ବଗ କହିଲା – “ଆରେ ବୋକା, ତଳକୁ ଚାହିଁ ଦେଖେ । ସବୁ ମାଛଙ୍କର କଂଟା ପଥର ପାଖରେ ଜମା ହେଇଚି । ମୁଁ ଗୋଟି ଗୋଟି କରି ସେସବୁ ମାଛଙ୍କୁ ଏଇ ପଥରରେ ଛେଚି ମାରି ଖାଇଚି । ତତେବି ସେମିତି ମାରିଖାଇବି ।”
କଙ୍କଡା ବଗ କଥାରେ ଡରିଲାନି । ସେ ତା’ର ଦୁଇ ଗୋଡରେ ବଗର ବେକକୁ ଚିପିବାକୁ ଲାଗିଲା । ବଗ ଜାଣିଲା ଯେ କଙ୍କଡା ତାକୁ ମାରିଦେବ । ସେ ବିକଳ ହୋଇ କହିଲା – “ଆରେ ମତେ ମାରେନା । ମୁଁ ତୋତେ ମାରିବିନି ।”
କଙ୍କଡା କହିଲା – “ହଉ, ମତେ ଏବେ ପୋଖରୀକୁ ନେଇଚାଲ ।”
ବଗ କଙ୍କଡାକୁ ନେଇ ପୋଖରୀ କୂଳକୁ ଉଡିଗଲା । ହେଲେ କଙ୍କଡା ବଗକୁ ଛାଡିଲାନି । ସେ ତା’ର ଗୋଡରେ ବଗର ବେକକୁ କାଟି ଦି’ଗଡ କରିଦେଲା । ବଗ ମରି ତଳେ ପଡିଲା । କଙ୍କଡା ପାଣି ଭିତରକୁ ଚାଲିଗଲା ।
ଗଛ ଭିତରେ ଥାଇ ବୋଧିସତ୍ୱ ସବୁକଥା ଦେଖୁଥିଲେ । ସେ ମନେ ମନେ ଭାବିଲେ- ଯେ ଅନ୍ୟକୁ ଠକେ, ତାକୁ ପୁଣି ଆଉ କିଏ ଠକିଦିଏ । ପରକୁ ଠକିଲେ କେବେହେଲେ ମଙ୍ଗଳ ହୁଏନି ।