ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନ୍ଧୁତା

                ତା’ପରେ ଶିବର ସ୍ତ୍ରୀ କହିଲା “ତମେ ତ ତାଙ୍କ ଦୁର୍ଗୁଣ ଭଲଭାବେ ଜାଣିଛ । ଟିକେ ଟିକେ କଥାରେ ସେ କେମିତି ହଠାତ୍ ରାଗିଯା’ନ୍ତି । ତମେ ମୋ ସହିତ ତାଙ୍କ ବିଷୟରେ ଆଲୋଚନା କରୁଛ ବୋଲି ଶୁଣିଲେ ମୋ ଉପରେ ସେ ରାଗିବେ । ତମେ ନିଜେ ଚେଷ୍ଟା କରି ଏ କଥାର କିଛି ସମାଧାନ କର ।”

                କିଛିଦିନ ପରେ ଶିବର ପୁଅ ହଠାତ୍ ବେମାର ହୋଇ ପଡିଲା । ଶଙ୍କର ଆୟୁର୍ବେଦ କିଛିଟା ପଢିଥାଏ ବୋଲି ଗ୍ରାମରେ ଯାହାର ଦେହ ଖରାପ ହୁଏ ସେ ତା’ ପାଖକୁ ଔଷଧ ପାଇଁ ଆସନ୍ତି । ଶିବର ପରିବାର ସବୁବେଳେ ଶଙ୍କରଠାରୁ ହିଁ ଔଷଧ ଖାନ୍ତି । ଏବେ କିନ୍ତୁ ଶିବ ଶଙ୍କର ପାଖକୁ ନଯାଇ ବାହାର ବୈଦ୍ୟ ପାଖକୁ ଗଲା । ହେଲେ ତା’ପୁଅ ଆଦୌ ଭଲ ହେଲା ନାହିଁ ।

                କିଛି ଦିନ ଧରି ଯେତେ ଚିକିତ୍ସା ହେଲେ ମଧ୍ୟ ଫଳ କିଛି ବି ହେଲା ନାହିଁ । ଏକ ଅଦ୍ଭୁତ ରୋଗ ଧରିଛି । ଏହିପରି ବିପଦ ସମୟରେ ଜଣେ ସାଧୁ ସେଠାରେ ଆସି ପହଁଚିଲେ । ଶିବ ଭାବିଲା ଏଇ ସାଧୁ ନିଶ୍ଚୟ ଭଲ କରିଦେବେ । ତେଣୁ ଶିବ ସେ ସାଧୁଙ୍କୁ ସବୁକଥା କହିଲା ।

                ସାଧୁ ଦୟାକରି ତା’ ଘରକୁ ଯାଇ ପିଲାକୁ ଦେଖି କହିଲେ, “ଏ ରୋଗ ତୁମମାନଙ୍କ କୁକାର୍ଯ୍ୟ ଫଳରୁ ହିଁ ହୋଇଛି । ତୁମ ଭିତରେ ସ୍ୱାର୍ଥ, ମୋହ, ଗର୍ବ, ଦ୍ୱେଷ ଆଦି ଅତିମାତ୍ରାରେ ଅଛି ବୋଲି, ତାହାହିଁ ପଲା ଦେହରେ ରୋଗ ଭାବରେ ଦେଖା ଦେଇଛି ।”

                ସାଧୁଙ୍କ ଏପରି କଥା ଶୁଣି ଶିବ କହିଲା “ସାଧୁବାବା, ମୋ ବିଷୟରେ ହୁଏତ କିଏ ଆପଣଙ୍କୁ ଭୁଲ୍ ଧାରଣା ଦେଇଛି । ମୁଁ ସବୁ ସହିନିଏ । ବିଶେଷତଃ ଏ ପରିସ୍ଥିତିରେ ପୁଅ ପାଇଁ ମୁଁ ସବୁ କିଛି କରିପାରେ ।”

                ତହୁଁ ସେ ସାଧୁ କହିଲେ “ତେବେ ଶୁଣ । ଏଠାରୁ ଆଠକୋଶ ଦୂରରେ ଶିବମନ୍ଦିରଟିଏ ଅଛି । ମୁଁ ଯେଉଁ ଔଷଧ ଦେଉଛି ସେ ପୁଡାଟି ହାତରେ ନେଇ ଠାକୁରଙ୍କ ବିଗ୍ରହରେ ସ୍ପର୍ଶ କରାଇ ଫେରିଆସ ।” ସାଧୁ ଏତକ କହିଲେ ଓ ପୁଡିଆଟି ଦେଲେ ।

                ସାଧୁ ପୁଣି କହିଲେ, “ଆଉ ଗୋଟେକଥା ମନେରଖ ବାଟରେ କେଉଁଠି ବିଶ୍ରାମ କରିବ ନାହିଁ କି ମନରେ ଅନ୍ୟ ପ୍ରତି କୁଭାବନା ବି ରଖିବ ନାହିଁ । ଦର୍ଶନ କରି ଔଷଧ ସ୍ପର୍ଶ କରାଇ ତତ୍କ୍ଷଣାତ୍ ଲେଉଟି ଆସିବ ।”

କେତେ ଘଂଟା ପରେ ଶିବ ଔଷଧ ସହିତ ଲେଉଟି ଆସିଲା  । ସେ ସାଧୁଙ୍କୁ ପଚାରିଲା, “ସାଧୁବାବା, ଏବେ ମୁଁ ଏ ଔଷଧ ପୁଅକୁ ଖୁଆଇବି?”

ସାଧୁ କହିଲେ “ଆରେ, ରୁହ ଟିକିଏ । ମୋ ପ୍ରଶ୍ନର ଉତ୍ତର ତ ଆଗେ ଦେଇସାର । ତୁମେ ଯିବା ପରେ ପରେ ମୁଁ ଲୋକଙ୍କଠାରୁ ପଚାରି ବୁଝିଛି ଯେ ତୁମେ ଅତ୍ୟନ୍ତ ଚିଡା ଲୋକ ଓ ସ୍ୱାର୍ଥପର; ନିକଟ ଅତୀତରେ ତୁମେ ତୁମ ବନ୍ଧୁମାନଙ୍କ ସହିତ ବିନା କାରଣରେ ଝଗଡା କରିଛ । ସ୍ୱାର୍ଥପର ଲୋକର ପରିବାରରେ ରୋଗ ସର୍ବଦା ଲାଗି ରହିଥାଏ । ମୋର ସନ୍ଦେହ ହେଉଛି ହୁଏତ ଔଷଧ କାମ କରି ନପାରେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ