ଠିକ୍ ଏତିକିବେଳେ ବାହାରେ ସିଂହଦୁଆର ଆଡେ କ’ଣ ପାଟିଗୋଳ ହେବାରୁ ଭୋଜରାଜ ତେଣେ କାନ ଡେରିଲେ । ସିଂହଦୁଆରର ଟୋକା ଦରୁଆନଟା ସେହିକ୍ଷଣି ଆସି ଲମ୍ବ ଓଳିକିଟିଏ ପକାଇ ଗର ଗର ହୋଇ ଜଣାଇଲା – ମଣିମା, ସିଂହଦୁଆରକୁ ଜଣେ ଅଚିହ୍ନା ଲୋକ ଆସି ଉଚ୍ଛନିଆ ହୋଇ କହୁଛି- “ହୋ… ହୋ ଜଗୁଆଳ ପୁଅ, ଗଲ… ଗଲ ତୁମର ରାଜାଙ୍କୁ କହିବ, ତାଙ୍କର ଜୁଆଁଇ ରାଜା ବିରାଟ ପଟୁଆର ନେଇ ଆସିଗଲେଣି । ଆଉ ପ୍ରାୟେ ଡାକେ ବାଟରେ ସେ ଅଛନ୍ତି । ତୁମ ରଜାଙ୍କୁ କହିବ, ସେ ପ୍ରସ୍ତୁତ ହୋଇ ବରଣି କରି ଖଣ୍ଡେ ଦୂରରୁ ଆମର ରଜାଙ୍କୁ ପାଛୋଟି ଆଣିବେ । ଏଇ ଖବର ତୁରନ୍ତ ଦେବାକୁ ଆମର ମହାମନ୍ତ୍ରୀ ମତେ ପଠାଇଲେ ।” ମୁଁ ଶୁଣି ନ ଶୁଣିଲା ପରି ତା କଥାର କିଛି ବି ଜବାବ୍ ଯେବେ ନ ଦେଲି ତେଣୁ ମୋ ଉପରେ ସେ ରାଗିମାଗି ଏକାବେଳକେ ନାଲେନାଲ । ଆଖି ରଙ୍ଗେଇ ସେ କହୁଛି – ଆରେ, ତୁମେ ଯେବେ ନଯିବ, ମତେ ବାଟ ଛାଡିଦିଅ । ମୁଁ ନିଜେ ଯାଇ ଶ୍ରୀଛାମୁରେ ସାକ୍ଷାତ କରି ତାଙ୍କୁ ସବୁକଥା କହିବି । ମୁଁ କହିଲି – “ମଣିମାଙ୍କ ଆଜ୍ଞା ନ ପାଇଲେ ମୁଁ ତୁମକୁ ଭିତରକୁ କଦାପି ମଧ୍ୟ ଛାଡି ପାରିବି ନାହିଁ । ଇମିତି ବହୁତ ପାଟିତୁଣ୍ଡ ହୁଅନ୍ତେ ମୁଁ ବାଧ୍ୟ ହୋଇ ଶ୍ରୀଛାମୁଙ୍କୁ ଜଣାଇବାକୁ ଆସିଲି ।” ଏହି ଖବର ପାଇଲା ମାତ୍ରେ ଭୋଜରାଜା ତାଙ୍କର ମନ୍ତ୍ରୀଙ୍କୁ ଆଜ୍ଞା ଦେଲେ – “ଯାଅ, ଖୁବ୍ ସମାଦର କରି ବିକ୍ରମାଦିତ୍ୟ ରାଜାଙ୍କୁ ଆମ ପାଲିଙ୍କିରେ ବସାଇ ପାଛୋଟି ଘେନିଆସ । ରଜାଙ୍କ ହୁକୁମ୍ ପାଇବା ସଙ୍ଗେ ସଙ୍ଗେ ମନ୍ତ୍ରୀ ପାଲିଙ୍କି ନେଇ ବାଟରୁ ପାଛୋଟି ଆଣିଲେ । ଦି’ରାଜା ମୁହାଁମୁହିଁ ହୋଇ ଖୁବ୍ ପୋଟଳା ପୋଟଳି ହେଲେ । ବିକ୍ରମାଦିତ୍ୟଙ୍କୁ ଭଲଭାବରେ ଚର୍ଚ୍ଚା କରି ରତନ ସିଂହାସନରେ ତାଙ୍କୁ ବସାଇ ଭୋଜରାଜା କହିଲେ – “ଯା’ ହେଉ ରାଜା, ତୁମର ବୁଦ୍ଧିକୁ ଖୁବ୍ ପ୍ରଶଂସା ନକରି ମୁଁ ଆଦୌ ରହିପାରୁ ନାହିଁ । ତୁମେ ଭାରି ଚାଲାଖିରେ ଦୁଇ ବାଜି ମୋର କୁହୁକବିଦ୍ୟାକୁ ଜୟକରି ଆସିଛ । ମୋର ପଣ ଅନୁଯାୟୀ ଆଉ ବାଜିଏ ମାତ୍ର କୁହୁକବିଦ୍ୟା ବାକି ଅଛି । ଏଥରକ ତୁମେ ଯେବେ ସେ କୁହୁକ ବିଦ୍ୟାକୁ ଜିତିଯିବ, ତୁମକୁ ନିଶ୍ଚେ ମୋର ଭାନୁମତୀକୁ ବାହା ଦେବି ।” ଏହା କହି ରାଜା ଉଆସର ମୁଦୁସୁଲୀ ଆଉ ସହଚରୀମାନଙ୍କୁ କହିଲେ – “ଏବେ ବେଶ କରି ଜେମାକୁ ସଭାକୁ ଆଣ ।” ଆଜ୍ଞା ପାଇ ମୁଦୁସୁଲୀମାନେ ଅନ୍ଦର ମହଲକୁ ଧାଇଁଗଲେ । ଏଣେ ବିକ୍ରମାଦିତ୍ୟ ଭାନୁମତୀକୁ ଟିକିଏ ଦେଖିବେ ବୋଲି ଏକାନିସ୍ତିରେ ଅନାଇ ବସିଥାଆନ୍ତି । ଏହି ସମୟରେ ଭିତରେ ଶଙ୍ଖ, କାହାଳୀ ବାଜିଉଠୁଲା । ଅବିକଳ ଏକ ରୂପ, ରଙ୍ଗ, ଢଙ୍ଗ, ବେଶଭୂଷାରେ ସଜ ହୋଇ ହଜାରଟି ଭାନୁମତୀ ଭିତର ଆଡୁ ହସି ହସି ସଭାକୁ ଆସିଲେ ସମସ୍ତଙ୍କ ହାତରେ ଏକ ସମାନ ଫୁଲର ଗଜରାମାଳ । ରାଜା ଅବାକ୍ ହୋଇ ସେମାନଙ୍କର ରୂପକୁ ଚାହିଁଛନ୍ତି । ଭୋଜରାଜା କହିଲେ – “ରାଜା, ତୁମକୁ ପରୀକ୍ଷା କରିବା ପାଳି ପଡିଲା । ସାମନାରେ ଯେଉଁ ହଜାରେ ଝିଅ ଦେଖୁଛ, ସେମାନଙ୍କ ଭିତରେ ଅସଲ ଭାନୁମତୀକୁ ଯେବେ ଚିହ୍ନିପାରିବ । ଆଉ ତା’ ହାତଧରି ଆଣିପାରିବ, ତାହା ହେଲେ ସେହି ଝିଅ ତା’ ହାତରେ ଧରିଥିବା ବରଣମାଳା ତୁମ ଗଳାରେ ଲମ୍ବାଇ ଦେବ । ଏଥିରେ ଆଉ କିଛି ବି ସନ୍ଦେହ ନାହିଁ । ରାଜା ବିକ୍ରମାଦିତ୍ୟ ଏଇ ଭେଳିକିରେ ଏକାବେଳକେ ବାଉଳା ହୋଇ ଥକା ହୋଇ ପଥରଟିପରି ବସିଥାଆନ୍ତି । ଏତିକିବେଳେ କାନ ପାଖରେ ବେତାଳ କହିଲା – “ରାଜା, ହତାଶ ହେଉଛ କିଆଁ? ଆଦୌ କିଛି ବି ଚିନ୍ତାକର ନାହିଁ । ଆମେ ଯାଉଛୁ, ଅସଲ ଭାନୁମତୀ ପାଖରେ ଭଅଁର ହୋଇ ଉଡି ବୁଲୁଥିବୁ । ତୁମେ ତାହାରି ହାତ ଧରି ପକାଇ ଆଣିବ ।” ଏକଥା ଶୁଣି ବିକ୍ରମାଦିତ୍ୟ ହାତରେ ଚାନ୍ଦ ଧରିଲା ପରି ମନେ ମନେ ଭଲ୍ଲସି ଉଠିଲେ । ଭୋଜରାଜ ବିକ୍ରମାଦିତ୍ୟଙ୍କ ହାବଭାବ, ଚୁପ୍ଚାପ୍ ବସିଥିବା ଦେଖି ଭାବିଲେ ବୋଧେ ଏହିଥର କୁହୁକ ବିଦ୍ୟାରେ ବିକ୍ରମାଦିତ୍ୟ ହାରିଗଲେ । କିନ୍ତୁ ଯେତେବେଳେ ବିକ୍ରମାଦିତ୍ୟ ଆସନରୁ ଉଠି ଭିତର ଆଡକୁ ମୁହାଁଇଲେ, ସେ ଲଜ୍ଜା ପାଇବେ ବୋଲି ଭୋଜରାଜା ଆଗରୁ ମୁହଁରେ ଲୁଗାଦେଇ କଉତୁକ ହସକୁ ଚାପି ରଖିଲେ ।
ବାଜି ଜିତି ବାହା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଦିବସ ବା ରାତ୍ରି?
- ଆୟ ଦେଖି ବ୍ୟୟ କର
- ଅଚିହ୍ନା ଲୋକକୁ ବିଶ୍ୱାସ କରିବ ନାହିଁ
- ଶିବଭକ୍ତ ଯୁବକ
- ଧନ୍ୟ ସେ କୃଷକ ପିଲାର ସାହସ
- ଭୁଲାମନ
- ଦରିଦ୍ର ରାଜା
- କାହାର ଶିକ୍ଷାଲାଭ?
- ମାତୃ – ଋଣ
- ଆକବର ବିରବଲ
- ଅମ୍ବରୀଷ
- ପ୍ରକୃତ ଧନୀ କିଏ?
- ରାଜା ମଦନ ସେନ କଥା
- ମାଗଣା ଟଙ୍କା
- ବେଲ୍ଲୋରୋଫନ୍ଙ୍କ ବୀରତ୍ୱ
- ଭୂବନ ସୁନ୍ଦରୀ
- ରୂପଧରଙ୍କ ଯାତ୍ରା
- ଶାପ ମୁକ୍ତି
- ଶ୍ରୀ ରାମକୃଷ୍ଣ ପରମହଂସ
- ଅତ୍ୟାଚାରୀ ମାଲିକ
- ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା
- ପ୍ରକୃତ ପୂଜକ
- କୁମୁଦର ସଦ୍ଗୁଣ
- ଗୁରୁଭକ୍ତି
- ଦାସତ୍ତ୍ଵର ଶୃଙ୍ଖଳ
- ଭୂମି କ’ଣ ସାଙ୍ଗରେ ଯିବ?
- ହସରେ ହସରେ ଚାପୁଡା
- ଛଦ୍ମବେଶ
- ଯେସାକୁ ତେସା
- ରୂପାର ମାଢି
- ମହାଭାରତ
- ଜ୍ଞାନ ହିଁ ଧନ
- ପୁରସ୍କାର
- ରାଜାଙ୍କ ମନର ତିନୋଟି ପ୍ରଶ୍ନ
- ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍
- ଗୋପାଳ ଭାଣ୍ଡ
- ଶୁଆ ପକ୍ଷୀର ଚାତୁରୀ
- ଜୀବନ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଶିକ୍ଷା
- ବାବୁ କହିଥିଲେ
- ଗୋପାଳ ଓ ତାହାର ସ୍ତ୍ରୀ
- ଅସମ୍ଭବ ତର୍କ
- ସ୍ୱାର୍ଥ
- ତିନିଟି ଜିନିଷ
- ସଚ୍ଚା ବିଦୂଷକ
- ମୁଁ ଘାତକିନୀ ରାଜ ଜେମା
- ପୁଣ୍ୟଦାନର ମହିମା
- ଭାଗ୍ୟ ଓ ପଥର
- ଲୋଭୀ ବେପାରୀ
- ଚନ୍ଦ୍ର ଓ ଚକୋର
- ଦୋଷୀ କିଏ?
- ବିଚିତ୍ର ପୁଷ୍ପ
- ମର୍ତ୍ତ୍ୟର ପରୀରାଣୀ
- ଯୁଧିଷ୍ଠିରଙ୍କ ଅତିଥି ସେବା
- କୁହୁକ ଦ୍ୱୀପ
- ଧାର୍ ଆଣିବା
- ଦୁଇ ବିରଳ ବିପ୍ଳବୀ
- ବିଶ୍ୱାସରେ କେବେ ବିଷ ଦିଅନା
- ପରୀକ୍ଷା
- ବୀର ହନୁମାନ
- ଘୋର୍ ଅପରାଧ
- ଭବିଷ୍ୟତ ବାଣୀ
- ବ୍ୟର୍ଥବର
- ମିଛ ହିଁ କାଳ
- ଗଧର ପାଠ ପଢା
- ମନ୍ତ୍ରୀ ନିର୍ବାଚନ
- ଭାଗ୍ୟ
- ମାଡ
- ଆମ ଦେଶର ଋଷି ଶୁକଦେବ
- ବଳ ପରୀକ୍ଷା
- ପ୍ରକୃତ ଧନ
- ଛୁଆ କୁକୁଡା
- ମାୟାଚିତ୍ର
- ବୀର ହନୁମାନ
- ସନ୍ଥ ଜିଲାନୀଙ୍କ ବଡପଣିଆ
- ଅବ୍ଦୁଲ୍ଲାର ଚାଲାକି
- ଯୁବରାଜଙ୍କ ବୁଦ୍ଧି
- ଗରିବର ଭଗବାନ
- କିଏ ହେବ ବନ୍ଧୁ?
- ବ୍ୟାକୁଳ ଭରତ
- ବିଶ୍ୱାସଘାତକତାର ଫଳ ଅତି ବିଷମ
- ମଣିଷର ବୁଦ୍ଧି ରାକ୍ଷାସର ବଳ
- ଶେଷ ମୁହୂର୍ତ୍ତର ସାଥି
- ବୀର ହନୁମାନ
- ପ୍ରମାଣ
- ପାପ ଓ ପୁଣ୍ୟ
- ବୀରକ ଜାତକ
- ଝାଡୁଦାରର ବିବାହ
- କୀର୍ତ୍ତି!
- ଲକ୍ଷ୍ମୀଛଡା ରାଜା କଥା
- ଉପସ୍ଥିତ ବୁଦ୍ଧିର ବଳ
- ବୁଦ୍ଧି
- ଅଶୁଭ ଗୃହ
- ବୁଦ୍ଧିର କରାମତି
- ଶିକାରୀ ଏବଂ କପୋତ ପକ୍ଷୀ
- ବିବେକ ଓ ବଚନ
- ଗଜମୂର୍ଖ
- ଅଜା ନାତି କଥା
- ଜାହାଁପନା, ଆପଣ ତ ପ୍ରଥମ ଚାନ୍ଦ!
- ମାଆ କାନ୍ଦନ୍ତି କାହିଁକି
- ଚାଷୀ ଠାରୁ ରାଜା ବୁଦ୍ଧିଶିଖିଲେ
- ଆତ୍ମ ସନ୍ତୋଷ
- ବ୍ରହ୍ମଜ୍ଞାନୀ ଶୁକମୁନି
- ଭାବନାଭୂତ
- ସଙ୍କେତର ଅର୍ଥ
- ବିଲୁଆର ଉପଦେଶ
- ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ
- ଯେମିତି ଅନ୍ନ ସେମିତି ମନ
- ଘୋଡା ବୁଦ୍ଧିରେ ବଳିଗଲା
- ଗୁରୁ ରାମାନନ୍ଦଙ୍କ ଉପଦେଶ
- ରାଜସମ୍ମାନ
- ରେଡକ୍ରସ ଜନ୍ମଦାତା
- ସିଂହ ଏବଂ ଠେକୁଆର ଗପ
- କାହାର ଯୁକ୍ତି ଅଧିକ?
- ଡାକୁ ଭୈରବ
- କଠିନ ସମସ୍ୟାର ମୁକାବିଲା କର
- ଶନି ଓ ଧନ ଦେବୀଙ୍କ କଳହ
- ବିଚାରପତିଙ୍କ ନ୍ୟାୟାଦେଶ
- ଶିକାରୀ ଏବଂ ପକ୍ଷୀ
- ସିଦ୍ଧିଲାଭର ସଦୁପଯୋଗ
- ପ୍ରକୃତ ପ୍ରତିନିଧି
- ବୈଦେହୀ କଥା
- ବିଟପି ରାଜକୁମାରୀ କାହାଣୀ
- ମୁକ୍ତି
- ସୁଲତାନାଙ୍କ ଚାତୁରୀ
- ପିମ୍ପୁଡି ଓ ଝିଂଟିକା
- ହାସ୍ୟରସ
- ଯୌତୁକର ଭୂତ
- ଭୂତତାନ୍ତ୍ରିକ
- ବେତାଳ ଗୁପ୍ତ ରହଣୀ
- ରୋଜି ଓ ପରୀରାଣୀ
- ଚମ୍ପା ଓ ଚୁନ୍ନି
- ବଣ ଆମର ବନ୍ଧୁ
- ଗୁଣମଣି
- ପକ୍ଷୀପାଗଳ ବାଳକ
- ଚୋର ଓ ତାର ମା’
- ଦୋମୁହାଁ ବିଚାର
- ସ୍ୱାର୍ଥ ଓ ପରାର୍ଥ
- ବ୍ୟବସାୟର ଦେବତା
- ଭାଗ୍ୟକୁ ବିଶ୍ୱାସ
- ସୃଷ୍ଟିର ଆନନ୍ଦ
- ରଜାପୁଅ ଓ ମାଙ୍କଡ ରାଣୀ
- ହୁସ୍ ହୁସ୍
- ଦୁଇ ଭଉଣୀ
- ଶିଶିର ପୁଅ ଗଧ
- କାର୍ଯ୍ୟରେ ସଫଳତା ପାଇଁ ଲକ୍ଷ୍ୟ ସାଧନ ଲୋଡା
- ମାରୁତି କବି
- ନିଜେ ଚେଷ୍ଟାକର
- ଶାଶୁଙ୍କ ଜୋଇଁ ଡାକରା
- ପରାକ୍ରମୀ ସ୍ତ୍ରୀ
- ବିଚିତ୍ର ପୁଷ୍ପ
- ପୋଡା ମୁହଁରେ ସବୁ ଭଲ
- ମନ୍ଦିର ଅମରନାଥ
- ଚମର ଜୋତା
- ବାୟାଣୀ ବାସନ୍ତୀ
- ପ୍ରଭାବତୀ କଥା
- ବଳୁଆ କିଏ, ଡରୁଆ କିଏ?
- ବୁଦ୍ଧିମାନ୍ ବୈଦ୍ୟ
- ତିନି ତୁଣ୍ଡରେ ଛେଳି କୁକୁର ହେବା କଥା
- ଲାମା ଓ ଦସ୍ୟୁ
- ଦିପ ଜାତକ
- ଆଖି ଥାଇ ଅନ୍ଧ
- ଯୋଗିନୀ
- ଦୁରାଶାର ଜାଲ
- ଶ୍ରୀଜଗନ୍ନାଥଙ୍କ କାହାଣୀ
- ରାଜଦୂତର ଧର୍ମ
- ପରୋପକାର
- ସିଂହର ଛୁଆ
- ବୀର ହନୁମାନ
- କାହାଣୀରେ ଅବୋଲକରା
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ବିଡାଏ କାଠ
- ଚାରିଗୁରୁ
- ଭଲପାଠ ପଢେନି ବୋଲି ଘରୁ ତଡା ଖାଇଥିବା ପିଲାଟି ବିଶ୍ୱରେ ନାଆଁ ରଖିଲା
- ବାର୍ହା ଓ କୋକୀ
- ସମୟକୁ ଆଦର କଲେ, ସମୟ ତୁମକୁ ଆଦର କରିବ
- ଗର୍ବ କଲେ ଖର୍ବ ହୁଏ
- ଅମର ମଣିଷ
- ଗୁରୁ ସନ୍ଦିପନୀ
- ଚିରନିଦ୍ରା ହିଁ ମହାନ୍ ବ୍ୟକ୍ତିଙ୍କ ବିଶ୍ରାମ
- ତଥାସ୍ତୁ ଦେବତା
- ମୁଁ ରାଜା କି ମନ୍ତ୍ରୀ ହେବିନି, ହେବି ବାବାଜୀ
- ସମୁଦ୍ର ପାଣି ଲୁଣିଆ କାହିଁକି?
- କୁଆ ଏବଂ ପେଚା ମାନଙ୍କ ମଧ୍ୟରେ ଶତ୍ରୁତା
- ପ୍ରକୃତ ସ୍ୱାମୀ କିଏ?
- ଅନ୍ୟକୁ ଉପଦେଶ
- ତିଳୋତମା କଥା
- କାଳିଆ ଭରସା
- ଖରପୁତ ଜାତକ
- ଚୋର ସାଧୁ ପାଲଟିଲା
- ଭଟ୍ଟଲୋଲ୍ଲଟଙ୍କ କାହାଣୀ
- ବିଚାରବାନ ଚୋର
- ମହା ଠକ
- ଚାରୀ ସୁନ୍ଦରୀ ଓ ମେଣ୍ଢା କଥା
- ଅତିଲୋଭ
- ପୁରସ୍କାର – ପ୍ରୋତ୍ସାହନ
- ବିହଙ୍ଗ କଥା
- ନମ୍ରଭାବ ଶ୍ରେଷ୍ଠ କରାଏ
- ଭୂତୁଣୀ
- କାହା ପ୍ରତି କଟୁମନ୍ତବ୍ୟ ପ୍ରୟୋଗ ଜମା ଭଲନୁହେଁ
- ସିଂଧୁକପକ୍ଷୀର ସ୍ୱର୍ଣ୍ଣ ପୁରୀଷ