ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନ୍ଧୁତ୍ୱ

         ଏହାପରେ ଉଭୟେ ସାଙ୍ଗ ହୋଇ ବସାକୁ ଫେରିଲେ । କିଛି ସମୟପରେ କୁଆଟି ମଧ୍ୟ ବସାକୁ ଫେରିଆସିଲା । ବସାରେ ଶୃଗାଳକୁ ଦେଖି ହରିଣକୁ ପଚାରିଲା, “ଭାଇ! ଏହି ଜନ୍ତୁଟି କିଏ ଆମ ବସାରେ ଆସି ରହିଲାଣି ।” କୁଆର କଥା ଶୁଣି ହରିଣ କହିଲା, “ଭାଇ! ଏ ହେଉଛି ଏକ ଶୃଗାଳ, ସେ ଆମ ସହିତ ବନ୍ଧୁତା ସ୍ଥାପନା କରି ରହିବାକୁ ଚାହୁଁଛି । କୁଆ ତ’ ମହା ଚତୁର । ସେ ହରିଣକୁ ଏକାକୀ ପାଖକୁ ଡାକି କହିଲା, “ଦେଖ ଭାଇ! ଆମେ ସେହି ଶୃଗାଳ ସଂପର୍କରେ କିଛି ଜାଣି ନାହୁଁ । ଅଜଣା ଅଶୁଣା ବ୍ୟକ୍ତିକୁ କଦାପି ଗୃହରେ ଆଶ୍ରୟ ଦେବା ଉଚିତ୍ ନୁହେଁ । ସୁବିଧା ସୁଯୋଗ ଦେଖି ସେ ଗୃହସ୍ଥକୁ ବିପଦରେ ପକାଇଥାଏ । ତେଣୁ ଆମେ ଗୋଟିଏ କାମ କରିବା । ଶୃଗାଳ ଯେତେବେଳେ ଏଠାରେ ଆସି ରହିଲାଣି ତାକୁ ତ’ ଆମେ ବାହାର କରିଦେଇ ପାରିବାନି । ଆମେ ଏହି ସ୍ଥାନ ଛାଡି ଚାଲ ଅନ୍ୟତ୍ର ପଳାଇବା । କୁଆର କଥାକୁ ହରିଣ ଠିକ୍ ବୁଝିପାରିଲା । କିନ୍ତୁ ନିଜ ବାସସ୍ଥାନ ଛାଡି ଯିବାକୁ ମନ କଲା ନାହିଁ । ଦିନେ ଶୃଗାଳକୁ ପାଖକୁ ଡାକି କହିଲା, “ବନ୍ଧୁ! ତୁମର ଏଠାରେ କୌଣସି ଆବଶ୍ୟକତା ନାହିଁ । ମୁଁ ତୁମ ସହିତ ମିତ୍ରତା କରିବାକୁ ଚାହୁଁନି । ତୁମେ ଦୟାକରି ଏଠାରୁ ଦୂରେଇ ଯାଅ ।” ହରିଣର କଥା ଶୁଣି ଶୃଗାଳଟି ହରିଣଙ୍କୁ ନିଜ ପ୍ରକୃତ ରୂପ ଦେଖାଇ ଆକ୍ରମଣ କରନ୍ତେ ହରିଣଟି ଦ୍ରୁତ ଗତିରେ ଜଙ୍ଗଲକୁ ଦୌଡ଼ି ପଳାଇଲା । ତେଣୁ ପ୍ରକୃତ ବନ୍ଧୁ ହିଁ ଠିକ୍ ଉପାୟ ବତାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ