ସବୁ ଦିଗରେ ସେମାନଙ୍କୁ ଆରାମ୍ ଦେବାରେ ସାହାଯ୍ୟ କରୁଛନ୍ତି । ଦେଖନ୍ତୁ ଆପଣ ଆମର ଉଲ୍ କାଟି ସେଥିରେ କମ୍ବଳ ତିଆରି କରୁଛନ୍ତି । ତାହାକୁ ବଜାରରେ ବିକ୍ରି କରି ଭଲ ପଇସା ରୋଜଗାର କରୁଛନ୍ତି । ତା’ଛଡା ଆପଣମାନେ ଆମର କ୍ଷୀର ପିଉଛନ୍ତି ଦରକାର ବେଳେ ଆମକୁ କାଟି ଆପଣ ଖାଉଛନ୍ତି । ଏତେ ଉପକାର ଆମ ମାନଙ୍କ ଠାରୁ ପାଉଛନ୍ତି ଅଥଚ ଆମ ମାନଙ୍କ ପ୍ରତି ଏତେ ଅବହେଳା କାହିଁକି? କିନ୍ତୁ କୁକୁର ମାନେ ତ ସଦା ସର୍ବଦା ଆରାମ୍ରେ ରହୁଛନ୍ତି ତାଙ୍କ ପ୍ରତି ଆପଣ ଏତେ ଉଦାର କାହିଁକି? ଏତେ ପାତର ଅନ୍ତର କ’ଣ ପାଇଁ କରୁଛନ୍ତି ଆପଣ?
ଏ କଥା ଶୁଣି ମେଷ ପାଳକ ଚୁପ୍ ରହିଲେ । କିଛି ମଧ୍ୟ କହିଲେ ନାହିଁ । ପରନ୍ତୁ ଗୋଟିଏ କୁକୁର ମୋଟେ ଚୁପ୍ ହୋଇ ରହି ପାରିଲା ନାହିଁ । ସେ ଫଟ୍କରି ଉତ୍ତର ଦେଲା କି – ତୁମେ ମାନେ ସବୁ ପାଗଳ ଅଟ । ଭଗବାନ୍ ତୁମ ମାନଙ୍କ ମୁଣ୍ଡରେ ଟିକିଏ ହେଲେ ବି ବୁଦ୍ଧି ଦେଇ ନାହାଁନ୍ତି । ଟିକିଏ ଚିନ୍ତା କର ତ – ଯଦି ଆମେ ମାନେ ତୁମର ରକ୍ଷା କରୁ ନଥାନ୍ତୁ ତେବେ ଗଧିଆ, ବାଘ ଇତ୍ୟାଦି ପଶୁ ମାନେ ତୁମ ମାନଙ୍କୁ ମାରି ତୁମ ମାନଙ୍କର ବଂଶ ଲୋପ କରି ଦେଇ ଥାନ୍ତେ ନା ନାହିଁ? ତେବେ ମାଲିକ ଆମର ଉପଯୁକ୍ତ ଯତ୍ନ ନେଉ ଥିବାରୁ ଆମେ ମାନେ ତୁମକୁ ରକ୍ଷା କରୁଛୁ ନା ବିଭିନ୍ନ ବିପଦରୁ । ଆମେ ମାନେ ସୁସ୍ଥ ରହିଲେ ସିନା ଯାଇ ତୁମେ ମାନେ ମଧ୍ୟ ସୁସ୍ଥ ରହି ପାରିବ । ନ ହେଲେ ହିଂସ୍ରପ୍ରାଣୀଙ୍କ ଆହାର ହୋଇଯାଇଥାନ୍ତ ।
ମେଣ୍ଢାମାନଙ୍କର ଦଳପତି କହିଲା ଠିକ୍ କଥା । ମାନୁଛି ଆମ୍ଭେମାନେ ତୁମେ ମାଲିକର କାମରେ ନୁହେଁ, ତୁମେ ମାନେ ଆମର କାମରେ ଆସୁଛ ପ୍ରତିଦିନ । ଆଚ୍ଛା ଏଥର ଆମ ମୁଣ୍ଡରେ ପଶିଲା କି ସଂସାରରେ କୌଣସି ବସ୍ତୁ ନାହିଁ ଯାହା ବେକାର ରହୁଛି । ସେ ସବୁ କିଛି ନା କିଛି କାମରେ ଦିନେ ନା ଅବଶ୍ୟ ଆସିବ ।