ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବକ ଜାତକ

       ଏମିତି ଗୋଟି ଗୋଟି କରି ମାଛ ନେଇ ବଗ ଖାଇବାକୁ ଲାଗିଲା । କ୍ରମେ ପୋଖରୀରୁ ସବୁ ମାଛ ସରିଗଲା । ଶେଷକୁ ରହିଲା ଗୋଟିଏ କଙ୍କଡା । କଙ୍କଡା କହିଲା – “ବଗଭାଇ ! ମାଛମାନଙ୍କୁ ତ ନେଇଗଲ, ମତେ ଏବେ ନୂଆ ପୋଖରୀକୁ ନିଅ । ପାଣି ଶୁଖିଗଲେ ମୁଁ ଏଠାରେ ମରିଯିବି । ମାଛମାନଙ୍କ ଜୀବନ ତ ତୁମେ ରଖିଲ । ଏଥର ମତେ ଦୟାକର ।”

       କଙ୍କଡାର କଥାରେ ବଗ ରାଜି ହେଲା । ସେ ମନେ ମନେ ଭାବିଲା – ମାଛମାନଙ୍କ ମାଂସ ତ ଖାଇଲି । ଏବେ କଙ୍କଡା ମାଂସ ଚାଖିବି । କଙ୍କଡା ମାଂସ ଭାରି ମିଠା ହୋଇଥିବ । ଏହା ଭାବି ସେ କଙ୍କଡାକୁ କହିଲା – “ହଉ ଭାଇ, ମୁଁ ବି ତତେ ଥଂଟରେ ଧରିନେବି ।”

       କଙ୍କଡା ଉତ୍ତର ଦେଲା – “ନା, ତମେ ମତେ ଥଂଟରେ ଧରି ନେଇପାରିବନି । ମାଛଗୁଡାକଙ୍କର ଦେହ କଅଁଳ । ତେଣୁ ସେମାନଙ୍କୁ ତୁମେ ଥଂଟରେ ଧରି ନେଇଗଲ । ମାତ୍ର ମୋ ଦେହଟା ଟାଣ ଓ ଚିକ୍ଣିଆ । ତମେ ଯେତେ ଜୋର୍ରେ ମତେ ଧରିଲେ ବି ବାଟରେ ମୁଁ ତୁମ ଥଂଟରୁ ଖସିପଡିବି ।”

       ବଗ କହିଲା – “ ତୁ ତା’ ହେଲେ ନୂଆ ପୋଖରୀକୁ ଯାଇପାରିବୁନି ।”

       କଙ୍କଡା କହିଲା – “ନା, ନା, ସେ କଥା କହନି । ଯେମିତିହେଲେ ମତେ ସେଠାକୁ ନିଅ । ମୁଁ ତୁମ ପିଠି ଉପରେ ବସିବି । ଦୁଇ ଗୋଡରେ ତୁମର ଗଳାକୁ ଧରିଥିବି । ତା’ହେଲେ ମୁଁ ପଡିଯିବାର ଡର ନଥିବ ।”

       କଙ୍କଡାର କଥାରେ ବଗ ରାଜି ହେଲା । କଙ୍କଡା ବଗ ପିଠି ଉପରେ ବସିଲା । ଗୋଡଦୁଇଟିରେ ବଗର ବେକକୁ ଧରିଲା । ବଗ ଆକାଶରେ ଉଡି ଉଡି ମାଛମାନଙ୍କୁ ପକାଇ ମାରିଥିବା ପଥର ଉପରକୁ ତାକୁ ନେଇଗଲା ।

       କଙ୍କଡା ଏହାଦେଖି କହିଲା – “ଏ କ’ଣ ବଗଭାଇ? ମତେ ପୋଖରୀରେ ନ ଛାଡି ଏଠାକୁ ଆଣିଲ କାହିଁକି?”


ଗପ ସାରଣୀ

ତାଲିକାଭୁକ୍ତ ଗପ