ଜମିଦାର ବିଜୟ କେତେ ସ୍ଥାନରେ କିଭଳି ଦାୟିତ୍ୱ ମାନ ତୁଲାଇଛନ୍ତି, ସେକଥା ପଚାରିଲେ ଓ ବିଜୟ ସେସବୁର ଉତ୍ତର ଦେଲେ ।
ଶେଷରେ ବିଜୟ ନିଜ ସମ୍ପର୍କରେ ଏହି ମନ୍ତବ୍ୟ ଦେଲେ ଯେ, “ସବୁ ଆଡେ ମୁଁ ତ ଦକ୍ଷ ଭାବରେ କାର୍ଯ୍ୟ ତୁଲାଇଛି । ଏସବୁ ପ୍ରଶଂସାପତ୍ର ହିଁ ମୋ କାର୍ଯ୍ୟଦକ୍ଷତାର ପ୍ରମାଣ ।”
“ବେଶ୍, ବେଶ୍, ଭଲ କଥା । ତୁମେ ଏବେ ଏଠାରୁ ଯାଇପାର । ଯଥା ସମୟରେ ମୋର ନିଷ୍ପତି ତୁମ୍ଭଙ୍କୁ ଅବଶ୍ୟ ଜଣାଇ ଦିଆଯିବ ।” ଏହା କହି ସେ ଜମିଦାର ବିଜୟଙ୍କୁ ବିଦାୟ ଦେଲେ ।
ବିଜୟ ଯିବା ପରେ ଜମିଦାର କିଶୋରଙ୍କୁ ଡକାଇଲେ ।
କିଶୋର ଆସି ନମସ୍କାର କରି ଠିଆ ହୋଇ ରହିଲେ ।
ତା’ପରେ ଜମିଦାର ତାଙ୍କୁ ପଚାରିଲେ, “ତମେ କାମଟି ତୁଲାଇ ପାରିବ ବୋଲି ଭାବୁଛ?”
କିଶୋର କହିଲେ, “ହଜୁର! ମୋର ସେ ଅଂଚଳ ବିଷୟରେ ବିଶେଷ କିଛି ଧାରଣା ନାହିଁ । ଯଦି ମୋତେ କାମ ଦେବେ, ତେବେ ମୁଁ ତାକୁ ତୁଲାଇବା ନିମନ୍ତେ ନିଶ୍ଚୟ ଚେଷ୍ଟା କରିବି ।”
ସବୁ ଶୁଣି ଜମିଦାର କହିଲେ, “ବେଶ୍! ତାହେଲେ ଆଗାମୀ କାଲି ହିଁ କାମରେ ଯୋଗ ଦିଅ । ଦୁଇ ଚାରିଦିନ ଭିତରେ ତମକୁ ସେଠାକୁ ପଠାଇ ଦିଆଯିବ ।” ଏହା କହି ଜମିଦାର କିଶୋରଙ୍କୁ ବିଦାୟ ଦେଲେ ।
ଏସବୁ ଦେଖି ତାଙ୍କ ଗୁମାସ୍ତା ହସି ହସି ପଚାରିଲେ, “ଆଜ୍ଞା, ଆପଣଙ୍କୁ ବିଜୟର ଏତେ ଗୁଡାଏ ପ୍ରଶଂସାପତ୍ର କାହିଁକି ଆଦୌ ପ୍ରଭାବିତ କଲା ନାହିଁ?”
ତହୁଁ ଜମିଦାର କହିଲେ, “ତା’ର ତ ତା’ ନିଜ ଉପରେ ମୋଟେ ଆସ୍ଥା ନ ଥିବାରୁ ସେ ଅନ୍ୟର ପ୍ରଶଂସା ପତ୍ର ଦ୍ୱାରା ମୋତେ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲା । ମୋ ପ୍ରଶ୍ନର ଉତ୍ତରରେ ସେ ନିଜେ କ’ଣ ଭାବୁଛି ତାହା ନକହି ପ୍ରଶଂସାପତ୍ର ବଢାଇ ଦେବାର ଅର୍ଥ କ’ଣ? ଆଉ ଗୋଟାଏ ମଜା କଥା ହେଲା, ସେସବୁ ପ୍ରଶଂସା ପତ୍ର ବିଶିଷ୍ଟ ଲୋକେ ଦେଇଛନ୍ତି ତାହା ତ ଠିକ୍, କିନ୍ତୁ ଯେଉଁମାନଙ୍କ ପାଖରେ ସେ କାମ କରିଛି, ସେସବୁ ପ୍ରଶଂସକମାନେ ସେମାନଙ୍କ ଭିତରୁ କେହି ବି ନୁହଁନ୍ତି ।”