ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବାମ ହାତର ଦୁଖଃ

       ପୁନଶ୍ଚ ଡାହାଣ ହାତ ବାମ ହାତ ଉଦ୍ଧେଶ୍ୟରେ କହିଲା, “ଭାଇ ଟିକିଏ ଚିନ୍ତାକଲୁ, ଯେତେବେଳେ ଆମ ମାଲିକ ପ୍ରାତଃ ଭ୍ରମଣରେ ଯାଆନ୍ତି, ତୁ କ’ଣ ଭୁଲିଗଲୁ ସେତେବେଳେ ସେ କିଭଳି ଦୁଇହାତକୁ ପଛରେ ଛନ୍ଦି ଚାଲନ୍ତି, ଆଉ ଆମେ କିପରି ପରସ୍ପରକୁ ଆଲିଙ୍ଗନ କରି ଭିଡାଭିଡି ହୋଇ ଜାବୁଡି ରହିଥାଉ । ତୁ କ’ଣ ଭୁଲିଗଲୁ ଯେ, ଆମର ମାଲିକ କାନ୍ଥରେ କଂଟା ପିଟୁଥିଲା ବେଳେ ତୁ କଂଟାକୁ ଜୋର କରି ଧରିଥାଉ, ଆଉ ମୁଁ ହାତୁଡି ସାହାଯ୍ୟରେ କଂଟା ଉପରେ ପ୍ରହାର କରୁଥିଲି? ହଠାତ୍ ଯେତେବେଳେ ମାଲିକଙ୍କର କଂଟା ଉପରେ ଲକ୍ଷ୍ୟ ଖସିଗଲା, ମୁଁ ଧରିଥିବା ହାତୁଡି ତୋତେ ପିଟିଦେଲା । ଓହୋଃ ଓହୋଃ କହି ତୁ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ମୋ ହାତରୁ ହାତୁଡିଟି ଖସି ପଡିଥିଲା ତୋତେ ସମବେଦନା ଜଣାଇବା ପାଇଁ । ତା ପରେ ମୁଁ ତୋତେ କୋଳେଇ ନେଲି ଓ କେଡେ ସରାଗରେ ଆଉଁସିବାକୁ ଲାଗିଲି ତୁ କ’ଣ ଜାଣିନାହୁଁ? ସେଦିନ ତୁ କ’ଣ ଅନୁଭବ କରିପାରିଲୁ ନାହିଁ, କିଭଳି ମୋ ସ୍ପର୍ଶରେ ତୋର ଯନ୍ତ୍ରଣା କିଛି ସମୟ ପରେ ଥମିଗଲା? କିଛି ସମୟ ପରେ ତୁ ପୁଣି କଂଟାକୁ ଅତିସାବଧାନରେ ଧରିଲୁ ଆଉ ମୁଁ ବି ହାତୁଡି ଧରି କାମ ଆରମ୍ଭ କରିଦେଲି । ଏସବୁ ଜାଣି ବି ତୁ ଆଜି ଅବୁଝା ହେଉଛୁ କାହିଁକି?”

       ଏହାଶୁଣି ବାମ ହାତ ନିଜ ଭୁଲ୍ ବୁଝିପାରିଲା ଓ ଲଜ୍ଜିତ ହେଲା । ଏଣିକି ଦୁଇ ହାତ ମିଳିମିଶି କାମ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ