ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଳୁଆ କିଏ, ଡରୁଆ କିଏ?

        ବିଲୁଆ ସିଂହ ରାଜାର ଏ ଅବସ୍ଥା ଦେଖି କହିଲା, ହଜୁର ଡରୁଆ କିଏ ଓ ବଳୁଆ କିଏ? ସିଂହ ରାଜା ଛାତି ଫୁଲାଇ କହିଲା ତୁ ସାମାନ୍ୟ ବିଲୁଆଟାଏ ତୁ ଡରୁଆ, ମୁଁ ବଳୁଆ । ସିଂହ ରାଜାଙ୍କ ରାଗ ଦେଖି ବିଲୁଆ ଧୀରେ ଧୀରେ ପାହାଡରୁ ତଳକୁ ଓହ୍ଲାଇବାକୁ ଲାଗିଲା । ସିଂହ ରାଜା ଦାନ୍ତ କଡମଡ କରି ବିଲୁଆକୁ ଆକ୍ରମଣ କରିବା ପାଇଁ ତା’ ପଛେ ପଛେ ଗୋଡାଇଲା । ଶେଷରେ ଦୁହେଁ ଯାକ ପାହାଡର ତଳ ଭାଗରେ ଆସି ପହଁଚିଲେ ।

        ବିଲୁଆ ମନେ ମନେ ଭାବିଥିଲା ସେ ମନ୍ତ୍ରୀ ପଦ ପାଇିଯିବ । ସବୁ ପଶୁପକ୍ଷୀମାନେ ମଧ୍ୟ ତାଙ୍କୁ ସ୍ୱୀକାର କରିବେ? ବିଲୁଆର କିନ୍ତୁ ଭୟ ଥିଲା ସେ ପାହାଡର ଶୀର୍ଷ ଦେଶରେ ସିଂହ ରାଜାକୁ ଅପମାନିତ କରିଥିବାରୁ କାଳେ ତାକୁ ଦଣ୍ଡ ଦେଇ ପାରନ୍ତି । ସମସ୍ତ ପଶୁପକ୍ଷୀ  ମିଳି କହିଲେ ବିଲୁଆକୁ ତା’ର ଔଦ୍ଧତ୍ୟ ପାଇଁ ତାକୁ ଦଣ୍ଡ ମିଳୁ । ସିଂହ ରାଜା ମଧ୍ୟ ସମସ୍ତଙ୍କ କଥାରେ ସମ୍ମତି ଜଣାଇଲେ ।

        ବିଲୁଆ କହିଲା – “ହଜୁର ! ମୁଁ ଆପଣଙ୍କର ଜୀବନ ରକ୍ଷା କଲି, ଅଥଚ ଆପଣ ମୋତେ ପୁରସ୍କାର ଦେବା ବଦଳରେ ଦଣ୍ଡିତ କରୁଛନ୍ତି?”

        ସିଂହ ରାଜା କହିଲା – “ତୁ କିପରି ମୋ ଜୀବନ ରକ୍ଷା କଲୁ?”

        ବିଲୁଆ କହିଲା –“ଆପଣ ପାହାଡର ଶୀର୍ଷ ଦେଶରେ ଥାଇ ତଳକୁ ଚାହିଁବା ମାତ୍ରେ ଆପଣଙ୍କର ଗୋଡଠାରୁ ମୁଣ୍ଡ ପର୍ଯ୍ୟନ୍ତ ସର୍ବାଙ୍ଗ ଶରୀର ଭୟରେ ଥରି ଉଠିଲା । ସେ ଅବସ୍ଥାରେ ଆପଣ ତଳକୁ ମୋଟେ ଓହ୍ଲାଇ ପାରି ନଥାନ୍ତେ । ତେଣୁ ମୁଁ ଆପଣଙ୍କ ମନରେ ସାହସ ଦେବା ପାଇଁ ଡରୁଆ କିଏ ଓ ବଳୁଆ କିଏ ପ୍ରତିଯୋଗିତା ଆରମ୍ଭ କରିଦେଲି । ମୋ କଥା ଶୁଣି ଆପଣ ରାଗିଗଲେ । ଆପଣ ରାଗିଯିବାରୁ ପାହାଡର ଉଚ୍ଚତା କଥା ଭୁଲିଯାଇ ମୋ ଉପରେ ପ୍ରତିଶୋଧ ନେବା ପାଇଁ ମୋ ପଛେ ପଛେ ସହଜରେ ପାହାଡରୁ ତଳକୁ ଓହ୍ଲାଇ ଆସିପାରିଲେ ।”

        ବିଲୁଆ ମୁହଁରୁ ପ୍ରକୃତ କଥା ଶୁଣି ସିଂହ ରାଜା ବିଲୁଆକୁ ବହୁତ ପ୍ରଶଂସା କଲା ଓ ବିଲୁଆକୁ ମନ୍ତ୍ରୀ ପଦରେ ନିଯୁକ୍ତ କରିଦେଲା । ବିଲୁଆର ମନ୍ତ୍ରୀପଦର ଅଭିଷେକ ଉତ୍ସବରେ ବଣର ପଶୁମାନେ ଯୋଗ ଦେଲେ ଓ ଭୋଜି ଭାତ ଖାଇ ବିଲୁଆକୁ ଧନ୍ୟ ଧନ୍ୟ କହିଲେ । ବିଲୁଆ ମନ୍ତ୍ରୀ ପଦ ପାଇ ବହୁତ ଖୁସି ହୋଇଗଲା ।

        ଚୁଗୁଲିଆ ଲୋକର ଦୁଷ୍ଟତା ଯେତେ ଦୁଃଖ ଦିଏ ନାହିଁ, ତା’ର ବ୍ୟଙ୍ଗ ଓ କଟୁକଥା ଅଧିକ ଦୁଃଖ ଦେଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ