ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଣ ଆମର ବନ୍ଧୁ

ଏହିକାଠ ତ କେହି ବି ଜାଳନ୍ତି ନାହିଁ । କାହିଁକିନା ଏହା କେବଳ ଠାକୁରଙ୍କ କାମରେ ହିଁ ଲାଗେ । ତୁ ଏଇ ଗଛର ଶୁଖିଲା ଡାଳ ଖଣ୍ଡେ ନେଇ ଛୋଟ ଛୋଟ କରି କାଟିଦେ ଓ ତାପରେ ତାକୁ ନେଇ ବଜାରରେ ବିକ୍ରୀ କରିବୁ । ଯାହା ଫଳରେ କି ତୋତେ ଅଧିକା ପଇସା ମିଳିବ । ଏମିତିକି ତୋ ଅବସ୍ଥା ବି ବଦଳିଯିବ । ହେଲେ ସାବଧାନ ଏଇ ଗଛକୁ କାହାକୁ ବି ଚିହ୍ନାଇବୁ ନାହିଁ ।” କଂଚାଗଛ କେବେ ବି କାଟିବୁ ନାହିଁ । ଏତିକି କହି ଶୁଆ ସାରୀ ଫୁର ଫାର ଉଡି ଚାଲିଗଲେ । ଜଗବନ୍ଧୁ ସେହିକ୍ଷଣି ଉଠି ବସିଲା । ଝାଡି ଝୁଡି ହୋଇ ଗଛ ଉପରକୁ ଅନାଇଲା । ସତକୁ ସତ ଗଛ ଉପରେ ଗୋଟାଏ ଶୁଖିଲା ଡାଳ ଓହଳିଛି । ତା’ପରେ ଜଗବନ୍ଧୁ ଗଛରେ ଚଢି ସେ ଡାଳ ଖଣ୍ଡକୁ ଆଣିଲା ଏବଂ ତାକୁ ଛୋଟ ଛୋଟ କରି ହାଣି ଗାମୁଛାରେ ବାନ୍ଧିଲା ।

ସେଇ ଅଳ୍ପ କାଠକୁ ନେଇ ଜଗବନ୍ଧୁ ବଜାରକୁ ଗଲା । ବାଟରେ ଜଣେ ବ୍ୟବସାୟୀ ତା ସଙ୍ଗେ ଦେଖାହେଲେ । ସେ ଜଗବନ୍ଧୁକୁ ପଚାରିଲେ କ’ଣ ନେଉଛୁ? ଜଗବନ୍ଧୁ କହିଲା ଚନ୍ଦନ କାଠ ।

ବ୍ୟବସାୟୀ – ଏଁ ଚନ୍ଦନ କାଠ! ଦେଖି?

ଜଗବନ୍ଧୁ କାଠ ଦେଖାଇଲା । ବ୍ୟବସାୟୀ ସେଥିରୁ କାଠଖଣ୍ଡେ ନେଇ ଶୁଙ୍ଘିଲେ ଓ

କହିଲେ ସବୁକାଠ ଯାକ ମୁଁ ନେଇଯିବି ।

                କେତେ ଟଙ୍କା ନବୁ କହ?

                ଜଗବନ୍ଧୁ କହିଲା, ମୁଁ ତ ଏ କାଠର ମୂଲ୍ୟ ଜାଣିନାହିଁ ତୁମେ ଯାହା ଦେବ ମୁଁ ନେବି ।

                ସେ ବ୍ୟବସାୟୀ ଜଣକ ଭାରି ଭଲ ଲୋକଥିଲେ ତେଣୁ ସେ ତାଙ୍କ ପକେଟରୁ ଦୁଇଶହ ଟଙ୍କା କାଢି ଜଗବନ୍ଧୁକୁ ଦେଲେ । ଆଉ ମଧ୍ୟ କହିଲେ ତୁ ପ୍ରତିଦିନ ଯଦି ମତେ ଏଇ କାଠ ଆଣି ଦେବୁ ତା ହେଲେ ମୁଁ କିଣି ନେଇଯିବି ।

ଜଗବନ୍ଧୁ ଏତେଗୁଡେ ଟଙ୍କା ପାଇ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲା । ଚନ୍ଦନ କାଠର ମୂଲ୍ୟ ଏତେ ଅଧିକ ବୋଲି ତାକୁ ତ ମୋଟେ ଜଣା ନଥିଲା । ସେ ପ୍ରତିଦିନ କାଠ ଆଣି ଦିଏ ବ୍ୟବସାୟୀ ଜଣକ ନେଇଯା’ନ୍ତି । ଅଳ୍ପଦିନ ଭିତରେ ଜଗବନ୍ଧୁ ଭଲ ଘରଟିଏ କଲା । କିଛି ଚାଷ ଜମି ବି କିଣିଲା । ଜମିରେ ଧାନ ଚାଷ ବି କଲା । ଏହିପରି ଭାବେ ତାର ଅବସ୍ଥା ସଂପୂର୍ଣ୍ଣ ବଦଳିଗଲା । କିନ୍ତୁ ଜଙ୍ଗଲରୁ କେବେ ବି ସିଏ କଂଚା ଗଛ କାଟେ ନାହିଁ । ଯିଏ କାଟେ ତା ଉପରେ ସେ ଜଗବନ୍ଧୁ ଖୁବ୍ ବିରକ୍ତ ହୁଏ ।

ଜଗବନ୍ଧୁ ବେଳେ ବେଳେ ସେଇ ଚନ୍ଦନଗଛ ଛାଇରେ ବସେ । ଶୁଆ ସାରୀଙ୍କୁ ଖୋଜେ । କିନ୍ତୁ ସେମାନେ ଆଉ ଦେଖା ଦିଅନ୍ତି ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ