ବାର୍ହା ଗୋଟିଏ ଗଛ ଗଣ୍ଡିରେ ତା ଲମ୍ବା ଦାନ୍ତକୁ ଘଷି ପଜଉଥାଏ । କୋକୀ ଆଖିରେ ଅଚାନକ ଏ ଦୃଶ୍ୟ ପଡିଲା । କୋକୀ ଭାବିଲା, ବର୍ତ୍ତମାନ ତ କିଛି ବି ବିପଦ ନାହିଁ ବା ଲଡେଇ ବି ଲାଗିନି । ହେଲେ ଏ ବାର୍ହା ତା’ଦାନ୍ତ କାହିଁକି ପଜୋଉଛି ଏଇକଥା କୋକୀ ସେ ବାର୍ହାକୁ ପଚାରି ଦେଲା ।
ତାପରେ ସେ ବାର୍ହା ଉତ୍ତର ଦେଲା – ଆରେ ବୁଝୁନୁ ! ଯୁଦ୍ଧବେଳେ ପଜେଇବାକୁ କ’ଣ ବେଳ ଥାଏ? ବର୍ତ୍ତମାନ ହିଁ ବେଳ ଅଛି, ତେଣୁ ମୁଁ ମୋ ଦାନ୍ତକୁ ଘଷିମାଜି ରଖୁଛି ।
ବୁଦ୍ଧିମାନ ସମୟର ସଦ୍ବ୍ୟବହାର କରେ ।