ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବକ ଜାତକ

       ତା’କଥା ଶୁଣି ସବୁ ମାଛ ଭାବିଲେ – ବଗଭାଇ ଆମର ମଙ୍ଗଳ କରିବାକୁ ଚାହୁଁଚି । ଆମେ ମିଛଟାରେ ତାକୁ ସନ୍ଦେହ କରୁଥିଲୁ ।

       ଏଥର ସବୁ ମାଛ ଆଗେ ନୂଆ ପୋଖରୀକୁ ଯିବାପାଇଁ ଜିଦ୍ କଲେ । ବଗ କହିଲା – “ଆରେ ଭାଇ ! ତୁମମାନଙ୍କୁ ମୁଁ ଏକା ବେଳକେ କିପରି ନେବି? ଜଣ ଜଣ ହୋଇ ଆସ । ଜଣକୁ ନେଇ ଛାଡିଦେଇ ଆସିଲେ ସିନା ଆଉ ଜଣକୁ ନେବି ।”

       ଏକଆଖିଆ କହିଲା – “ଭାଇ ! ମତେ ଆଗ ନେଇଯାଅ ।”

       ବଗ ତାକୁ ଥଂଟରେ ଧରି ଉଡିଗଲା । ସେ ତାକୁ ଆଗଥର ଭଳି ପୋଖରୀରେ ଛାଡିଲା ନାହିଁ । ଉପରୁ ଗୋଟିଏ ପଥର ଉପରକୁ ଖସାଇଦେଲା । ପଥରରେ ପଡି ମାଛଟା ମରିଗଲା । ବଗ ବଡ ଆନନ୍ଦରେ ତାକୁ ଖାଇଲା ।

       କିଛି ସମୟ ଗଲା । ବଗ ପୁଣି ଛୋଟ ପୋଖରୀକୁ ଆସିଲା ଓ କହିଲା – “ଏକଆଖିଆକୁ ତ ବଡ ପୋଖରୀରେ ଛାଡିଦେଲି । ସେ ସେଠି ଆନନ୍ଦରେ ପହଁରୁଚି । ଆଉ କିଏ ଯିବ ଆସ ।”

       ଆଉ ଗୋଟିଏ ମାଛ ବାହାରିପଡି କହିଲା – “ଏଥର ମତେ ନେଇଯାଅ ।”

       ବଗ ବଡ ଖୁସିରେ ତାକୁ ଥଂଟରେ ନେଇ ଆକାଶରେ ଉଡିଗଲା । ମାଛଟାକୁ ଖୁବ୍ ଉଚ୍ଚରୁ ପଥର ଉପରକୁ ଫିଙ୍ଗିଦେଲା । ସେଇଟା ପଥରରେ ଛେଚି ହୋଇ ମରିଗଲା । ବଗ ତଳକୁ ଓହ୍ଲାଇଯାଇ ସେ ମାଛକୁ ବି ଖାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ