ଜଣେ ମେଷ ପାଳକର ଅନେକ ମେଷ (ମେଣ୍ଢା) ଥିଲା । ତାଙ୍କୁ ଦେଖା ଶୁଣା କରିବା ଲାଗି ଅନେକ ଗୁଡିଏ କୁକୁର ମଧ୍ୟ ଥିଲେ । ସେମାନେ ମେଣ୍ଢା ମାନଙ୍କୁ ଦିନ ସାରା ଜଙ୍ଗଲରେ ଘାସ ଚରାଉ ଥିଲେ ଆଉ ସଂଜ ନଇଁବା ଆଗରୁ ସେମାନଙ୍କୁ ନେଇ ସେହି ଗୋଠରେ ପହଁଚାଇ ଦେଉ ଥିଲେ । ଗୋଠରେ ପହଁଚାଇବା ପରେ କବାଟ କିଳି ଦେଉ ଥିଲେ । ତା’ପରେ ମାଲିକ ସେମାନଙ୍କର କୌଣସି ପ୍ରକାର ଖବର ଅନ୍ତର ନେଉ ନଥିଲା । କିନ୍ତୁ କୁକୁର ମାନଙ୍କର ଆରାମ୍, ଖାଇବା ପିଇବା ପାଇଁ ସମସ୍ତ ପ୍ରକାର ଖବର ଅନ୍ତର ରଖୁ ଥିଲେ ମେଷ ପାଳକ । କୁକୁର ମାନଙ୍କୁ କେବେ ମଧ୍ୟ ଭୋକିଲା ରଖୁ ନଥିଲେ । କୁକୁର ମାନଙ୍କର ଯତ୍ନରେ ଅବହେଳା ସେ ମଧ୍ୟ କେବେ ହେଲେ କରୁ ନଥିଲେ ।
ଏହା ଦେଖି ମେଣ୍ଢା ମାନଙ୍କର ଦଳପତିର ବହୁତ ଦୁଃଖ ହେଲା ମନରେ । ଦିନେ ସେ ମେଣ୍ଢା ପାଳକଙ୍କୁ ଯାଇ କହିଲା – ମହା ତାଜ୍ଜୁବ୍ର କଥା ଆଜ୍ଞା! ଆମେ ମାନେ ସବୁ ଦିଗରୁ ଆପଣଙ୍କର କର୍ମରେ ଆସୁଛୁ ମହାଶୟ, କିନ୍ତୁ ଆପଣ ଆମର କୌଣସି ଖିଆଲ୍ ରଖୁ ନାହାଁନ୍ତି । କିଏ ଖାଇଲା କିଏ ନ ଖାଇଲା ଇତ୍ୟାଦି ବିଷୟରେ । କିନ୍ତୁ କୁକୁରମାନେ ଆପଣଙ୍କର କ’ଣ ଏଭଳି କାମ କରୁଛନ୍ତି ଯେ ଆପଣ ସଦା ସର୍ବଦା ତାଙ୍କ ପାଇଁ ଉଦ୍ବିଗ୍ନ ରହୁଛନ୍ତି । ସେମାନଙ୍କର ଖାଇବା ପିଇବାରେ ବିଶେଷ ଦୃଷ୍ଟି ଦେଉଛନ୍ତି ।