ଠିକ୍ ଏତିକିବେଳେ ମଧୁବାବୁ ଆସି ସେଠାରେ ପହଁଚିଗଲେ । ତାଙ୍କୁ ସ୍ୱେଚ୍ଛାସେବୀମାନେ ପ୍ରବେଶପତ୍ର ମାଗିଲେ । ତା’ପରେ ମଧୁବାବୁ ପକେଟରୁ ପ୍ରବେଶପତ୍ର ବାହାର କରୁ କରୁ କବି ମେହେରଙ୍କ ଉପରେ ହଠାତ୍ ତାଙ୍କର କାହିଁକି ନଜର ପଡିଗଲା ତହୁଁ ସେ ଅସନ୍ତୁଷ୍ଟ ସ୍ୱରରେ ସେହି ସ୍ୱେଚ୍ଛାସେବୀମାନଙ୍କୁ କହିଲେ, “କବିଙ୍କୁ କ’ଣ ଚିହ୍ନି ନାହଁ ଯେ, ତାଙ୍କୁ ଏଠାରେ ଠିଆ କରି ରଖିଛ?” ସିଏ ପରା ଆମର ପ୍ରଖ୍ୟାତ କବି ଗଙ୍ଗାଧର ମେହେର?
ଏହା ଶୁଣି ସ୍ୱେଚ୍ଛାସେବୀମାନେ ଉତ୍ତର ଦେଲେ, “ଏଠାରେ ଚିହ୍ନା ଅଚିହ୍ନାର ପ୍ରଶ୍ନ ଆସିଲା ଆଉ କୁଆଡୁ? ତାଙ୍କ ପାଖରେ ତ ପ୍ରବେଶପତ୍ର ନାହିଁ, ତାଙ୍କୁ ଭିତରକୁ ଛାଡିବୁ କିପରି? ଭିଡ କମିଲେ ହିଁ ଆମ ଭିତରୁ କିଏ ଜଣେ ଯାଇ ପ୍ରବେଶପତ୍ର ଆଣିଲେ ହିଁ ସେ ଭିତରକୁ ଯିବେ ସିନା । ବିନା ପ୍ରବେଶପତ୍ରରେ ଭିତରକୁ ଛାଡିଦେଲେ ଶୃଙ୍ଖଳା ଭଙ୍ଗ ହେବ ନାହିଁ କି?”
ଏବେ ମଧୁସୂଦନ ସେ ସ୍ୱେଚ୍ଛାସେବୀଙ୍କର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ମନେ ମନେ ଭାବିଲେ ଏହି ପିଲାମାନେ କେତେ ନିଷ୍ଠାବାନ ଓ ନ୍ୟାୟତତ୍ପର? ଏମାନେ ବଡ ହେଲେ ଜଣେ ଜଣେ ବଡ ମଣିଷ ନ ହେବେ ବା କାହିଁକି? ଏହି କଥା ମନରେ ଚିନ୍ତାକରି ମଧୁସୂଦନ ନିଜେ ଯାଇ କବି ଗଙ୍ଗାଧରଙ୍କ ପାଇଁ ଏକ ପ୍ରବେଶପତ୍ର ଯୋଗାଡ କରି ଭିତରକୁ ତାଙ୍କ ହାତଧରି ତାଙ୍କୁ ନେଇଯାଇଥିଲେ । କାରଣ ସେଦିନ ସଭାମଂଚରେ ନିଜେ ଗଙ୍ଗାଧର ମେହେର ଥିଲେ ଜଣେ ଅତିଥି ।
ଏଇଠି କହିବାର କଥା ଯେ, ପଂଚସଖା ଭଳି ମହାତ୍ମାମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କର ଛାତ୍ରମାନେ ବି ଆଦର୍ଶ ପାଲଟି ଯାଇଥିଲେ।