ଗଧିଆଙ୍କ ଆୱାଜ୍ ଶୁଣି ଛେଳି ଛୁଆ ମାନଙ୍କ କାନ ଛିଡା ହୋଇଗଲା । ସେମାନେ ଭାବିଲେ ଇଏ କେମିତିକା ବନ୍ଧୁ? ନା’ ଛେଳି ଭଳି କହୁଛନ୍ତି, ନା ୟାଙ୍କର ଆକୃତି ଛେଳି ଭଳିଆ । ପୁଣି ସେ କବାଟ ଫାଙ୍କରେ ଉଙ୍କି ମାରୁଛି । ଛେଳି ଛୁଆ ମାନେ କବାଟକୁ କିଳି ଧରି ଜୋର୍ରେ ହଲାଇବାକୁ ଲାଗିଲେ । ଗଧିଆ ତ କବାଟ ପାଖରେ ଛିଡା ହୋଇ ଥିଲା । ଛେଳି ଛୁଆ ମାନେ ଗଧିଆକୁ ଦେଖି ତାଙ୍କର ହୋଶ୍ ଉଡି ଗଲା । ସେମାନେ ନିଜକୁ ନିଜେ କହିବାକୁ ଲାଗିଲେ – ବାପ୍ରେ ବାପ୍! ଏ ତ ଗଧିଆ । ଯଦି ଆମେ ତାହାର କଥାବାର୍ତ୍ତାକୁ ତଥା ସ୍ୱରକୁ ଠିକ୍ ରୂପେ ବିଚାର କରି ନ ଥାନ୍ତୁ, ତେବେ ଗଧିଆ ଆମକୁ ଏ ଧରାଧାମରୁ ବିତାଡିତ କରି ଦେଇ ଥାନ୍ତା । ସେ ଆମକୁ ଫାଡି ଖଣ୍ଡ ଖଣ୍ଡ କରି ମାରି ପକାଇ ଥାନ୍ତା । ଛେଳି ଛୁଆମାନଙ୍କ ମଧ୍ୟରୁ ଜଣେ ପାଟି କରି କହିଲା – ପ୍ରଥମେ କୁହ ତୁମେ କିଏ?
ଗଧିଆ ଉତ୍ତର ଦେଲା – ତୁମେ ମାନେ ମୋତେ ଜାଣିବ କାହୁଁ? ମୁଁ ପରା ଗୋଟିଏ ବୋଦା । ମୁଁ ତୁମର ମିତ୍ର ଅଟେ । ବାସ୍ ଖୋଲି ଦିଅ କବାଟର କିଳି । ବାହାରେ ଗଧିଆ ମାନେ ଆତଙ୍କ ସୃଷ୍ଟି କରିଛନ୍ତି, ସେମାନଙ୍କର ବଂଶ ଲୋପ ହେଉ ।
ଛେଳି ଛୁଆ ମାନେ ଉତ୍ତର ଦେଲେ – ଆଚ୍ଛା ଯଦି ତୁମେ ବୋଦା ଅଟ ତେବେ ତୁମର ଦାଢୀ କାହିଁ? ତୁମର ଗଧିଆ ଭଳି ସ୍ୱର କାହିଁକି?
ତା’ପରେ ଗଧିଆ ଜଣକ ବହୁତ ଲଜ୍ଜା ବୋଧ କଲା । ସେ ଅନ୍ୟ ଉପାୟ ନ ଦେଖି ସେଠାରୁ ଛରେ ହର୍ସ ଉ – ଛୁ ହୋଇ ଗଲା । ଛେଳି ଛୁଆ ମାନେ ସେମାନଙ୍କ ମଧ୍ୟରେ ଆଲୋଚନା ହେଲେ ଯେ – ଗଧିଆ ତାଙ୍କୁ ଉଲ୍ଲୁ କରି ଦେଇ ଥାନ୍ତା । ଆମେ ଯଦି ବୁଦ୍ଧି ବିଚାରି କାମ କରି ନଥାନ୍ତୁ ତେବେ ଆଜି ଆମେ ମୃତ୍ୟୁ ମୁଖରେ ନିଶ୍ଚୟ ପଡି ଥାନ୍ତୁ । ତେଣୁ ବୁଦ୍ଧି ବିଚାରି କାମ କଲେ ତାହା ନିଶ୍ଚୟ ହିତକର ହେବ ।