ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଚାରପତିଙ୍କ ଅଦ୍ଭୁତ ବିଚାର

ଏହି କଥା ସେ ବୁଢୀ ଶୁଣିଲା ବେଳଠୁ ଟିକିଏ ଆଶ୍ୱସ୍ତ ହେଲା । ତାକୁ ଆଉ ଭୋକ ଶୋଷ ଲାଗିବ କ’ଣ? ସେ ଏକମୁହାଁ ହୋଇ ସିଧା ଧାଇଁଲା ସହର ଅଭିମୁଖେ । ତା’ପରେ ସେଇ ଭଦ୍ରବ୍ୟକ୍ତିଙ୍କ ପାଖରେ ପହଁଚି ତା’ର ସମସ୍ତ ଦୁଃଖ ସେ କାନ୍ଦି କାନ୍ଦି ଜଣାଇଲା । ବିଚାରପତି ମଧ୍ୟ ବୁଢୀର ଦୁଃଖରେ ଖୁବ୍ ମ୍ରିୟମାଣ ହୋଇପଡିଲେ । ବୁଢୀକୁ ଆଗ ଖାଇବାକୁ ଦେଲେ । ତା’ ହାତରେ କିଛି ଟଙ୍କା ପଇସା ଧରାଇଦେଇ ତାକୁ କହିଲେ, “ମା’ ଏବେ ତୁମେ ଘରକୁ ଯାଅ । ମୁଁ ପରେ ଯାଇ ତୁମ କଥା ନିଶ୍ଚୟ ବୁଝିଆସିବି । ଭଗବାନ୍ଙ୍କ ଉପରେ ବିଶ୍ୱାସ ରଖ, ସେ ନିଶ୍ଚୟ ଚୋରକୁ ଧରାଇ ଦେବେ ।”

ଏହା ଶୁଣି ସେ ବୁଢୀ କହିଲା, “ବାପ! ଭଗବାନ୍ ଯଦି ଥାଆନ୍ତେ, ତେବେ ମୁଁ କ’ଣ ଏତେ କଷ୍ଟ କେବେବି ପାଉଥାନ୍ତି? ଏତିକି କହି ବୁଢୀ ତା’ ଘରକୁ ଫେରିଗଲା ।”

ଯଥା ସମୟରେ ବିଚାରପତି ଯାଇ ବୁଢୀର ଗାଁରେ ପହଁଚିଗଲେ । ଗାଁରେ ସେ ବିଚାରପତିଙ୍କୁ ଦେଖି ଲୋକମାନେ ଭୟରେ ଆଗ ଛାନିଆ ହୋଇଗଲେ । କାରଣ ବିଚାରରେ କିଏ ଦୋଷୀ ହେବ, ଆଉ ତାକୁ କି’ ଦଣ୍ଡ ମିଳିବ? ଏହି ଆଶଙ୍କାରେ ତ ସମସ୍ତେ ଥାଆନ୍ତି । ଅବଶ୍ୟ ଚୋରି କରିବା ଲୋକଟିର ଏ ଭୟ ସବୁଠୁ ଅଧିକ ଥାଏ । କିଏ ଚୋର ଆଜି ଧରାପଡିବ –ଏ କଥା ପରସ୍ପର ଭିତରେ ଟୁପୁରଟାପର ହେଲେ ।

ଏଥର ସବୁ ଗାଁ ଲୋକ ଡକା ହୋଇ ଆସିଲେ । ଗାଁ ମୁଣ୍ଡପଡିଆରେ ସଭା ହେଲା । ବିଚାରପତି କହିଲେ, “ଭାଇମାନେ! ଏ ବୁଢୀମାଉସୀର ପଣସ କିଏ ନେଇଛ ଭଲରେ ଭଲରେ ମାନିଯାଅ, ତେବେ ସେ ଛାଡ ପାଇଯିବ । ହେଲେ ଚୋର କ’ଣ ଏତେ ସହଜରେ କେବେ ମାନେ? ସମସ୍ତେ ନିରବରେ ସେମିତି ବସି ରହିଲେ ।”

ପୁନଶ୍ଚ ବିଚାରପତି କହିଲେ, “କେହି ମାନିବେ ନାହିଁ ତ, ତାହେଲେ ଠିକ୍ ଅଛି । କିନ୍ତୁ ଚୋର କିଏ ମୁଁ ତାହା ଜାଣି ସାରିଲିଣି । ତା’ ମୁଣ୍ଡରେ ଏବେବି ପଣସର ଧଳା ଧଳା ଅଠା ଲାଗିଛି, ଯାହାକି ମୋତେ ଏଠାରୁ ଦେଖାଯାଉଛି ।”

ବାସ୍, ଏତିକିରେ କଥା ଶେଷ । ସେହି ଗାଁ ଲୋକଙ୍କ ମେଳରେ ବସିଥିବା ଚୋରଟି ଏହା ଶୁଣି ଭାବିଲା ମୁଁ ଚୋର ବୋଲି ବିଚାରପତି ଜାଣିଲେ କିପରି? ବୋଧହୁଏ ପଣସ ଅଠା ମୋ ମୁଣ୍ଡରେ ଲାଗିଛି । ଏହା ଭାବି ସେ ଚୋରଟି ତା’ର ମୁଣ୍ଡରେ ହାତ ବୁଲାଇଲା ।

ଏବେ ଆଉ ସେ ଚୋର ପୁଣି ଯାଏ କୁଆଡେ? ବିଚାରପତି ତ ସମସ୍ତଙ୍କ ମୁଣ୍ଡକୁ ନିରୀକ୍ଷଣ କରୁଥିଲେ, ସବୁ ଲୋକଙ୍କ ଭିତରେ ଜଣେ ମୁଣ୍ଡରେ ହାତ ବୁଲାଇବା ଦେଖି ତାକୁ ସେ ଚୋର ରୂପେ ସାବ୍ୟସ୍ତ କରିଦେଲେ । ସେ ଚୋରଟି ବି ଶେଷରେ ସବୁ ସତକଥା ମାନିଗଲା । ତା’ପରେ ସେ ଥାନାକୁ ଗଲା । ଏସବୁ ଦେଖି ଗାଁ ଲୋକ ମଧ୍ୟ ଖୁବ୍ ଖୁସି ହୋଇଗଲେ ।

ବିଚାରପତି ଏବେ ସେ ବୁଢୀକୁ କହିଲେ, “ମାଉସୀ! ଏବେ କହିଲ ଭଗବାନ୍ ଅଛନ୍ତି ନା ନାହିଁ?”

ସେ ବୁଢୀ ଏଥର ଖୁସି ମନରେ ହଁ ଟିଏ ମାରି ବିଚାରପତିଙ୍କୁ କୃତଜ୍ଞତା ଜଣାଇଲା ।

ସେଦିନର ସେଇ ବିଚାରପତି ଥିଲେ ବିଶିଷ୍ଟ ବଙ୍ଗାଳୀ ସାହିତ୍ୟକାର ତଥା ସ୍ୱାଧୀନଚେତା “ବଙ୍କିମଚନ୍ଦ୍ର” । ସେଇଥିପାଇଁ ତ କୁହାଯାଇଛି –

“ଭଲ କରୁଛି କେ’ ମନ୍ଦ ବା କରୁଛି ଭଗବାନ୍ ସବୁ ଦେଖନ୍ତି ଯେଣୁ

ସେଥିଲାଗି ଭଲ କାମ କର ସଦା ତେଜି ମନ୍ଦ ଯେତେ ଆପଣା ମନୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ