ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପ୍ରତିଶୃତି

ଶେଠ୍ ହରିତ୍ କିଶୋର ବେମାର ପଡିଥାନ୍ତି । ଅନେକ ଦିନଯାଏଁ ସେ ଶଯ୍ୟାଶାୟୀ ରହିଲେ । ତାଙ୍କ ଲୋକେ ଜଣେ ନୂଆ ବୈଦ୍ୟଙ୍କୁ ଡକାଇଲେ । ଶେଠ୍ କହିଲେ, “ବୈଦ୍ୟଜୀ! ଅସୁସ୍ଥତା ଯୋଗୁଁ ମୋ ମନ ବି ଆଉ ଠିକ୍ କାମ କରୁନାହିଁ । ମୁଁ ଯାହା କହିବା ଠିକ୍ ନୁହେଁ, ତାହା କହିଦେଉଛି । ମାତ୍ର ଯାହା କହିବା ଠିକ୍, ତାହା କହି ପାରୁନାହିଁ ।”

                ବୈଦ୍ୟ କହିଲେ “ଚିନ୍ତା ନାହିଁ । ଆପଣଙ୍କ ରୋଗର ଅମୋଘ ଔଷଧ ମୋତେ ଜଣାଅଛି । ଆପଣ ମାସକ ଭିତରେ ସୁସ୍ଥ ହୋଇଯିବେ ।” ତା’ପରେ ସେ ଶେଠ୍ ତାଙ୍କୁ ପ୍ରତିଶୃତି ଦେଲେ “ସତରେ ଯଦି ଆପଣ ମାସକ ଭିତରେ ମୋତେ ନିରାମୟ କରିଦେବେ, ତେବେ ଆପଣ ପ୍ରତିଷ୍ଠା କରୁଥିବା ଦାତବ୍ୟ ଚିକିତ୍ସାଳୟ ପାଇଁ ମୁଁ ଲକ୍ଷେ ଟଙ୍କା ଦାନ ଦେବି ।”

                ବୈଦ୍ୟ ଗଭୀର ମନଯୋଗ ସହକାରେ ତାଙ୍କ ଚିକିତ୍ସା କଲେ । ବାସ୍ତବିକ ମାସକ ଭିତରେ ଶେଠ୍ ସୁସ୍ଥ ହୋଇଗଲେ । କିନ୍ତୁ ପ୍ରତିଶୃତି କଥା ସେ ମୋଟେ ଉଠାଇଲେ ନାହିଁ ।

ଅବଶେଷରେ ଦିନେ ବୈଦ୍ୟ ତାଙ୍କୁ ସେକଥା ମନେ ପକାଇ ଦେଲେ ।

ତାଙ୍କ କଥା ଶୁଣି ଶେଠ୍ କହିଲେ, “ବୈଦ୍ୟଜୀ, ଆପଣ କ’ଣ ମୋ ରୋଗର ଲକ୍ଷଣ ଭୁଲିଗଲେ କି? ସେତେବେଳେ ମୁଁ ଯାହା କହିବା ଠିକ୍ ନୁହେଁ, ତାହା କହି ଦେଉଥିଲି । ଯାହା କହିବା ଠିକ୍, ତାହା ମୁଁ କହୁ ନଥିଲି ।” ତାଙ୍କ କଥାଶୁଣି ବୈଦ୍ୟ ସେଠାରୁ ଚୁପ୍ ହୋଇ ଚାଲିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ