ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଡଲୋକମାନେ ଅତୀତକଥାକୁ ଭୁଲିଯାଆନ୍ତି ନାହିଁ

                କଲେଜରେ ରାମତୀର୍ଥଙ୍କର ପାଠପଢା ଶେଷ ହେଲା । ସେ ବହୁତ ଭଲ ପାଠପଢୁଥିବାରୁ ପାଠପଢା ଶେଷ ହେଉ ହେଉ ତାଙ୍କୁ ଲାହୋରର ଏକ ପ୍ରତିଷ୍ଠିତ କଲେଜରେ ଅଧ୍ୟାପକ ପଦରେ ନିଯୁକ୍ତି ମିଳିଗଲା ।

                ଏବେ ନୂତନ କାର୍ଯ୍ୟରେ ଯୋଗଦାନ ପାଇଁ ତୀର୍ଥରାମ ବାହାରିଲେ । ମାତ୍ର ସମସ୍ୟା ଥିଲା ଯେ, ସେ ପାଠପଢାବେଳେ ଦୋକାନରୁ ପିଇଥିବା କ୍ଷୀରର ଦାମ୍ ଦେଇ ନପାରି ମାସକର ବାକି ରହିଯାଇଥିଲା । ସୁତରାଂ ପରେ ପଠାଇ ଦେବେ ବୋଲି କହି ଦୋକାନୀ ଠାରୁ ସେ ତୀର୍ଥରାମ ଚାଲିଲେ ଲାହୋର ଅଭିମୁଖେ ।

                ନୂତନ କାର୍ଯ୍ୟରେ ଯୋଗଦାନ କରି ତୀର୍ଥରାମ ନିୟମିତ ରୂପେ ଦରମା ପାଇଲେ । ତେଣୁ ଏବେ ସେ ପ୍ରତିମାସର ଦରମା ଟଙ୍କାରୁ ପ୍ରତିମାସରେ ମନିଅର୍ଡର ଯୋଗେ ପଇସା ପଠାଇବାକୁ ଲାଗିଲେ । ପ୍ରାୟ ଲଗାତାର ଛଅମାସ ଯାଏଁ ଦୋକାନୀ ପଇସା ପାଉଥାଏ । ଏତେଗୁଡାଏ ଟଙ୍କା ବାବୁ କାହିଁକି ପଠାଉଛନ୍ତି ବୋଲି ସେ ଦୋକାନୀ ମଧ୍ୟ ବେଶ୍ ଆଶ୍ଚର୍ଯ୍ୟ ହେଉଥାଏ ।

ଦିନକର କଥା । ସେ ଦୋକାନୀ ଆଉ ଧୈର୍ଯ୍ୟଧରି ରହିପାରିଲା ନାହିଁ । ସିଧା ବାବୁଙ୍କ ନିକଟକୁ ସେ ଦୌଡିଲା । ବାବୁ ତ ସେତେବେଳେ କଲେଜରେ ଥାଆନ୍ତି । ଦୋକାନୀ ବାବୁଙ୍କ ପାଖରେ ପହଁଚି କହିଲା, “ବାବୁ! ଆପଣଙ୍କର ତ କେବଳ ଗୋଟିଏ ମାସର କ୍ଷୀର ପଇସା ହିଁ ବାକି ଥିଲା । ଅଥଚ ଆପଣ ପ୍ରତିମାସରେ ମାସକର କ୍ଷୀର ପଇସା ଠାରୁ ବି ଢେର୍ ଅଧିକ ଟଙ୍କା ପଠାଉଛନ୍ତି । ଏହିଭଳି ଛଅ ମାସ ଯାଏଁ ଆପଣ ପଠାଇଲେଣି । ମୁଁ ମୋ ପାଖରେ ସବୁ ପଇସା ଜମା କରି ରଖିଛି । ସେସବୁ ମୁଁ ଆପଣଙ୍କୁ ଫେରାଇଦେବି । କିନ୍ତୁ ଆପଣ ଆଉ ପଠାଇବେ ନାହିଁ ।”

ବାବୁ  ସେ ଦୋକାନୀ କଥା ଶୁଣି ଏଥର ହସି ହସି କହିଲେ, “ଆଜି ମୋର ସ୍ୱାସ୍ଥ୍ୟ ଯଦି ଅକ୍ଷୁର୍ଣ୍ଣ ରହିଛି ତ ତାହା କେବଳ ତୁମରି କ୍ଷୀର ପିଇଥିବା ଯୋଗୁଁ । ତୁମେ ମୋତେ ଅତି ଆଦରରେ ଯେଉଁ କ୍ଷୀର ବିନାପଇସାରେ ଦେଇଥିଲ ତା’ର ପରିଣାମ ସ୍ୱରୂପ ଏ ଟଙ୍କା ମୁଁ ପଠାଇଛି । ତୁମେ ସିନା ଏତେ ଟଙ୍କା ପାଇଁ ଆଶ୍ଚର୍ଯ୍ୟ ହେଉଛ, ମାତ୍ର, ମୁଁ ତୁମର ଋଣ ଜୀବନସାରା ଲାଗିଲେ ବି ଶୁଝି ପାରିବି ନାହିଁ ।”

ଏଥିରୁ ଜଣାଯାଏ ଯେ, ସାଧାରଣତଃ ବଡ ଲୋକମାନେ ଅତୀତକଥାକୁ ମନେ ପକାଇଥାନ୍ତି । ସେମାନେ ତାଙ୍କ ଜୀବନରେ ଅନ୍ୟର କୃତଜ୍ଞତାକୁ କେବେବି ଭୁଲିନଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ