ଗୋଟିଏ ବେପାରୀ ପାଖରେ ଗୋଟିଏ ଘୋଡା ଥିଲା ତା ସହିତ ଗୋଟିଏ ଗଧ ମଧ୍ୟ ଥିଲା । ସେ ଘୋଡାରେ ଚଢି ତଥା ଗଧ ଉପରେ ବୋଝ ଲଦି ଗାଁ କୁ ଗାଁ ବୁଲି ବୁଲି ସାଲ୍ ସବୁ ବିକୁ ଥିଲା । ମାଲିକ ଘୋଡାକୁ ବହୁତ ସ୍ନେହ ଶ୍ରଦ୍ଧା କରିବା ସଂଗେ ସଂଗେ ତା’ର ଖାଦ୍ୟାପେୟର ଉପଯୁକ୍ତ ଯତ୍ନ ନେଉ ଥିଲା । କିନ୍ତୁ ଗଧ କଥା ଟିକିଏ ବି ଚିନ୍ତା କରୁ ନଥିଲା ।
ଏକଦା ବେପାରୀ ଜଣକ ଘୋଡା ଉପରେ ସବାର ହୋଇ ଗଧ ପିଠିରେ ବୋଝ ଲଦି ଅଲଗା ଗାଁକୁ ଯାଉ ଥିଲେ । ଗଧ ଥିଲା ଦୁର୍ବଳ ତଥା ଏତେ ବୋଝ ଲଦି ଥିଲା ତା’ଛଡା ରାସ୍ତା ସବୁ ଆବଡା ଖାବଡା ଥିଲା । ତେଣୁ ଏଭଳି ରାସ୍ତାରେ ଗଧଟି ଅତି ସତର୍କ ଭାବରେ ଯାଉ ଥିଲା । ତା’ପରେ ଗଧ ବ୍ୟସ୍ତ ହୋଇକି କହିଲା – ଘୋଡା ଭାଇ ମୋର ଏତେ ବୋଝରୁ ତୁମେ ଟିକେ ବୋଝ ମୋ ଠାରୁ ନିଅ । ଆଉ ମୁଁ ଏତେ କଷ୍ଟରେ ଚାଲି ପାରୁ ନାହିଁ । ତୁମେ ମୋର ଏତିକି ଉପକାର କଲେ ମୁଁ ଜୀବନ ସାରା ତୁମର ଉପକାରକୁ କେବେ ଭୁଲିବି ନାହିଁ । ଆଉ କଥା ଦେଉଛି ଜୀବନ ସାରା ତୁମର ସେବା ମୁଁ କରିବି ।
ଏକଥା ଶୁଣି ଘୋଡା ଚିଡି ଉଠି କହିଲା – ତୁମେ କ’ଣ କହୁଛ? ଗଧ ଛୁଆ । ମୁଁ କେବେ ବୋଝ ଭଉଣୀ କରିଛି ଯେ ଆଜି ତୁମେ କହିବା ସଂଗେ ସଂଗେ ମୁଁ ତୁମର ବୋଝ ଭଉଣୀ କରିବି । ଖବରଦାର୍ ଏଭଳି କଥା ଆଉ କେବେ କହିବ ନାହିଁ । ଦେଖିଛ ତ ମୋର ଖାତିର୍ଦାରି କେମିତି ହେଉଛି ।