ସରିତା କଥା ଶୁଣି ତ୍ରିଲୋକ କହିଲେ, “ହଁ ଝିଅ, ବୁଢା ହେଲିଣି ତ, ତେଣୁ ମୁଁ ସବୁକଥା ଭୁଲି ଯାଉଛି ।” ଏତିକି କହି ତ୍ରିଲୋକ ହସି ହସି ସରିତାଠାରୁ ଟଙ୍କା ନେଇ ନିଜ ଗ୍ରାମକୁ ଫେରି ଆସିଲେ । ତା’ପରେ ସେ ସୁରେନ୍ଦ୍ରଙ୍କ ଘରକୁ ଯାଇ ତାଙ୍କୁ ସବୁକଥା କହିଲେ, ସରଳା କିପରି ବ୍ଲାଉଜ୍ କନା ବିଷୟରେ କଥାବାର୍ତ୍ତା କଲା । ଆଉ ସରିତା କିପରି ସେହି ଏକହିଁ କଥା ବିଷୟରେ କଥାବାର୍ତ୍ତା କଲା । ଯେଉଁ ଶାଢୀ ଦୁଇଟି ସେମାନେ ବାଛିଥିଲେ ସେ ଦୁଇଟି ପ୍ରାୟ ଏକ ଓ ଦୁଇଟିଯାକ ଶାଢୀ ସହିତ ବ୍ଲାଉଜ କପଡା ବି ଥିଲା ।
ସବୁ ଶୁଣି ସୁରେନ୍ଦ୍ର କହିଲେ, “ଏବେ ନିର୍ବନ୍ଧ ପାଇଁ ଭଲକରି ଶୁଭ ସମୟ ପାଞ୍ଜି ଦେଖି କୁହ ।”
ଏକଥା ଶୁଣି ତ୍ରିଲୋକ ପଚାରିଲେ, “ଆରେ ପ୍ରଥମେ ଏହା ତ କୁହ କାହାକୁ ବାଛିଲ?”
ବନ୍ଧୁ କଥା ଶୁଣି ସୁରେନ୍ଦ୍ର କହିଲେ, “ତୁମେ ତ ସରିତାକୁ ପସନ୍ଦ କରି ସାରିଲଣି ପୁଣି ମୋର ଆଉ ମତ କ’ଣ?”
ତହୁଁ ସେ ତ୍ରିଲୋକ ପଚାରିଲେ, “କାହିଁକି?”
ତା’ପରେ ସୁରେନ୍ଦ୍ର କହିଲେ, “ସରିତା ସୁନ୍ଦର ଓ ସାଧୁ ସ୍ୱଭାବର । ସରଳା କପଡାଟି ଚାଲାକି କରି ରଖିନେଇ ମିଛ କହିଲା । ଛାଡ, ସେସବୁ ପାଇଁ ତୁମର କେତେ ଖର୍ଚ୍ଚ ହେଲା କୁହ ।”
ଏବେ ତ୍ରିଲୋକ କହିଲେ, “ଆରେ ବଧୁ ନିର୍ବାଚନରେ ମୋର କ’ଣ କୌଣସି ଭୂମିକା ନାହିଁ? ଆଉ ସେଥିପାଇଁ ଖର୍ଚ୍ଚ କରିବାର ଅଧିକାର ମୋର କ’ଣ ନାହିଁ ।”
ତାଙ୍କ କଥା ଶୁଣି ସୁରେନ୍ଦ୍ର କହିଲେ, “ନିଶ୍ଚୟ, ନିଶ୍ଚୟ, ତୁମର ଅଗ୍ର ଅଧିକାର, କାରଣ ତୁମେ ବୋହୁ ବିଷୟରେ ଖବର ଦେଇଛ? ତା’ ଉପରେ ପୁଣି କଷ୍ଟକରି ଏତେ କାମ କରିଛ । ଗୋଟିଏ କଥାରେ କହିଲେ କମଳ ପାଇଁ ବୋହୁ ତୁମେ ହିଁ ବାଛିଛ ।” ତା’ପରେ ସେ ଦୁଇ ବନ୍ଧୁ ମନଖୋଲି ହସିଲେ ।