ଏହା ପରେ ପଶୁ ମାନଙ୍କ ଠାରୁ ତଡା ଖାଇ ସେ ପକ୍ଷୀ ମାନଙ୍କ ଦଳରେ ଯାଇ ମିଶିବା ପାଇଁ ଚାହିଁଲା । ରୁହ! ଆସି ଗଲା କୁମ୍ଭୀର କାନ୍ଦଣା କରୁଥିବା ଜୀବଟିଏ । କୁହ ତୁମର ଥଂଟ କୁଆଡେ ଗଲା? ପର କାହିଁ? ପୁଣି ଲମ୍ବା ଲମ୍ବା କାନ ମଧ୍ୟ ଅଛି । ଯାଅ ତୁମେ ତୁମ କାମ ଦେଖ? ଆମେ କିନ୍ତୁ ତୁମକୁ ପକ୍ଷୀ ଜାତି ସହିତ ମିଶାଇ ପାରିବୁ ନାହିଁ ।
ଏହା ପରେ ସେ ଦୀର୍ଘ ଶ୍ୱାସ ନେଇ ମୂଷା ପାଖରେ ପହଁଚିଲା । ମୂଷା ପାଖରେ ପହଁଚି କହିଲା – ମୂଷା ଭାଇ ତୁମେ ମୋତେ ତୁମ ଜାତିରେ ଶାମିଲ୍ କର । ଦେଖ ମୋର କେତେ ବଡ ବଡ କାନ ଠିକ୍ ତୁମ କାନ ଭଳି । ପୁଣି ତୁମେ ଯେମିତି ତୁମ ଛୁଆକୁ କ୍ଷୀର ପିଆଅ ମୁଁ ମଧ୍ୟ ମୋ ଛୁଆକୁ ଠିକ୍ ତୁମ ପରି କ୍ଷୀର ପିଆଏ ।
ଆସି ଗଲା ଧୋକା ବାଜ୍ ଜନ୍ତୁ ଯିଏ ଆସି କହିଲା କି ମୋତେ ତୁମ ଜାତିରେ ମିଶିବାକୁ ଦିଅ । ଆଚ୍ଛା କହିଲ ଦେଖି – ତୁମର ଗୋଡ ଅଛି? ତୁମେ ମୂଷା ଯେମିତି ଚାଲେ ସେମିତି ଚାଲି ପାରୁଛ? ତୁମର ଏତେ ବଡ ବଡ ଡେଣା ଅଛି ଆଉ ତୁମେ ଆକାଶରେ ଉଡି ବୁଲୁଛ । ଦେଖ ଭାଇ ଏଥିରେ ଖରାପ ଭାବିବାର କିଛି ନାହିଁ ।
ଦେଖ ଭାଇ ତୁମେ ନା ମୂଷା ନା ମୂଷା ଜାତିରେ କେବେ ମିଶି ପାରିବ । ବର୍ତ୍ତମାନ ବାଦୁଡି କ’ଣ କରିବ? ବାସ୍ ସେ ଚୁପ୍ ଚାପ୍ ଗଛ ଡାଳରେ ଓଲଟା ଲଟକି ରହିଲା । ସେହି ଦିନ ଠାରୁ ସେ ରାତିର ଅନ୍ଧକାରରେ ଏକୁଟିଆ ଶିକାର କରି ନିଜର ଜୀବନ ବଂଚାଇ ରହୁଛି ।
ଅବସରବାଦୀ ମାନଙ୍କର ଭଲ ହୁଏ ନାହିଁ । ଯେତେ ବେଳେ କି ତାହାର ଭେଦ ଖୋଲି ଯାଏ । ତା’ପରେ ତାକୁ କେହି ବିଶ୍ୱାସ କରନ୍ତି ନାହିଁ । ଫଳରେ ସେ କାହାକୁ ଲଜ୍ୟାରେ ମୁହଁ ଦେଖାଇ ପାରେ ନାହିଁ । ଲୁଚି ଲୁଚି ରହେ ।