ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଳରାମ ଓ ଜଗନ୍ନାଥ

ସେ କାଳର କଥା । ଆଜକୁ ଚାରିଶହ ବର୍ଷ ପୂର୍ବେ ଓଡିଶାରେ ଗଜପତି ପ୍ରତାପରୁଦ୍ରଦେବ ଶାସନ କରୁଥିଲେ । ତାଙ୍କର ଜଣେ ମନ୍ତ୍ରୀ ଥିଲେ ସୋମନାଥ । ଏହି ମନ୍ତ୍ରୀଙ୍କର ପୁଅ ଭକ୍ତକବି ବଳରାମ।

ଓଡିଶାରେ ସେ ବଳରାମ ଙ୍କୁ ଅବା କିଏ ନ ଜାଣେ । ତାଙ୍କ ଲିଖିତ ଜଗମୋହନ ରାମାୟଣ ଓଡିଆମାନେ କେତେ ଆଦରରେ ପଢିଥାଆନ୍ତି । ସେ ବଳରାମ ଦାସ ତ ଜଗନ୍ନାଥଙ୍କର ଭାରି ଭକ୍ତ ଥିଲେ । ଜଗନ୍ନାଥଙ୍କୁ ଦର୍ଶନ ନ କଲେ ଜଳତୁଳସୀ ବି ସେ ବଳରାମ ଆଦୌ ଛୁଉଁ ନ ଥିଲେ । ସେ ବଳରାମ ଦାସ ନିଜ ଭକ୍ତିବଳରେ ଜଗନ୍ନାଥଙ୍କୁ ଏପରି ମନାଇ ରଖିଥିଲେ ଯେ, ତାଙ୍କ ସହିତ ସେ କଥା ମଧ୍ୟ ହେଉଥିଲେ ।

ବଳରାମ ଥିଲେ ବଡ ଖିଆଲି ଭକ୍ତ । ସେ ସବୁଦିନ ଲକ୍ଷ୍ମୀନାରାୟଣଙ୍କୁ ଦର୍ଶନ କରନ୍ତି । ତାଙ୍କୁ ଅତି ଭକ୍ତିରେ ପ୍ରଣାମ ବି ଜଣାନ୍ତି । ଲକ୍ଷ୍ମୀଠାକୁରାଣୀ ହେଉଛନ୍ତି ଟେରୀ । ବଳରାମ କହନ୍ତି ହେ ଟେରୀମା’ ମୋର ଅପରାଧ କ୍ଷମା କର ।

ଲକ୍ଷ୍ମୀଙ୍କୁ ସବୁଦିନ ଟେରୀମା’ ବୋଲି ଡାକିବାରୁ ସେ ଲକ୍ଷ୍ମୀ ବଳରାମକୁ ଭୁଲ୍ ବୁଝିଲେ । ସେ ବିଚାରିଲେ, ବଳରାମ ଜଗନ୍ନାଥଙ୍କର ଅତି ଆପଣାର ହୋଇଛି ବୋଲି ସେ ଇନ୍ଦ୍ରଚନ୍ଦ୍ର କାହାକୁବି ଆଦୌ ମାନୁନାହିଁ । ସତକୁ ସତ, ଜଗାବଳିଆ ଯାହାର ସହାୟ, ସେ ଆଉ କାହାକୁ କାହିଁକିବା ଡରିବ !!

ଦିନେ ସକାଳ ଆଳତିବେଳେ ବଳରାମ ଲକ୍ଷ୍ମୀଙ୍କୁ ‘ଟେରୀ ମା’ କହି ତାଙ୍କୁ ପ୍ରଣାମ କଲାବେଳେ ସେ ଲକ୍ଷ୍ମୀ ହଠାତ୍ ରାଗିଯାଇ ବଳରାମକୁ ଅଭିଶାପ ଦେଲେ – “ବଳରାମ, ତୁ ମତେ ଅପମାନ କଲୁ, ତେଣୁ ତୋତେ କେବେହେଲେବି ଶ୍ରୀକ୍ଷେତ୍ର ଯୋଗ ହେବ ନାହିଁ ।”

ସତକୁ ସତ ଲକ୍ଷ୍ମୀଙ୍କ ସେ ଅଭିଶାପଟି ଫଳିଗଲା । ଖୁବ୍ ଅଳ୍ପଦିନ ମଧ୍ୟରେ ମହାରାଜା ପ୍ରତାପରୁଦ୍ର କୌଣସି କାରଣରୁ ବଳରାମଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପରୁଆନା ଜାରି କଲେ ଯେ, ‘ବଳରାମଙ୍କୁ ପୁରୀରୁ ନିର୍ବାସନ ଦଣ୍ଡ ।’

ଏକଥା ଶୁଣି ବଳରାମ ବଡ ବିକଳ ହୋଇ ଖାଲି ପ୍ରଭୁ ଜଗନ୍ନାଥଙ୍କୁ ଡାକିଲେ । ‘କାଳିଆ ଠାକୁର, ତୁ ଏ କ’ଣ କଲୁ? ତୋତେ ମୁଁ ଆଉ ଦର୍ଶନ କରିପାରିବି ନାହିଁ ।’


ଗପ ସାରଣୀ

ତାଲିକାଭୁକ୍ତ ଗପ