ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଫଳନ୍ତି ବୃକ୍ଷ

ବହୁ ପୁରାତନ କାଳର କଥା । ପାହାଡର ପାଦ ଦେଶରେ ଗୋଟିଏ ବଡ ଗାଁ ଥିଲା । ଏହି ଗ୍ରାମର ବାହାରେ ଏକ ସୁନ୍ଦର ବୃକ୍ଷଟିଏ ଥାଏ । ସେହି ବୃକ୍ଷରେ ଫଳ ଭର୍ତି ହୋଇଥାଏ । ବାଟରେ ଯିଏ ଯାଆନ୍ତି ଗଛଟିକୁ ଚାହାଁନ୍ତି । କେତେଜଣ ମଧ୍ୟ ଏତେ ସୁନ୍ଦର ପାଚିଲା ଫଳ ଦେଖି ଲୋଭ ସମ୍ଭାଳି ପାରନ୍ତି ନାହିଁ । ଫଳଟି ଦେଖିବାକୁ ଏତେ ସୁନ୍ଦର ହେଲେ କ’ଣ ହେଲା, ଫଳଟି ଯିଏ ଖାଆନ୍ତି କିଛି ସମୟ ପରେ ସେମାନେ ବେହୋସ୍ ହୋଇ ପଡନ୍ତି । ଏପରିକି କେତେକ ମଧ୍ୟ ମୃତ୍ୟୁ ବରଣ କରନ୍ତି । ସେହି ଗ୍ରାମରେ ଚାରିଜଣ ଠକ ପ୍ରକୃତିର ଲୋକ ରହୁଥାଆନ୍ତି । କାମ ନକରି ସବୁ ସମୟରେ ପରଧନକୁ କିପରି ଅକ୍ତିଆର କରିବେ ସେମାନଙ୍କର ଇଚ୍ଛା । ସେମାନଙ୍କର ନାମ ହେଉଛି ରାମ, କାଲା, ଶିବୁ , ଶାମୁ । ଏମାନଙ୍କ ମଧ୍ୟରେ ରାମ ହେଉଛି ସର୍ଦ୍ଧାର୍ । ତାରି କଥାରେ ଏମାନେ ସମସ୍ତେ ପରିଚାଳିତ ହୁଅନ୍ତି । ସେମାନେ ଯେମିତି ଜାଣିଲେ ଯେ, ବୃକ୍ଷର ଫଳ ଖାଇଲେ ଜଣେ ବେହୋସ୍ ହୋଇଯିବ, ସେମାନଙ୍କ ମନକୁ ଏକ ବୁଦ୍ଧି ଆସିଲା ।

       ରାମ କହିଲା, “ବଂଧୁମାନେ! ଏଥର ଆମେ ଏହି ନିକଟରେ ଯିବା ଆସିବା ସମୟରେ ଜଗିରହିବା । ଯାତ୍ରୀମାନେ ତ’ ଏଇ ବାଟ ଦେଇ ସବୁବେଳେ ଯିବା ଆସିବା କରୁଛନ୍ତି । ସେମାନେ ଲୋଭ କରି ଏହି ଫଳକୁ ଖାଇବା ପରେ କିଛି ସମୟ ଗଲେ ରାସ୍ତାରେ ବେହୋସ୍ ହୋଇ ପଡିଯିବେ । ଏହାପରେ ଆମେ ସେମାନଙ୍କ ଧନରତ୍ନ ଆରାମ୍ରେ ଲୁଣ୍ଠନ କରିପାରିବା । ପ୍ରକୃତରେ ଭଗବାନ ଆମକୁ ଏତେଦିନ ପରେ ସହାୟ ହୋଇଛନ୍ତି । ଆମକୁ ତା’ହେଲେ ଆଉ ଯାତ୍ରୀମାନଙ୍କୁ ଅତ୍ୟାଚାର କରି ଲୁଣ୍ଠନ କରିବାକୁ ପଡିବ ନାହିଁ ।” ରାମର କଥା ସମସ୍ତଙ୍କ ମନକୁ ପାଇଲା । ତାରି କଥା ଅନୁସାରେ ସମସ୍ତେ ସବୁଦିନ ଆସି ସେହି ସ୍ଥାନରେ ଛପି ଯାଆନ୍ତି । ଯାତ୍ରୀମାନେ ଲୋଭର ବଶବର୍ତ୍ତୀ ହୋଇ ଫଳ ଖାଇଲେ, କିଛି ସମୟପରେ ସେମାନେ ବେହୋସ୍ ହୋଇ ପଡିଯାଆନ୍ତି । ଏହାପରେ ରାମ ଓ ତା’ର ଦଳ ସେମାନଙ୍କୁ ଲୁଣ୍ଠନ କରି ଧନରତ୍ନ ନେଇଯାଆନ୍ତି । ଏହିପରି କୁକାର୍ଯ୍ୟ ସେମାନେ ପ୍ରତିଦିନ କରିଚାଲି ଥାଆନ୍ତି । ଏହାଦ୍ୱାରା ସେମାନେ ଯେଉଁ ଧନ ପାଆନ୍ତି ଚାରିଜଣ ଯାକ ବାଂଟି ନେଇଯାଆନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ