ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପ୍ରାପ୍ତ ଧନ

ରାମ କହିଲା “ତୁ ଯାହା ବୁଝିଲେ ବୁଝ, କିନ୍ତୁ ଆମକୁ ଧନ ମିଳିଗଲା । ଆମେ ଦୁହେଁ ଏହାକୁ ବାଂଟିନେବା ।”

କିନ୍ତୁ ମାଧବ ବୁଝାଇଲା, “ଦେଖ ଏହାକୁ ବରଂ ଆମେ ନେଇ ଗ୍ରାମାଧିକାରୀଙ୍କୁ ଦେବା । ସେ ହଜାଇଥିବା ଲୋକକୁ ଖୋଜି ତାକୁ ତା’ ଟଙ୍କା ଫେରାଇ ଦେବେ ।”

ଏକଥା ଶୁଣି ରାମ ରାଗିଯାଇ କହିଲା, “ତୁ ଭାବୁଛୁ କି ମୁଁ ନୀତି ନିୟମ ପାଳନ କରେନାହିଁ? ଭାଗ୍ୟବଶରୁ ମୋତେ ଯାହା ମିଳିଲା ତୁ ମୋତେ ସେଥିରୁ ବଂଚିତ କରନାହିଁ । ତୁ ଯଦି ତୋ ଭାଗ ନ ନେବୁ, ଠିକ୍ ଅଛି, ମୁଁ ସେଥିପାଇଁ ଦୁଃଖିତ ।”

ରାମଠାରୁ ମାଧବ ପଚାଶଟି ମୋହର ନେଲା । ଏହାପରେ ସେ ଦୁହେଁ ସହରକୁ ଗଲେ । ରାମ ତା’ର ପରିବାର ପାଇଁ ନୂଆ ଲୁଗା କିଣିଲା । କିନ୍ତୁ ମାଧବ ତା’ ଭାଗ ଠିକ୍ ସେହିପରି ରଖିଲା ।

ଏହି ଘଟଣାର ଠିକ୍ ମାସେ ପରେ ମାଧବ ରାମକୁ କହିଲା, “ରାମ ମୋତେ ସହରରେ ଚାକିରୀଟିଏ ମିଳିଛି ।”

ତା’କଥାରେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ରାମ ପଚାରିଲା, “ଚାକିରୀ? ତୁ ଚାକିରୀ କିପରି ପାଇଗଲୁ?

ତହୁଁ ମାଧବ ବୁଝାଇ କହିଲା “ତେବେ ଶୁଣ  । ସେଦିନ ରାସ୍ତାରେ ମିଳିବା ମୁଦ୍ରାରୁ ତୁ ତ ମୋତେ ଅଧେ ଦେଲୁ । ତା’ପରେ ମୋ ସ୍ତ୍ରୀ ଜମେଇ ରଖିଥିବା ଟଙ୍କାରୁ ପଚିଶଟି ମୁଦ୍ରା ନେଇ ସେଥିରେ ମିଶାଇ ଗ୍ରାମାଧିକାରୀଙ୍କ ପାଖକୁ ମୁଁ ଗଲି ଓ ସବୁକଥା କହି ସେତକ ତାଙ୍କୁ ଦେଲି ।”

ରାମ ପଚାରିଲା “ତା’ମାନେ ମୁଁ ପଚାଶଟି ମୋହର ରଖିଛି ବୋଲି ତୁ ଗ୍ରାମାଧିକାରୀଙ୍କୁ କହିଛୁ, ନା?”

ମାଧବ କହିଲା “ହଁ ସେ ତ ତାହା ଜାଣନ୍ତି! କିନ୍ତୁ ସେ ତୋ ଉପରେ ମୋଟେ ରାଗି ନାହାଁନ୍ତି । ସେ ଜିନିଷ ହଜାଇଥିବା ଲୋକ ଆମରି ଗାଁର ଶିବ । ସେ ସହରରେ ପରିବାପତ୍ର ନେଇ ବିକେ ଓ ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ କରେ । ସେତେବେଳେ ସେମାନେ ସବୁକଥା ଜାଣିବା ପରେ ପଚାରିଲେ ଆଉ ପଚିଶଟି ମୁଦ୍ରା କାହିଁ? ମୁଁ କହିଲି ମାସେ ଦୁଇମାସ ମଧ୍ୟରେ ସେତକ ଦେଇଦେବି ।”

ଏକଥା ଶୁଣି ରାମ ଆଶ୍ଚର୍ଯ୍ୟ ହୋଇ କହିଲା, “ଠିକ୍ ଅଛି, ମୁଁ ଏସବୁ କଥା ତ ଶୁଣିଲି । କିନ୍ତୁ ତୁ ଚାକିରୀ କିପରି ପାଇଲୁ?”

ମାଧବ ପୁଣି କହିଲା “ମୁଁ ତ ଏବେ ତୋତେ ସେହିକଥା ହିଁ କହୁଛି । ସେତେବେଳେ ସେଠାରେ ନବୀନବାବୁ ଉପସ୍ଥିତ ଥିଲେ । ସେ କହିଲେ, “ମାଧବ, ତୁମର ଏପ୍ରକାର ସାଧୁତା ଅତ୍ୟନ୍ତ ପ୍ରଶଂସନୀୟ । ସହରରେ ମୋର ଧନାଗାରରେ ସର୍ବଦା ଲକ୍ଷେ ଟଙ୍କା ରହିଥାଏ । ମୁଁ ତୁମ ଭଳି ଜଣେ ସଚ୍ଚୋଟ ଲୋକକୁ ମନେ ମନେ ବହୁତ ଖୋଜୁଥିଲି । ଭଲ ହେଲା ଏଠାରେ ମୁଁ ତୁମର ଦେଖା ପାଇଲି । କାଲିଠାରୁ ତମେ ସହର ଯାଇ ସେହି ଚାକିରୀଟି କର ।”

ମାଧବର ସମସ୍ତ କଥା ଶୁଣି ରାମ ଦୁଃଖରେ କହିଲା “ତା’ ମାନେ ତୁ ମୋତେ ଛାଡି ସହରକୁ ଚାଲିଯିବୁ, କିନ୍ତୁ ମୁଁ ମୋର ଲୋଭ ଯୋଗୁଁ ଦଣ୍ଡ ପାଇଲି । ଠିକ୍ ଅଛି ।”

ତା’କଥାରେ ମାଧବ ହସି ହସି କହିଲା, “ଦୁଃଖ କରନା ରାମ । ମୁଁ ତୋ କଥା ମଧ୍ୟ ତାଙ୍କୁ କହିଛି । ଦାରିଦ୍ର୍ୟ ଯୋଗୁଁ ହିଁ ତୁ ଟଙ୍କା ରଖିଲୁ, କିନ୍ତୁ ଅସାଧୁ ଗୁଣ ଯୋଗୁଁ ନୁହେଁ । ତୁ ଅସାଧୁ ହୋଇଥିଲେ ମୋତେ ସେ ଟଙ୍କାରୁ ଅଧେ କାହିଁକି ବା ଦେଇଥାନ୍ତୁ? ମୋ କଥା ସେ ବୁଝିଲେ । ତେଣୁ ସେ ତୋତେ ମଧ୍ୟ ଚାକିରୀଟିଏ ଦେବାର ପ୍ରତିଶୃତି ଦେଇଛନ୍ତି ।”

ପରଦିନ ମାଧବ ଚିଠି ପାଇଲା, “ସବୁ ବ୍ୟବସ୍ଥା ହୋଇଛି । ଆଉ ବିଳମ୍ବ କର ନାହିଁ । ଦୁଇଜଣଙ୍କ ପାଇଁ ଚାକିରୀର ବନ୍ଦୋବସ୍ତ ହୋଇଛି । ତେଣୁ ଶୀଘ୍ର ଆସ ।”

ପରିଶେଷରେ ସେ ଦୁଇବନ୍ଧୁ ଖୁସି ହୋଇ ଯେ ଯାହାର ପରିବାର ଧରି ସହରକୁ ଚାଲିଗଲେ ଓ ସେଠି ଖୁବ୍ ଆନନ୍ଦରେ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ