ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଙ୍କୁଲୀ ବାଡି ପ୍ରତି ଭୟ

                ପ୍ରକୃତରେ ତେନାଲୀରାମାଙ୍କର କେହି ବି ଭାଇ ନଥିଲେ । ଯେତେବେଳେ ବିବାହ ସ୍ଥିର ହୋଇଗଲା, ତେନାଲୀରାମା ଏକ ଅନାଥ ଯୁବକକୁ ଖୋଜିବାରେ ଲାଗିପଡିଲେ । ଦୁଇ ତିନି ଦିନ ଖୋଜିବା ପରେ ତେନାଲୀରାମାଙ୍କୁ ଏକ କୋଡିଏ ବାଇଶି ବର୍ଷର ଯୁବକ ମିଳିଗଲା । ସେ ଯୁବକଟି ବହୁତ ପାଠ ପଢିଥିଲା ଏବଂ କର୍ମ ସଂଧାନରେ ସେ ବିଜୟନଗର ରାଜ୍ୟକୁ ଆସିଥିଲା ।

                ତେନାଲୀରାମା ସେହି ଯୁବକକୁ ନିଜ ଘରକୁ ନେଇ ଆସିଲେ । ଦିନେ ସେ କହିଲେ – “ମୁଁ ରମାବାଈଙ୍କର କନ୍ୟା ସହିତ ତୁମର ବିବାହ କରାଇ ଦେବି । ତୁମ ପାଇଁ କର୍ମସଂସ୍ଥାନର ବ୍ୟବସ୍ଥା ମଧ୍ୟ କରିଦେବି । ଏସବୁ ପାଇଁ ତୁମକୁ କେବଳ ମୋର ସାନଭାଇ ହେବାକୁ ପଡିବ । ଏଥିରେ ତୁମର ମତ କ’ଣ?”

                ତେନାଲୀରାମାଙ୍କ କଥାଶୁଣି ଯୁବକଟି ମନେ ମନେ ଖୁବ୍ ଖୁସି ହୋଇଗଲା ଏବଂ ସଂଗେ ସଂଗେ ତେନାଲୀରାମାଙ୍କ କଥାରେ ସେ ନିଜର ସମ୍ମତି ପ୍ରଦାନ କଲା ।

                କିଛି ଦିନ ପରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଲା । ଯେଉଁଦିନ ଝିଅଟି ତା’ଶାଶୁ  ଘରକୁ ଆସିବ, ସେହିଦିନ ତା’ର ମାଆ ତାକୁ ଏକ ଜୋତା ଆଣିଦେଲା ଏବଂ କହିଲା, “ମା’ରେ ତୁ ତ’ ମୋରି ଝିଅ । ମୁଁ ଯେମିତି ତୋ’ ବାପାଙ୍କୁ ମୋର ହାତ ମୁଠାରେ ରଖିପାରିଛି ତୁ ମଧ୍ୟ ଯେପରି ଏଥିରେ ମୋଟେ ଖିଲାପ ନ କରୁ । ମୁଁ ତ’ ପ୍ରତିଦିନ ତୋ ବାପାଙ୍କୁ ଜୋତାରେ ପ୍ରହାର କରେ । ମୋ ଝିଅ ହିସାବରେ ତୋତେ ବି ତୋର ସ୍ୱାମୀଙ୍କୁ ପ୍ରତିଦିନ ପନ୍ଦର ଥର ଜୋତାରେ ମାରିବାକୁ ପଡିବ । ମୋ କହିବା ଅନୁସାରେ ତୁ’ ଯଦି କାର୍ଯ୍ୟ ନ କରୁ ତା’ହେଲେ ସାରା ଜୀବନ ପାଇଁ ମୁଁ ଆଉ ତୋ ମୁହଁ ମୋଟେ ଚାହିଁବି ନାହିଁ ।”

                ଝିଅଟି ଶେଷରେ ମାଆ’ର କଥାରେ ସମ୍ମତି ପ୍ରଦାନ କଲା । ରମାବାଈ ତା’ର ସ୍ୱାମୀଙ୍କୁ ଝିଅ ସାଙ୍ଗରେ ପଠାଇଲେ । ଝିଅ ଯେମିତି ଆସି ତେନାଲୀରାମାଙ୍କ ଘରେ ପହଁଚିଛି, ତେନାଲୀରାମା ଏପରି ରାଗରେ କମ୍ପମାନ ହେଲେ ଯେ,  ଏ ଝିଅଟି ତାଙ୍କୁ ଦେଖି ଖାଲି ଥରିବାକୁ ଲାଗିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ