ଜଙ୍ଗଲରେ ରାଜା ସିଂହ ଥରେ ଗଛମୂଳେ ଶୋଇଥିଲା । ଏହି ସମୟରେ ହଠାତ୍ ସେ ଗଛ ଉପରୁ ଗୋଟିଏ ମୂଷା ସିଂହ ଉପରେ ପଡିଗଲା । ତାପରେ ସେ ମୂଷାକୁ ଧରି ସିଂହ ଖାଇ ଦେବାକୁ ବାହାରିଲା । ମୂଷା ଡରିଯାଇ ସିଂହକୁ କହିଲା, “ରାଜା! ମୋତେ ଆପଣ ଏଥରକ ଛାଡି ଦିଅନ୍ତୁ, ମୁଁ କେବେ ନା କେବେ ତମ କାମରେ ନିଶ୍ଚୟ ଆସିବି, ଏକଥା ଶୁଣି ସେ ସିଂହ କହିଲା “ତୁ ତ ଦୁର୍ବଳ ଆଉ ଏଡେଟିକେ ଜୀବ ମୋ କାମରେ କ’ଣ ଆସିବୁ? ତଥାପି ବି ମୁଁ ତୋତେ ଛାଡି ଦେଉଛି କାହିଁକି ନା ତୋତେ ଖାଇ ମୋର ପେଟ ତ ପୂରିବ ନାହିଁ ।”
ବହୁତ ଦିନ ପରେ ଦିନେ ମୂଷା ସେ ସିଂହର ବିକଳ ଶବ୍ଦ ଶୁଣିଲା । ତେଣୁ ସେ ମୂଷା ଯାଇ ଦେଖେ ଯେ ସିଂହ ଶିକାରୀର ଦଉଡି ଫାଶରେ ପଡିଯାଇଛି । ଏହା ଦେଖି ସେ ମୂଷା ଦଉଡି କାଟିବାକୁ ଲାଗି ପଡିଲା ଏବଂ ଶେଷରେ ଦଉଡି କାଟି ମୂଷା ସେ ସିଂହକୁ ଫାଶରୁ ବାହାର କରିଦେଲା ।
ପରିଶେଷରେ ସେ ଫାଶରୁ ବାହାରି ସିଂହ କହିଲା, “ମୁଁ ଜାଣି ନଥିଲି ଯେ, ତୋ’ ପରି ଦୁର୍ବଳ ଜୀବଟିଏ ମୋ କାମରେ ପୁଣି କେବେ ଆସିବ ବୋଲି । ତୁ ତ ଆଜି ମୋର ଜୀବନ ରକ୍ଷା କରିଲୁ ।
ଭାବ ନାହିଁ ଯେ ଦୁର୍ବଳର କୌଣସି ଉପକାରିତା ଶକ୍ତି ନାହିଁ ।