କଥାଟି ଥିଲା ୧୯୨୪ ମସିହାର । ଥରେ କଟକ ମ୍ୟୁନିସପାଲଟି ପଡିଆରେ ଉତ୍କଳ ପ୍ରାଦେଶିକ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଉଥାଏ । ଏହାର ଆୟୋଜକ ଥାଆନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ । ଏହାକୁ ପରିଚାଳନା କରିବା ପାଇଁ ବାରିଷ୍ଟର ମଧୁସୂଦନ ଦାସ, ଜନନେତା ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ, ସର୍ବୋଦୟ ସେବକ ଗୋପବନ୍ଧୁ ଚୌଧୁରୀ ଆଦି ନେତୃବୃନ୍ଦ ନିଯୁକ୍ତ ହୋଇଥାନ୍ତି ।
ସେ ଅଧିବେଶନରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଗୋପବନ୍ଧୁଙ୍କ ନେତୃତ୍ୱରେ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରମାନେ ସ୍ୱେଚ୍ଛାସେବକ ଦାୟିତ୍ୱରେ ଥାଆନ୍ତି । ସେମାନଙ୍କୁ କଡାକଡି ନିର୍ଦ୍ଧେଶ ଥାଏ ଯେ, ପ୍ରବେଶପତ୍ର ବିନା ସେମାନେ ଯେପରି କାହାରିକୁ ବି ସେ ସଭାସ୍ଥଳକୁ ଛାଡିଦେବେ ନାହିଁ ।
ନିଜ ନିଜର ପ୍ରବେଶପତ୍ର ଦେଖାଇ ଲୋକମାନେ ଭିତରକୁ ଯାଉଥାନ୍ତି । ଠିକ୍ ଏତିକିବେଳେ ସ୍ୱଭାବକବି ଗଙ୍ଗାଧର ମେହେର ଫାଟକ ନିକଟରେ ଆସି ପହଁଚିଗଲେ । ଫାଟକ ନିକଟରେ ଥିବା ସ୍ୱେଚ୍ଛାସେବୀମାନେ ମେହେରଙ୍କୁ ଆଗରୁ ଚିହ୍ନିଥିଲେ ମଧ୍ୟ ତାଙ୍କ ପାଖରେ ପ୍ରବେଶପତ୍ର ନ ଥିବାରୁ ଭିତରକୁ ତାଙ୍କୁ ଛାଡିଦେଲେ ନାହିଁ । ସେହି ଗେଟ୍ ପାଖରେ ତାଙ୍କୁ ସେମିତି ଠିଆ କରାଇଦେଲେ ।