ଥରେ ବିଜୟନଗର ରାଜ୍ୟର ଅନ୍ୟ ଏକ ରାଜ୍ୟ ସହିତ ଯୁଦ୍ଧ ଲାଗିଥିଲା । ଯୁଦ୍ଧରେ ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବରାୟ ଜୟଯୁକ୍ତ ହେଲେ । ଯୁଦ୍ଧରେ ବିଜୟ ଲାଭ କରିଥିବାରୁ ରାଜା ତାଙ୍କ ରାଜଧାନୀରେ ବିଜୟ ଉତ୍ସବ ପାଳନ କଲେ । ଉତ୍ସବର ସମାପ୍ତି ଦିନ ରାଜା କହିଲେ, “ଯୁଦ୍ଧ ଜୟ କେବଳ ମୋର ବିଜୟ ନୁହେଁ । ମୋର ସମସ୍ତ ସାଥୀ ଏବଂ ସହଯୋଗୀମାନେ ମଧ୍ୟ ଏହି ବିଜୟର ହକ୍ଦାର । ମୁଁ ଚାହୁଁଛି ମୋର ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଏହି ଅବସରରେ ପୁରସ୍କୃତ ହେବା ଉଚିତ୍ । କିନ୍ତୁ ପୁରସ୍କାର ଦ୍ରବ୍ୟ ସମସ୍ତଙ୍କର ଅଲଗା ଅଲଗା ରହିବ । ଗୋଟିଏ ପ୍ରକାରର ଉପହାର ଦୁଇଜଣ ବ୍ୟକ୍ତି ଆଦୌ ନେବେ ନାହିଁ ।” ନିଜର ବକ୍ତବ୍ୟ ଶେଷ କରି ରାଜା ପୁରସ୍କାର ଗୁଡିକ ସଜ୍ଜିତ ହୋଇ ରଖାଯାଇଥିବା ମଣ୍ଡପ ଉପରୁ ପରଦା ଉଠାଇ ଦେଲେ ।
ଏହାପରେ ସଦସ୍ୟମାନେ କି ପ୍ରକାର ପୁରସ୍କାର ସବୁ ସଜାଯାଇ ସେଠାରେ ରଖାଯାଇଛି, ତାକୁ ଦେଖିବାପାଇଁ ଭିଡ ଲଗାଇଲେ । ରାଜା ଯେତିକି ସଦସ୍ୟ ଥାଆନ୍ତି ସେତିକି ପୁରସ୍କାର ଆଣି ସଜାଇ ରଖିଥାଆନ୍ତି । କିଛି ସମୟପରେ ରାଜା ମଂଚ ଉପରକୁ ଆସି ଜଣ ଜଣଙ୍କ ନାମ ସମ୍ବୋଧନ କରି ତାଙ୍କୁ ପୁରସ୍କୃତ କଲେ । ଶେଷରେ ବଳି ପଡିଲା ସବୁଠାରୁ କମ୍ ମୂଲ୍ୟର ଏକ ଚାନ୍ଦୀ ରୂପାର ଥାଳୀ । ଏହି ପୁରସ୍କାର ସେହି ବ୍ୟକ୍ତିକୁ ଦିଆଯିବା କଥା ଯିଏ ସଭାସ୍ଥଳକୁ ବିଳମ୍ବରେ ଆସିବ । ସମସ୍ତେ ହିସାବ କରି ଜାଣିବାକୁ ପାଇଲେ ଯେ ତେନାଲୀରାମା ତ’ ଏପର୍ଯ୍ୟନ୍ତ ସଭା ସ୍ଥଳକୁ ଆସି ନାହାଁନ୍ତି । ତେଣୁ ସେ ହିଁ ଏହି ପୁରସ୍କାର ପାଇବେ । ଏହି କଥା ଜାଣି ତାଙ୍କର ତଥା ସେ ତେନାଲୀରାମାଙ୍କର ବିରୋଧୀମାନଙ୍କର ମନ ପୁରା ଖୁସି । ତାପରେ ସେମାନେ ଖାଲି ତେନାଲୀରାମାଙ୍କୁ ପରିହାସ କରିବାକୁ ଲାଗିପଡିଲେ ।