭଗବାନଙ୍କର ଜଳାଭିଷେକ ହେବ । ଦୁଇ ପୂଜକ ଜଳ ଆଣିବା ପାଇଁ ନଈକୁ ଗଲେ । ଜଳ ଆଣି କିଛି ବାଟ ଆସିବା ପରେ ଆର୍ତ୍ତ ଦେଖିଲେ ପାଣିରେ ଗୋଟିଏ ଛୋଟ ସାପଛୁଆଟିଏ ପହଁରୁଛି । ସେହି ସାପ ଛୁଆ ଦେଖି ପୂଜକ ଆର୍ତ୍ତ ହଠାତ୍ ବହୁତ ରାଗିଗଲେ । ଆଉ ସେ ତତ୍କ୍ଷଣାତ୍ ପାଣିରୁ ସେହି ସାପଛୁଆଟିକୁ କାଢି ବାଡେଇ ବାଡେଇ ମାରିଦେଲେ । ହେଲେ ଆର୍ତ୍ତଙ୍କର ଏପରି କାର୍ଯ୍ୟ ତ୍ରାଣଙ୍କୁ ଆଦୌ ପସନ୍ଦ ହେଲା ନାହିଁ । ତେଣୁ ଏସବୁ ଦେଖି ତ୍ରାଣ କହିଲେ – ‘ପୂଜକ ମହାଶୟ ସାପଛୁଆଟି ତ ପାଣିର ଜୀବ । ପାଣି ବିନା ତା’ ପକ୍ଷେ ବଂଚିବା ଏକଦମ୍ ଅସମ୍ଭବ । ଆପଣ ବରଂ ତାକୁ ନ ମାରି ପାଣିରେ ଛାଡି ଦେଇଥିଲେ ତ ଭଲ ହୋଇଥାଆନ୍ତା ।’ ଏକଥା ଶୁଣି ହଠାତ୍ ଆର୍ତ୍ତ ବହୁତ ରାଗିଗଲେ । ତାପରେ ସେ କ୍ରୋଧରେ କହିଲେ – ଏ ସାପଛୁଆ ମୋ ପାଣି ସବୁ ଅପବିତ୍ର କରିଦେଲା । ମୁଁ ଏତେ କଷ୍ଟ କରି ଏତେ ଦୂରରୁ ପାଣି ନେଇ ଆସିଲି ମାତ୍ର ଏ ଦୁଷ୍ଟ ସାପ ଛୁଆ ସବୁ ବେକାର କରିଦେଲା । ତେଣୁ ଆଜି ଆଉ ଭଗବାନଙ୍କର ଜଳାଭିଷେକ କଦାପି ମଧ୍ୟ ହୋଇପାରିବ ନାହିଁ । ଏହା କହି ସେ ପୂଜକ ଆର୍ତ୍ତ ପାଣି ସବୁ ଢାଳି ଦେଲେ ।