ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବକ ଜାତକ

       କେତେକ ମାଛ ବଗର କଥାରେ ସନ୍ଦେହ କଲେ । ସେମାନେ କହିଲେ – “ବଗ କେବେ ମାଛଙ୍କ ଭଲପାଇଁ ଭାବନା କରିବା ଆମେ ଶୁଣିନୁ । ତୁମେ ଯେ ଆମକୁ ଭୁଲାଇ ନେଇ ଖାଇନଯିବ ତା’ କିଏ କହିବ? ଆଉ ଗୋଟିଏ ବଡ ପୋଖରୀ ଅଛି କି ନାହିଁ ସେକଥା ମଧ୍ୟ ଆମକୁ ଜଣାନାହିଁ । ତୁମ କଥାରେ କି ବିଶ୍ୱାସ ଅଛି?”

       ବଗ କହିଲା – “ତୁମେମାନେ ଯାହା କହୁଚ ତା’ ଠିକ୍କଥା । ତେବେ ସଂସାରରେ ରହିଲେ କାହାରିକୁ ହେଲେ ବିଶ୍ୱାସ କରିବାକୁ ପଡିବ । ତା’ନକଲେ ଚଳିପାରିବନି । ହଉ, ତୁମ ଭିତରୁ ଜଣେ କେହି ମୋ ସାଙ୍ଗରେ ଆସ, ମୁଁ ତାକୁ ନେଇ ପୋଖରୀଟି ଦେଖାଇଦେବି । ତେବେ ତ ତୁମମାନଙ୍କର ବିଶ୍ୱାସ ହବ?”

       ମାଛମାନେ ବଗର କଥାରେ ରାଜି ହେଲେ । ଜଣେ ମାଛ ବଗ ସାଙ୍ଗରେ ଯିବ ବୋଲି ଠିକ୍ ହେଲା । ମାଛମାନଙ୍କ ଭିତରେ ଗୋଟିଏ ବଡ ମାଛଥିଲା । ତା’ର ଗୋଟିଏ ଆଖି ଫୁଟିଯାଇଥିଲା । ତେଣୁ ତା’ର ନାମ ଥିଲା ଏକଆଖିଆ । ମାଛମାନେ କହିଲେ – “ଆଗେ ଏକଆଖିଆ ଯାଇ ପୋଖରୀଟି ଦେଖିଆସୁ, ବଗର କଥା ସତ କି ମିଛ ଜାଣିବା । ଯଦି ବଗ ଠକୁଥାଏ ତେବେ ଏକଆଖିଆ ତାକୁ ମାରିଦେଇପାରିବ ।”

       ବଗ ଏକଆଖିଆକୁ ଥଂଟରେ ଧରି ଉଡିଗଲା । ସେ ତାକୁ ଗୋଟିଏ ବଡ ପୋଖରୀରେ ଛାଡିଦେଲା । ଏକଆଖିଆ ସେ ପୋଖରୀର ପାଣିରେ ଖୁସିରେ ଢେର ବେଳଯାଏଁ ପହଁରିଲା । ସେ ଦେଖିଲା ଯେ, ସତରେ ପୋଖରୀରେ ଢେର ପାଣି ଅଛି । ପାଣି ଶୁଖିଯିବାର ଡର ନାହିଁ । ତା’ପରେ ବଗ ଏକଆଖିଆକୁ ପୁଣି ଆଣି ଛୋଟ ପୋଖରୀରେ ଛାଡିଦେଲା । ଏକଆଖିଆ ମାଛମାନଙ୍କୁ କହିଲା ଯେ, ବଗର କଥା ସତ ।


ଗପ ସାରଣୀ

ତାଲିକାଭୁକ୍ତ ଗପ