‘କୋଡବିଡ’ ନାମକ ସ୍ଥାନରେ ତେନାଲୀରାମାଙ୍କର ରାଜ୍ୟ ପ୍ରମୁଖଙ୍କ ସହିତ ଭେଟ ହେଲା । ଯିଏକି ବିଜୟନଗର ରାଜ୍ୟର ପ୍ରଧାନ ମନ୍ତ୍ରୀଙ୍କର ସଂପର୍କୀୟ ଥିଲେ । ସେ ତେନାଲୀରାମାଙ୍କୁ କହିଲେ ଯେ, ମହାରାଜ ଏକାଧାରରେ ଗୁଣବାନ୍, ବିଦ୍ୱାନ ଓ ପଣ୍ଡିତ ଅଟନ୍ତି । କିନ୍ତୁ ଯେତେବେଳେ ସେ ରାଗିବେ ମାନେ ମୁଣ୍ଡକୁ ଶରୀରରୁ ଅଲଗା କରିଦେବେ । ଯେଉଁ ପର୍ଯ୍ୟନ୍ତ ମନୁଷ୍ୟ ସାହସର ସହ ବିପଦର ମୁକାବିଲା ନକରିଛି, ସେ ପର୍ଯ୍ୟନ୍ତ ସେ କେବେବି ସଫଳ ହେବ ନାହିଁ । ମୁଁ ମୋର ମୁଣ୍ଡକୁ ସୁରକ୍ଷା ପ୍ରଦାନ କରିପାରିବି । ସେତେବେଳେ ତେନାଲୀରାମାଙ୍କର ନିଜ ଉପରେ ଆତ୍ମ ବିଶ୍ୱାସ ଥିବା ସ୍ପଷ୍ଟ ବାରି ହୋଇ ପଡୁଥାଏ ।
ରାଜ୍ୟପ୍ରମୁଖ ଏକଥା ମଧ୍ୟ କହିଲେ ଯେ, “ପ୍ରଧାନମନ୍ତ୍ରୀ ମଧ୍ୟ ଜ୍ଞାନୀ, ଗୁଣୀ, ବିଦ୍ୱାନମାନଙ୍କୁ ଆଦର କରନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ନିଜର ସହାୟତା ନିଜେ ମୋଟେ କରିପାରେ ନାହିଁ, ତାଙ୍କ ନିକଟରେ ତାର ଆଉ ସ୍ଥାନ ନଥାଏ ।
ଚାରିମାସ ଯାତ୍ରା କଲାପରେ ତେନାଲୀରାମାଙ୍କ ସପରିବାର ବିଜୟନଗର ରାଜ୍ୟରେ ଯାଇ ପହଁଚିଗଲେ । ବିଜୟନଗର ରାଜ୍ୟକୁ ଦେଖି ତେନାଲୀରାମା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଡିଲେ । ବଡ ବଡ ଚଉଡା ସଡକ, ନାନାଦି ଅଳଂକାର ଦ୍ୱାରା ବିଭୂଷିତା ହୋଇ ଯାତାୟତ କରୁଥିବା ଲୋକମାନେ, ନାନାଦି ରଙ୍ଗ ବେରଙ୍ଗରେ ସଜା ହୋଇଥିବା ଦୋକାନ ମାନ ସର୍ବୋପରି ସୁଉଚ୍ଚ ପ୍ରାସାଦ – ଏସବୁକୁ ଦେଖି ତେନାଲୀରାମାଙ୍କର ଖୁସିର ଆଉ ସୀମା ରହିଲା ନାହିଁ ।
ବିଜୟନଗର ରାଜ୍ୟରେ କିଛିଦିନ ରହିବାପାଇଁ ସେ ତେନାଲୀରାମା ଗୋଟିଏ ପରିବାରକୁ ଖୁବ୍ ପ୍ରାର୍ଥନା କଲେ । ସେଠାରେ ମାଆ, ପତ୍ନୀ ଏବଂ ପୁତ୍ରକୁ ଛାଡି ସେ ଯାଇ ରାଜଗୁରୁଙ୍କ ପାଖରେ ପହଁଚିଗଲେ ।
ସେତେବେଳେ ରାଜପ୍ରାସାଦରେ ତ’ ନାହିଁ ନଥିବା ଭିଡ ଜମିଥାଏ । ରାଜପ୍ରାସାଦର ବଡ ବଡ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ରୋଷେଇୟା, ଚାକର ବାକର ପର୍ଯ୍ୟନ୍ତ ସମସ୍ତେ ରାଜ ଗୁରୁଙ୍କ ସାମ୍ନାରେ ରୁଣ୍ଡ ହୋଇଥାଆନ୍ତି । ତେନାଲୀରାମା ଜଣେ ଚାକର ହାତରେ ରାଜଗୁରୁଙ୍କ ପାଖକୁ ସନ୍ଦେଶ ପଠାଇଲେ ଯେ – ଗ୍ରାମରୁ ‘ରାମ୍’ ନାମକ କେହିଜଣେ ବ୍ୟକ୍ତି ଆପଣଙ୍କୁ ଖୋଜୁଛି ।