ଠିକ୍ ଏତିକିବେଳେ ବାହାରେ ସିଂହଦୁଆର ଆଡେ କ’ଣ ପାଟିଗୋଳ ହେବାରୁ ଭୋଜରାଜ ତେଣେ କାନ ଡେରିଲେ । ସିଂହଦୁଆରର ଟୋକା ଦରୁଆନଟା ସେହିକ୍ଷଣି ଆସି ଲମ୍ବ ଓଳିକିଟିଏ ପକାଇ ଗର ଗର ହୋଇ ଜଣାଇଲା – ମଣିମା, ସିଂହଦୁଆରକୁ ଜଣେ ଅଚିହ୍ନା ଲୋକ ଆସି ଉଚ୍ଛନିଆ ହୋଇ କହୁଛି- “ହୋ… ହୋ ଜଗୁଆଳ ପୁଅ, ଗଲ… ଗଲ ତୁମର ରାଜାଙ୍କୁ କହିବ, ତାଙ୍କର ଜୁଆଁଇ ରାଜା ବିରାଟ ପଟୁଆର ନେଇ ଆସିଗଲେଣି । ଆଉ ପ୍ରାୟେ ଡାକେ ବାଟରେ ସେ ଅଛନ୍ତି । ତୁମ ରଜାଙ୍କୁ କହିବ, ସେ ପ୍ରସ୍ତୁତ ହୋଇ ବରଣି କରି ଖଣ୍ଡେ ଦୂରରୁ ଆମର ରଜାଙ୍କୁ ପାଛୋଟି ଆଣିବେ । ଏଇ ଖବର ତୁରନ୍ତ ଦେବାକୁ ଆମର ମହାମନ୍ତ୍ରୀ ମତେ ପଠାଇଲେ ।” ମୁଁ ଶୁଣି ନ ଶୁଣିଲା ପରି ତା କଥାର କିଛି ବି ଜବାବ୍ ଯେବେ ନ ଦେଲି ତେଣୁ ମୋ ଉପରେ ସେ ରାଗିମାଗି ଏକାବେଳକେ ନାଲେନାଲ । ଆଖି ରଙ୍ଗେଇ ସେ କହୁଛି – ଆରେ, ତୁମେ ଯେବେ ନଯିବ, ମତେ ବାଟ ଛାଡିଦିଅ । ମୁଁ ନିଜେ ଯାଇ ଶ୍ରୀଛାମୁରେ ସାକ୍ଷାତ କରି ତାଙ୍କୁ ସବୁକଥା କହିବି । ମୁଁ କହିଲି – “ମଣିମାଙ୍କ ଆଜ୍ଞା ନ ପାଇଲେ ମୁଁ ତୁମକୁ ଭିତରକୁ କଦାପି ମଧ୍ୟ ଛାଡି ପାରିବି ନାହିଁ । ଇମିତି ବହୁତ ପାଟିତୁଣ୍ଡ ହୁଅନ୍ତେ ମୁଁ ବାଧ୍ୟ ହୋଇ ଶ୍ରୀଛାମୁଙ୍କୁ ଜଣାଇବାକୁ ଆସିଲି ।” ଏହି ଖବର ପାଇଲା ମାତ୍ରେ ଭୋଜରାଜା ତାଙ୍କର ମନ୍ତ୍ରୀଙ୍କୁ ଆଜ୍ଞା ଦେଲେ – “ଯାଅ, ଖୁବ୍ ସମାଦର କରି ବିକ୍ରମାଦିତ୍ୟ ରାଜାଙ୍କୁ ଆମ ପାଲିଙ୍କିରେ ବସାଇ ପାଛୋଟି ଘେନିଆସ । ରଜାଙ୍କ ହୁକୁମ୍ ପାଇବା ସଙ୍ଗେ ସଙ୍ଗେ ମନ୍ତ୍ରୀ ପାଲିଙ୍କି ନେଇ ବାଟରୁ ପାଛୋଟି ଆଣିଲେ । ଦି’ରାଜା ମୁହାଁମୁହିଁ ହୋଇ ଖୁବ୍ ପୋଟଳା ପୋଟଳି ହେଲେ । ବିକ୍ରମାଦିତ୍ୟଙ୍କୁ ଭଲଭାବରେ ଚର୍ଚ୍ଚା କରି ରତନ ସିଂହାସନରେ ତାଙ୍କୁ ବସାଇ ଭୋଜରାଜା କହିଲେ – “ଯା’ ହେଉ ରାଜା, ତୁମର ବୁଦ୍ଧିକୁ ଖୁବ୍ ପ୍ରଶଂସା ନକରି ମୁଁ ଆଦୌ ରହିପାରୁ ନାହିଁ । ତୁମେ ଭାରି ଚାଲାଖିରେ ଦୁଇ ବାଜି ମୋର କୁହୁକବିଦ୍ୟାକୁ ଜୟକରି ଆସିଛ । ମୋର ପଣ ଅନୁଯାୟୀ ଆଉ ବାଜିଏ ମାତ୍ର କୁହୁକବିଦ୍ୟା ବାକି ଅଛି । ଏଥରକ ତୁମେ ଯେବେ ସେ କୁହୁକ ବିଦ୍ୟାକୁ ଜିତିଯିବ, ତୁମକୁ ନିଶ୍ଚେ ମୋର ଭାନୁମତୀକୁ ବାହା ଦେବି ।” ଏହା କହି ରାଜା ଉଆସର ମୁଦୁସୁଲୀ ଆଉ ସହଚରୀମାନଙ୍କୁ କହିଲେ – “ଏବେ ବେଶ କରି ଜେମାକୁ ସଭାକୁ ଆଣ ।” ଆଜ୍ଞା ପାଇ ମୁଦୁସୁଲୀମାନେ ଅନ୍ଦର ମହଲକୁ ଧାଇଁଗଲେ । ଏଣେ ବିକ୍ରମାଦିତ୍ୟ ଭାନୁମତୀକୁ ଟିକିଏ ଦେଖିବେ ବୋଲି ଏକାନିସ୍ତିରେ ଅନାଇ ବସିଥାଆନ୍ତି । ଏହି ସମୟରେ ଭିତରେ ଶଙ୍ଖ, କାହାଳୀ ବାଜିଉଠୁଲା । ଅବିକଳ ଏକ ରୂପ, ରଙ୍ଗ, ଢଙ୍ଗ, ବେଶଭୂଷାରେ ସଜ ହୋଇ ହଜାରଟି ଭାନୁମତୀ ଭିତର ଆଡୁ ହସି ହସି ସଭାକୁ ଆସିଲେ ସମସ୍ତଙ୍କ ହାତରେ ଏକ ସମାନ ଫୁଲର ଗଜରାମାଳ । ରାଜା ଅବାକ୍ ହୋଇ ସେମାନଙ୍କର ରୂପକୁ ଚାହିଁଛନ୍ତି । ଭୋଜରାଜା କହିଲେ – “ରାଜା, ତୁମକୁ ପରୀକ୍ଷା କରିବା ପାଳି ପଡିଲା । ସାମନାରେ ଯେଉଁ ହଜାରେ ଝିଅ ଦେଖୁଛ, ସେମାନଙ୍କ ଭିତରେ ଅସଲ ଭାନୁମତୀକୁ ଯେବେ ଚିହ୍ନିପାରିବ । ଆଉ ତା’ ହାତଧରି ଆଣିପାରିବ, ତାହା ହେଲେ ସେହି ଝିଅ ତା’ ହାତରେ ଧରିଥିବା ବରଣମାଳା ତୁମ ଗଳାରେ ଲମ୍ବାଇ ଦେବ । ଏଥିରେ ଆଉ କିଛି ବି ସନ୍ଦେହ ନାହିଁ । ରାଜା ବିକ୍ରମାଦିତ୍ୟ ଏଇ ଭେଳିକିରେ ଏକାବେଳକେ ବାଉଳା ହୋଇ ଥକା ହୋଇ ପଥରଟିପରି ବସିଥାଆନ୍ତି । ଏତିକିବେଳେ କାନ ପାଖରେ ବେତାଳ କହିଲା – “ରାଜା, ହତାଶ ହେଉଛ କିଆଁ? ଆଦୌ କିଛି ବି ଚିନ୍ତାକର ନାହିଁ । ଆମେ ଯାଉଛୁ, ଅସଲ ଭାନୁମତୀ ପାଖରେ ଭଅଁର ହୋଇ ଉଡି ବୁଲୁଥିବୁ । ତୁମେ ତାହାରି ହାତ ଧରି ପକାଇ ଆଣିବ ।” ଏକଥା ଶୁଣି ବିକ୍ରମାଦିତ୍ୟ ହାତରେ ଚାନ୍ଦ ଧରିଲା ପରି ମନେ ମନେ ଭଲ୍ଲସି ଉଠିଲେ । ଭୋଜରାଜ ବିକ୍ରମାଦିତ୍ୟଙ୍କ ହାବଭାବ, ଚୁପ୍ଚାପ୍ ବସିଥିବା ଦେଖି ଭାବିଲେ ବୋଧେ ଏହିଥର କୁହୁକ ବିଦ୍ୟାରେ ବିକ୍ରମାଦିତ୍ୟ ହାରିଗଲେ । କିନ୍ତୁ ଯେତେବେଳେ ବିକ୍ରମାଦିତ୍ୟ ଆସନରୁ ଉଠି ଭିତର ଆଡକୁ ମୁହାଁଇଲେ, ସେ ଲଜ୍ଜା ପାଇବେ ବୋଲି ଭୋଜରାଜା ଆଗରୁ ମୁହଁରେ ଲୁଗାଦେଇ କଉତୁକ ହସକୁ ଚାପି ରଖିଲେ ।
ବାଜି ଜିତି ବାହା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ସୁନ୍ଦରୀ ଓ ଅଦ୍ଭୁତ କଣ୍ଢେଇ
- ମୋର ପ୍ରେରଣାଦାୟିନୀ ମୋ’ ମାଆ
- ବର୍ଷା ରାତିର ଚୋର
- ଶିକାରୀ ଏବଂ ପକ୍ଷୀ
- କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ
- ପରିବର୍ତ୍ତନ
- ଶିବୁର ଚାଲାକି
- ବୁଦ୍ଧିହୀନ କୁଆ
- ଜଳ ପରୀର କାହାଣୀ
- ଶିବଲୀଳା
- ଗୋପାଳର କୃଷ୍ଣ ପ୍ରାପ୍ତି
- ଇଲ୍ଲିସସେଠ୍ ଜାତକ
- ଯେସାକୁ ତେସା
- ରୂପଧରଙ୍କ ଯାତ୍ରା
- ଅତି ଲୋଭରେ ବଂଶ ବୁଡେ
- ମନ ଭୂତ
- ସ୍ତ୍ରୀ କାହାର
- ଚପଲ୍ ହଳକୁ ପଚିଶ ପଇସା
- ରତ୍ନ ମଞ୍ଜରୀ କଥା
- ଚିକିତ୍ସା
- ଈଶ୍ୱର ପ୍ରାଥନାର ଚମତ୍କରିତା
- ଚୋର ଅତିଥି
- ମାଙ୍କଡ ଏବଂ ଘରଚଟିଆ କଥା
- ଗୁଣମଣି
- ଶାଶ୍ୱତ ସନ୍ଦେଶ
- ଉତ୍ତମ କାବ୍ୟ
- କୁନିଭୂତ
- ତମ୍ବାପାତ୍ରର ଭୂତ
- ମର୍ତ୍ତ୍ୟ ବୈକୁଣ୍ଠ
- ବାନର ଓ ଚଟକ ଦମ୍ପତି କଥା
- କୀର୍ତ୍ତିସିଂହ
- ବେଦବତୀ
- ବତକ ଓ ତା’ର ସୁନା ଅଣ୍ଡା
- ଶ୍ରୀ ରାମକୃଷ୍ଣ ପରମହଂସ
- ପ୍ରଜା ଚାହିଁ ରାଜା
- ବନଲତା କୁମାରୀ ଚରିତ
- ସୁନ୍ଦରୀପରୀ ଗୁଣ୍ଡୁଚି ମୂଷି
- ଅମୂଲ୍ୟ ଉପଦେଶ
- ସୌନ୍ଦର୍ଯ୍ୟ
- ପୁରସ୍କାର
- ପରିବର୍ତ୍ତନ
- ବନ୍ଧୁତ୍ୱ
- ଗୁରୁଭକ୍ତି
- ଚମ୍ପେଇ ନେଉଳ କାମୁଡେ ନାହିଁ
- ବିବେକ ଓ ବଚନ
- ଦିବସ ବା ରାତ୍ରି?
- ଅନନୁଶୋଚିୟ ଜାତକ
- ସଚ୍ଚା ପ୍ରେମୀ
- ଗୋବିନ୍ଦଙ୍କ ଇଚ୍ଛା
- ଡାକିନୀ ଝିଅ
- ବିଫଳତା ହେଉଛି ସଫଳତାର ଗୋଟିଏ ଗୋଟିଏ ପାହାଚ
- ରାକ୍ଷସ ଓ ସାହସୀ ପିଲା
- ସଚ୍ଚୋଟ ପଣିଆର ପୁରସ୍କାର
- ମାତୃହନ୍ତା ପର୍ଶୁରାମ
- ଆମ୍ର ଜାତକ
- ଚନ୍ଦ୍ର ଓ ଚକୋର
- ନାରୀ ମାୟା ଦେବେ ଅଗୋଚର
- ଚିକିତ୍ସା ରହସ୍ୟ
- ଯାଦୁ ମହଲ
- ଶିଳ୍ପୀର ଇଚ୍ଛା
- ଶକରକନ୍ଦ
- ଭଗବାନ କାହାର
- କୃଷ୍ଣାବତାର
- କୃଷକର ପତ୍ନୀ
- ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି
- ଅତିଲୋଭ
- ବିଟପି ରାଜକୁମାରୀ କାହାଣୀ
- ମାମୁଁ ଘର ଓଳି ପୁଅ ହୋଇଛି
- ଆଜି ଆମର ଏକ ସୌଭାଗ୍ୟର ଦିନ
- ଦସ୍ୟୁ ରାଜକୁମାର
- ସୁଖଦୁଃଖର ସାଥୀ
- ଦିଗ୍ଭ୍ରାନ୍ତ ପଥିକ
- ସବୁଠୁ ଭଲ ଚୁପ୍
- ରାକ୍ଷସର ଧର୍ମ
- ଚତୁର ଶତ୍ରୁ
- ମୁଖା ଦ୍ୱାରା ମୁଖକୁ ଆବୃତ କରିବା
- କୃପଣ ବଣିକ
- ଭିନ୍ନ ବିଦ୍ୟା
- ଗଧ ଓ ଘୋଡା
- ସବୁଠୁ କୋମଳ ଶେଯ
- ସୁଦକ୍ଷ ବ୍ୟବସାୟୀ
- କୃଷ୍ଣ ଚନ୍ଦ୍ର ମହାରାଜା ଭାଣ୍ଡ ମହିଳା
- ସ୍ୱାର୍ଥପର ମଣିଷ
- ମହାଭାରତ
- ବୁଦ୍ଧିର ବଳ
- ଅଣାଏ ପଇସା
- ଦୁଇ ଭୂତୁଣୀ
- ହାସ୍ୟରସ
- ମୃଗନୟନୀ କଥା
- ଏକାଗ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ଅସାଧାରଣ ସଫଳତା ଆଣିଦିଏ
- ଋଷି ଓ ମୂଷା କନିଆଁ କଥା
- ଅଧା ଆଲୋକ ଅଧାଛାଇ
- ଅସଦିସ ଜାତକ
- ଓଡ଼ିଆଙ୍କ ବୌଦ୍ଧ ସଭ୍ୟତା
- ତାଳ ଗଛ ଓ ଘାସର କାହାଣୀ
- ସେବା କରିବାର ଫଳ
- ମାଧ ମହାନ୍ତିଙ୍କ କନ୍ୟାସୁନା
- ଦୁଇବନ୍ଧୁ
- ଅନ୍ୟର ହୃଦୟ ଜୟକର
- ଭାଇଭାଗ
- ସ୍ନେହ କରୁଣାର ପ୍ରଭାବ
- ମୁକ୍ତି
- ବ୍ରିଟେନ୍ ରାଜାଙ୍କୁ ଅଦ୍ଭୁତ ଦଣ୍ଡ
- କାହାର ପତ୍ନୀ
- ନଖ ଚିକିତ୍ସା
- ଯଥା ରାଜା ତଥା ପ୍ରଜା
- ବଗୁଲିଆ ବନେଇ ଅଜା
- ସତ କେବେ ଲୁଚି ରହେନା
- ଟଙ୍କା ଥଳି
- ବିଚିତ୍ର ପୁଷ୍ପ
- ବୃକ୍ଷର ଜୀବନ
- ଆମ ସଂସ୍କୃତି
- ମହା ପଣ୍ଡିତ
- ବାକ୍ୟବିନ୍ୟାସ
- ଯେସାକୁ ତେସା
- ବିଦୂଷକଙ୍କ ମନ୍ତ୍ରଶକ୍ତି
- ବିପଦକୁ ମୁକାବିଲା
- ଦେବୀଭକ୍ତ
- ଅପୂର୍ବଙ୍କ ପରାକ୍ରମ
- ଚନ୍ଦରା ଚନ୍ଦିରୀ ଫାର୍ସ
- ବଳରାମ ଓ ଜଗନ୍ନାଥ
- ଯୋଗିନୀ
- ଦେବାନଙ୍କ ଶିକ୍ଷା
- ଅସନ୍ତୋଷର ରହସ୍ୟ
- ସୁନା ପାଇଁ କାହିଁକି ଲୋଭ
- ଦୋଷାରୋପ
- ଭୃଗୁ
- ସବୁ ମଣିଷଙ୍କୁ ସମାନ ମଣି ସେବା କର
- ଫୁଲ ଝଡିପଡେ କାହିଁକି?
- ସୁନାର ଘୋଡା
- ପର୍ସିଅସ୍ ଓ ଆଣ୍ଡ୍ରେମିଡା
- ପୁରୁଣା ଅଭ୍ୟାସ
- ନିର୍ଭରତା ଶିଖ
- ରେଶମୀ ବସ୍ତ୍ର
- କାମ କନ୍ଦଳା କଥା
- ବିଷ୍ଣୁ ପୁରାଣ
- କୁଜାର ଭେଳିକି କାରସାଦି
- ସୁଲତାନାଙ୍କ ଚାତୁରୀ
- ପିଲାଟିଦିନରୁ ବିପ୍ଳବୀ ନେତା
- ପତିପତ୍ନୀ
- କୃଷ୍ଣାବତାର
- ଯଦୁମଣି ରହସ୍ୟ
- ବିପଦର ବାନ୍ଧବୀ ଅପ୍ସରା
- ସାବାସ୍ ମହାରାଜ!
- ତ୍ରିଲୋଚନା କଥା
- ବାପ, ପୁଅ ଓ ଗଧ
- ମହାଭାରତ
- ନମ୍ରତା ଶ୍ରେଷ୍ଠ ଭୂଷଣ
- ଭୀମର ଭାଗ୍ୟ
- ବନ୍ଧୁତା
- ସ୍ୱାଧୀନ ଜୀବନ ସବୁଠୁ ଭଲ
- ଅଦୃଶ୍ୟ ପରିଚାରିକା
- କ’ଣ ଲୋଡା
- ଲୀଳାବତୀ ସୂତ୍ର ରଚନା କଥା
- ଶ୍ରମଚୋର
- ପ୍ରତ୍ୟକ୍ଷ ଶିକ୍ଷା
- ଲୋଭର ଫଳ
- ଓଟ ବେକ ବଙ୍କା
- ଅତି ଲୋଭରୁ ମୃତ୍ୟୁ
- ଯିଏ ଅନ୍ୟର ଦୁଃଖ ଦୂର କରେ ସିଏ ହିଁ ଈଶ୍ୱର
- ବୁଦ୍ଧି ଓ ବିବେକ
- ମଳୟବତୀ କଥା
- ଭାଗ୍ୟ ଓ ପଥର
- ରୋଗ ଠାରୁ ଔଷଧ ଦୁଃଖ ଦାୟକ
- ପୃଥିବୀର ସବୁଠୁ ଗରିବ ରାଷ୍ଟ୍ରପତି
- ରାଜକୁମାର ଓ ବିଶ୍ବସ୍ତ ବନ୍ଧୁ
- କବିର ପରୀକ୍ଷା
- ସାଷ୍ଟାଙ୍ଗ ପ୍ରଣିପାତ
- ବ୍ୟାକୁଳ ଭରତ
- ସମ୍ରାଟ ଅଶୋକ
- ସାହସ ପାଇଁ ଶାନ୍ତି ପୁରସ୍କାର
- ଧର୍ମାନ୍ଧ ବ୍ରାହ୍ମଣ
- ମାଟି ଓ ଆଖୁ
- ବତ୍ରିଶ ସିଂହାସନ
- ବୁଝାମଣା
- ହିଂସାର ଫଳ ଖରାପ
- ଭାଲୁର ବୋକାମି
- ରାଜା ଏବଂ ଝାଡୁଦାର କଥା
- ରାକ୍ଷସୀର ମୁକ୍ତି
- ଶିବ ପୁରାଣ
- ଅକ୍ଷୟପାତ୍ର
- ବାଘ ଏବଂ ସୁବର୍ଣ୍ଣ କଙ୍କଣ
- ବିଷ୍ଣୁ ପୁରାଣ
- ମହାଭାଗ୍ୟ
- ସାହସୀ ସତ୍ୟପାଳ
- ମାଡ
- ସ୍ୱ ଗୋତ୍ରର ଅନ୍ନ
- ତିନି ତାନ୍ତ୍ରିକ
- ଚୋର ବୁଦ୍ଧି ଶିଖିଲା
- ମତ୍ସ୍ୟ ସୁନ୍ଦରୀ
- ବିଶ୍ୱାସ ଘାତକ
- ଠକ ଜ୍ୟୋତିଷ
- ରୂପାର ମାଢି
- ତିଳୋତମା ବିବାହ
- ଚାଲାଖ୍ ବେପାରୀ
- ବୀର ହନୁମାନ
- ଅତିଲୋଭର ପରିଣାମ
- କାହାକୁ ହୀନ ମଣିବା କାହିଁକି
- କୁହୁକ ଢୋଲ
- ତିନି ମୁଦ୍ରିକା



