ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପ୍ରାୟଶ୍ଚିତ

ବିଚରା ଗଧ – ଆଉ କିଛି କହିଲା ନାହିଁ କେବଳ ଆଖିରୁ ଅଶ୍ରୁ ଗଡାଇଲା । ରାସ୍ତାରେ ଚାଲିବା ତା ପକ୍ଷରେ ଅସମ୍ଭବ ହୋଇ ପଡିଲା । ନିଜର ଭାରସାମ୍ୟ ହରାଇ ସେ ରାସ୍ତା କଡରେ ଥିବା ଖାଲ ମଧ୍ୟରେ ଗଧଟି ଅଚାନକ ପଡି ଗଲା । ଆଉ ପଡିବା ସଂଗେ ସଂଗେ ତା’ର ଗୋଟିଏ ଗୋଡର ହାଡ ଭାଙ୍ଗି ଗଲା । ବେପାରୀ ଜଣକ କ’ଣ କରିବ ଏଥର? ସେ ସଂଗେ ସଂଗେ ଗଧ ପିଠିରୁ ସବୁ ବୋଝ ବାହାର କରି ଘୋଡା ପିଠିରେ ଲଦିଲା । ତା’ପରେ ଗଧକୁ ମଧ୍ୟ ସେହି ଘୋଡାର ପିଠି ଉପରେ ଲଦି ଦେଲା । ଘୋଡା ଏତେ ଓଜନ ବୋହିବାରେ ଅକ୍ଷମ ଥିଲା ତଥାପି ସେ ବହୁ କଷ୍ଟରେ ତାହାକୁ ବୋହିବାକୁ ଲାଗିଲା ।

ମୁସିବତ୍ ଆସି ଥିବାରୁ ଘୋଡାର ସବୁ ଅଭିମାନ ନିମିଷକ ମଧ୍ୟରେ ଉଭେଇ ଗଲା । ସେ ପଶ୍ଚାତାପ କରୁ କରୁ ଭାବି ନେଲା କି – ହାୟ ଏଇଟା ତ ବହୁତ ଖରାପ କଥା ହେଲା । ମୁଁ ଏତେ ଭାରି ବୋଝକୁ କେମିତି ନେଇ ଚାଲିବି? ବିଚରା ଗଧ କହି ଥିଲା – ବାସ୍ ଅଳ୍ପ କିଛି ବୋଝ ତୁମେ ଲଦି ଚାଲ । ଯଦି ମୁଁ ସେତେବେଳେ ଗଧର କଥାରେ ରାଜି ହୋଇ ଥାନ୍ତି ତେବେ, ସେ ଗାତରେ ପଡିବା ତଥା ଏହି ପାହାଡ ପରି ମାଲ୍ ପତ୍ର ମୋତେ ବୋହିବାକୁ ପଡି ନଥାନ୍ତା ।

ତେବେ ଯାହା ତ ହୋଇ ଯାଇଛି ଯାଇଛି, ଏବେ ପଶ୍ଚାତାପ୍ କଲେ ଫଳ କ’ଣ ମିଳିବ? ମୋର ଆଗରୁ ଭାବିବାର ଥିଲା ଯେ ଗଧର କିଛି ବୋଝ ମୁଁ ଯଦି ବୋହି ଥାନ୍ତି ତେବେ ଆଜି ମୋତେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡି ନଥାନ୍ତା । ମୋର କର୍ତ୍ତବ୍ୟ ଥିଲା ଗଧକୁ ସାହାଯ୍ୟ କରିବା । ଦୁର୍ବଳର ଦୁଃଖକୁ କିଛି ପରିମାଣରେ ଲାଘବ କରିବା । ତାଙ୍କ ହାତ ସହିତ ହାତ ମିଳାଇ ସାହାଯ୍ୟ କରିବା । ତେବେ ବର୍ତ୍ତମାନ ମୋର ପ୍ରାୟଶ୍ଚିତ କରିବା ହିଁ ସାର ହେବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ