ସକାଳ ହେବା ସଂଗେ ସଂଗେ ଛେଳି ଘାସ ଚରିବାକୁ ଜଙ୍ଗଲକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଗଲା । ଯିବା ସମୟରେ ସେ ନିଜ ଛୁଆଙ୍କୁ କହିଲା – ଛୁଆ ମାନେ କବାଟ କିଳି କରି ଦିଅ । ଯେମିତି କେହି କବାଟ ଖୋଲି କରି ବାହାରକୁ ନ ଆସେ । ଯଦି କବାଟ ପାଖରେ କେହି ଆସି ତୁମକୁ ଡାକେ ଏବଂ କହେ ଗଧିଆଙ୍କ ବଂଶ ନାଶ ହେଉ, ତେବେ ତୁମେ ଯାଇ ତା’ ସହିତ ମିଳା ମିଶା କରିବ ଏବଂ ତାକୁ ତୁମର ବନ୍ଧୁ ବୋଲି ଭାବିବ । ଯଦି କେହି ଏହି କଥା ନ କହେ ତେବେ ତାକୁ ତୁମେ ନିଜର ଶତ୍ରୁ ଭାବିବ ଆଉ ତା’ ସହିତ ମିଳା ମିଶା କରିବ ନାହିଁ କି କବାଟ ମଧ୍ୟ ଖୋଲିବ ନାହିଁ ।
ଏହି କଥା କହି ସେ କବାଟ କିଳି ଦେଇ ଚାଲି ଗଲା । ଛେଳି ଚାଲି ଯିବା ପରେ ଗୋଟିଏ ଗଧିଆ ଆସି ସେଠାରେ ପହଁଚିଲା । ସେ ଚୁପ୍ ଚାପ୍ ସେଠାରେ ଛିଡା ହୋଇ ମା’ ଛେଳିର କଥା ସବୁ ଶୁଣୁ ଥିଲା ଆଉ ସେ ସୁଯୋଗ ଖୋଜୁ ଥିଲା କେମିତି ଛେଳି ଛୁଆ ମାନଙ୍କୁ ଖାଇବ ବୋଲି ।
ଗଧିଆ ଦ୍ୱାର ପାଖରେ ପହଁଚି କହିଲା – କ’ଣ କରୁଛ ଛୁଆ ମାନେ? କବାଟ କିଳି ତ ଖୋଲ । ଏହି ଗଧିଆ ମାନେ କେତେ ଉତ୍ପାତ ଆରମ୍ଭ କରି ରଖିଛନ୍ତି । ତାଙ୍କ ବଂଶ ଧ୍ୱଂସ ହେଉ ।