ଏକଥା ଦେଖି ପୂଜକ ତ୍ରାଣଙ୍କର ଆର୍ତ୍ତଙ୍କ ଉପରେ ଟିକେ ଦୟା ଆସିଲା । ତେଣୁ ସେ ସାପ ମା’ର ସମ୍ମୁଖରେ ଲୋଟିଗଲେ । କହିଲେ – ମୋ ମିତ୍ର ନିର୍ଦୋଷ । ଯାହା ଦଣ୍ଡ ଦବାର, କଥା ମତେ ଦିଅ । ହେଲେ ଏ ବିଷ ଜ୍ୱାଳାରୁ ତାଙ୍କୁ ଅତି ଶୀଘ୍ର ରକ୍ଷା କର । ଏକଥା ଶୁଣି ସେ ସାପ ମା’ କହିଲା ଯେ ଭୁଲ୍ କରିଛି କେବଳ ସେ ହିଁ ଦଣ୍ଡ ପାଇବ । ଏହା କହି ସେ ସାପ ଛୁଆର ମା’ ନଈ ଭିତରକୁ ଚାଲିଗଲା ।
ସାପ ମା’ ସେଠାରୁ ଚାଲିଯିବାର ଦେଖି ପୂଜକ ଆର୍ତ୍ତ ଜାଣି ପାରିଲେ ସେ ଆଉ ବଂଚିବେ ନାହିଁ । ତେଣୁ ସେ ତ୍ରାଣଙ୍କ ନିକଟରେ ଭୁଲ୍ ମାଗିଲେ । ଏଣେ ପୂଜକ ତ୍ରାଣ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କଲେ । ତ୍ରାଣ କହିଲେ – ‘ମୋ ମିତ୍ରଙ୍କୁ ଏଥର କ୍ଷମା ଦିଅ । ତାଙ୍କ ଜୀବନ ରକ୍ଷା କରନ୍ତୁ ।’ ଏକଥା ଶୁଣି ପୂଜକ ଆର୍ତ୍ତ ବହୁତ ଲଜ୍ଜିତ ହେଲେ । କହିଲେ – ‘ପୂଜକ ତ୍ରାଣ ମହାଶୟ, ଆପଣ ମହାନ୍ ଆପଣଙ୍କ ପାଇଁ ସମସ୍ତେ ସମାନ ।’ ତ୍ରାଣଙ୍କ ଏଭଳି ପ୍ରାର୍ଥନା ଶୁଣି ଭଗବାନ ସ୍ୱୟଂ ଉଭାହେଲେ । ତାପରେ ସେ ଆର୍ତ୍ତଙ୍କୁ ବି ନୂଆ ଜୀବନ ପ୍ରଦାନ କଲେ । ପରିଶେଷରେ ଭଗବାନ କହିଲେ – ମୁଁ ସବୁଠାରେ ଓ ସବୁ ପ୍ରାଣୀଙ୍କ ଶରୀରରେ ବିଦ୍ୟମାନ । ସାପ ହେଉକି ପଥର, ମନ୍ଦିର ହେଉକି କୁଟୀର ଯେଉଁଠାରେ ମୋ ଭକ୍ତମାନଙ୍କ ପାଇଁ ଆଶ୍ରୟ ଅଛି ମୁଁ ବି ସେହିଠାରେ ହିଁ ଥାଏ । ତେଣୁ ପୂଜକ ତ୍ରାଣ ହିଁ ସର୍ବଶ୍ରେଷ୍ଠ ପୂଜକ । ତେଣୁ ମୁଁ ଆଜିଠାରୁ ଏହି ଛୋଟ ମନ୍ଦିରରେ ହିଁ ରହିବି ।
ଠିକ୍ ଏହି ସମୟରେ ଏକ ଘଡଘଡି ମାରିଲା । ସେଥିରେ ସେ ପୂଜକ ଆର୍ତ୍ତଙ୍କ ମନ୍ଦିର ସଂପୂର୍ଣ୍ଣ ଧ୍ୱଂସ ପାଇଗଲା । ତାପରେ ଭଗବାନ କହିଲେ ଏ ମନ୍ଦିର ତୁମେ ଅସତ୍ ଦାନୀମାନଙ୍କ ଠାରୁ ଅର୍ଥ ସଂଗ୍ରହ କରି ହିଁ କରିଥିଲ । ଖାସ୍ ସେଇଥିପାଇଁ ଏ ମନ୍ଦିର ଧ୍ୱଂସ ପାଇଗଲା । ତେଣୁ ଆଜିଠାରୁ ତୁମେ କେବଳ ପୂଜକ ତ୍ରାଣଙ୍କୁ ପୂଜାର୍ଚ୍ଚନାରେ ହିଁ ସାହାଯ୍ୟ କରିବ କାରଣ ସେ ହିଁ ହେଉଛନ୍ତି ପ୍ରକୃତ ପୂଜକ । ଏହା କହି ଭଗବାନ ସେଠାରୁ ଅଦୃଶ୍ୟ ହୋଇଗଲେ । ଆର୍ତ୍ତ ମଧ୍ୟ ନିଜର ଭୁଲ୍ ବୁଝିପାରିଲେ । ଆର୍ତ୍ତ ଆଗକୁ ତାଙ୍କ ବାକି ଜୀବନ ତ୍ରାଣଙ୍କ ପାଖରେ ରହି ଭଗବାନଙ୍କ ସେବାରେ ଦିନ କଟାଇଲେ ।