ଶୋଭନର କଥା ଶୁଣି ଗୋବିନ୍ଦରାଜଙ୍କ ସ୍ତ୍ରୀ କହିଲେ – ‘ଏ କଥା ତ ମୁଁ ଚିନ୍ତା କରି ନାହିଁ । ଯଦି ବିକ୍ରି କରିବା କଥା ହେଲା ତେବେ ମୁଁ ଆଜି ରାତିରେ ଚିନ୍ତା କରି କାଲି ସକାଳେ ତୁମକୁ କହିବି । ସେ ଦିନ ସଂନ୍ଧ୍ୟାରେ ବୋଧନ ମଧ୍ୟ ସେଠାକୁ ଆସିଲା । ତାକୁ ଗୋବିନ୍ଦରାଜଙ୍କ ସ୍ତ୍ରୀ କହିଲେ – ‘ମୁଁ ଘର ବିକ୍ରି କରିବାକୁ ଚାହୁଁଛି । ଶୋଭନ କହୁଛି ଯେ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଯିବ ।’ ଏ କଥା ଶୁଣି ବୋଧନ କହିଲା – ‘ମାତ୍ର ହଜାରେ କାହିଁକି? ଯଦି ତୁମେ ବିକ୍ରି କରିବାକୁ ଚାହିଁବ ତେବେ ମୁଁ ଦେଢ ହଜାରେ ଟଙ୍କା ଦେବି ।’
ଦ୍ୱିତୀୟ ଦିନ ଶୋଭନ ତର ତର ହୋଇ ଆସିଲା, ତାଙ୍କୁ ଦେଖି ଗୋବିନ୍ଦରାଜର ସ୍ତ୍ରୀ ବୋଧନର କଥା କହିଲେ!’
ଶୋଭନ କହିଲା ‘ମୁଁ ଦୁଇ ହଜାର ଟଙ୍କା ଦେବି’ । ଯେଉଁ ଘରକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଗଢିଛ ତାହାକୁ ଦୁଇ ହଜାର ଟଙ୍କାରେ ବିକ୍ରି କରିଦେବ । ସବୁଦିନ ପରି ସେ ଦିନ ମଧ୍ୟ ବୋଧନ ସେଠାକୁ ଆସିଲା ଏବଂ ଅଢେଇ ହଜାର ଟଙ୍କା ଦେବା ପାଇଁ କହିଗଲା । ଏହିପରି ଭାବରେ ଦୁଇ ଜଣଙ୍କ ମଧ୍ୟରେ ପ୍ରତିଦିନ ପ୍ରତିଯୋଗିତା ଲାଗିଲା । ଶେଷରେ ଶୋଭନ ଦଶ ହଜାର ଟଙ୍କା ଦେବାକୁ ରାଜି ହୋଇଗଲା । ସେ ଭାବିଲା ଯାହାବି ହେଉ କୌଣସି ଉପାୟରେ ଛଅ ହଜାର ଟଙ୍କା ତ ନିଶ୍ଚୟ ଅଧିକ ମିଳିବ ।
ଗୋବିନ୍ଦରାଜଙ୍କର ସ୍ତ୍ରୀ ଏତେ ବୋକା ନ ଥିଲେ । ସେ ଭାବିଲେ ବୋଧନ ବୋଧହୁଏ ଆଉ ଟିକେ ଅଧିକ ପଇସା ବଢାଇବ । କିନ୍ତୁ ବୋଧନ ଆଉ ଅଧିକ ବଢାଇଲା ନାହିଁ । ସେ ଶୋଭନ ଘରକୁ ଯାଇ ଗର୍ଜ୍ଜନ କରି କହିଲେ – ଆରେ ଏହି ଘର ପାଇଁ ତୁମେ ଦଶ ହଜାର ଟଙ୍କା ଦେବାକୁ ଯାଉଛ । କଣ ଅଫିମ ଖାଇ ବ୍ୟବସାୟ କରୁଛ…?’
ଏକଥା ଶୁଣି ଶୋଭନ ବ୍ୟଙ୍ଗକରି କହିଲା ‘ତୁମେ ବି ତ ଅଫିମ ଖାଇ ଏପରି ଦର ବଢାଇ ଦେଇଥିଲ ।’ ତା’ପରେ ସେ ଦୁହେଁ ପରସ୍ପର ମୁହଁକୁ ଚାହିଁ ହସିଦେଲେ । ଦୁଇଙ୍କ ହୃଦୟରେ ସତ୍ୟ କଥା ରହିଥିଲା କିନ୍ତୁ କେହି ପ୍ରଘଟ କରିବାକୁ ଚାହୁଁ ନଥିଲେ । ଦୁହେଁ ମନେ ମନେ ଭାବୁଥିଲେ ଯେ ଏ କଥା ଆର ଜଣକ କିପରି ଜାଣିଲା? ଶେଷରେ ବୋଧନ କହିଲା- ‘ଦଶ ହଜାର କେଉଁଠାରୁ ଆଣିବ? ତୁମ ବ୍ୟାଙ୍କରେ ତ ମାତ୍ର ପାଂଚ ହଜାର ଟଙ୍କା ଅଛି ।’
ତହୁଁ ଶୋଭନ କହିଲେ ‘ତୁମ ବ୍ୟାଙ୍କରେ ତ ମଧ୍ୟ ପାଂଚ ହଜାର ଟଙ୍କା ଜମା ଅଛି; ବର୍ତ୍ତମାନ ତୁମେ ମୋତେ ଉଧାର ଦିଅ ମୁଁ ତୁମକୁ ସପ୍ତାହେ ପରେ ଫେରାଇଦେବି!’
ବୋଧନ କହିଲା ‘ଏ ସବୁ ହୋଇପାରିବ ନାହିଁ । ଆସ ଦୁଇ ଜଣ ମିଶି ଦଶ ହଜାର ଟଙ୍କା ଦେଇ ଏହି ଘରକୁ କିଣିଦେବା । ଘର ଦୁହିଁଙ୍କ ନାମରେ ରହିବ ।’
ଗୋବିନ୍ଦରାଜଠାରୁ ଯେଉଁ ଦଶ ହଜାର ଟଙ୍କା ଠକି ନେଇଥିଲେ ତାହାକୁ ନେଇ ଗୋବିନ୍ଦରାଜଙ୍କ ସ୍ତ୍ରୀଙ୍କ ହାତରେ ଦେଇ ସେମାନେ ଘରଟି ନିଜ ନାମରେ ଲେଖିନେଲେ । ତା’ପରେ ଦୁହେଁ ଗୋଟିଏ ଗୋଟିଏ ଶାବଳ ହାତରେ ଧରି ଘରର ଗୋଟିଏ ଗୋଟିଏ କୋଣରେ ବସି ଖୋଳିବାକୁ ଆରମ୍ଭ କଲେ । ଏହିପରି ଭାବେ ସେମାନେ ଖୋଜି ଚାଲିଲେ କିନ୍ତୁ ଘଡିର ବିନ୍ଦୁ ବିସର୍ଗ ସୁଦ୍ଧା ମଧ୍ୟ ପାଇଲେ ନାହିଁ ।