ଏକଥା ଶୁଣି ରାଜା କହିଲେ, “ତାହେଲେ ଠିକ୍ ଅଛି । ଖରାଦିନେ ରହିବାପାଇଁ ମୁଁ ଯେଉଁ ଭବନଟିଏ ନିର୍ମାଣ କରିଛି, ତା’ର କାନ୍ଥରେ ଚିତ୍ର ଚିତ୍ର କରାଯାଇ ନାହିଁ । ତୁମେ ଯଦି ଚିତ୍ର ଆଙ୍କି ପାରୁଛ ତା’ହେଲେ ତୁମେ ସେହି ଭବନର କାନ୍ଥରେ ଚିତ୍ର ଆଙ୍କି ଦିଅ ।
ରାଜାଙ୍କ ଆଦେଶ ପାଇବାପରେ ତେନାଲୀରାମା ତାଙ୍କ କାର୍ଯ୍ୟରେ ଲାଗିପଡିଲେ । ଠିକ୍ ଏକ ମାସ ପରେ ରାଜା ତାଙ୍କ ପାତ୍ର, ମନ୍ତ୍ରୀମାନଙ୍କୁ ନେଇ ସେ ଭବନ ବୁଲିବାକୁ ଚାଲିଲେ । ସେଠାରେ ପହଁଚି ରାଜା ଯାହାବି ଦେଖିଲେ ସେଥିରେ ସେ ନିଜ ଆଖିକୁ ମୋଟେ ବିଶ୍ୱାସ କରି ପାରିଲେ ନାହିଁ । ସବୁ କାନ୍ଥରେ ଶରୀରର ପ୍ରତ୍ୟେକ ଅଂଶର ଭିନ୍ନ ଭିନ୍ନ ଚିତ୍ର ଅଙ୍କା ଯାଇଛି । କେଉଁଠାରେ ଆଖି, କେଉଁଠାରେ ନାକ, କାନ, ଦାନ୍ତ, ମୁହଁ ଇତ୍ୟାଦିର ପୃଥକ ଚିତ୍ର କରାଯାଇଛି ।
ରାଜା ତେନାଲୀରାମାଙ୍କର ଏପରି କାର୍ଯ୍ୟ କଳାପ ଦେଖି କ୍ରୋଧ ଜର୍ଜରିତ ହୋଇ କହିଲେ, “ତେନାଲୀରାମା! ତୁମେ ଏସବୁ କି ପ୍ରକାର ଚିତ୍ର କରିଛ? ତେନାଲୀରାମା କହିଲେ ଏହି ପୃଥକ ଶରୀରର ଅଂଶକୁ ଦେଖି ଜଣେ ପୂର୍ଣ୍ଣ ଶରୀରର କଳ୍ପନା କରିବ ।” ସେତେବେଳେ ରାଜା ତ’ ପ୍ରଚଣ୍ଡ ରାଗିଯାଇଥିଲେ । ତେଣୁ ସଂଗେ ସଂଗେ ସେ ଦୁଇଜଣ ସିପାହୀଙ୍କୁ କହିଲେ, “ମୁଁ ଏହି ବ୍ୟକ୍ତିର କାର୍ଯ୍ୟକଳାପରେ ଖୁବ୍ ବ୍ୟସ୍ତ ହୋଇପଡିଲିଣି । ମୋର ପ୍ରାସାଦକୁ ବିକୃତ ଚିତ୍ରକରି ସେ ନଷ୍ଟ କରିଦେଇଛି । ତେଣୁ ଏହାକୁ ନେଇ ଏହାର ମୁଣ୍ଡକାଟ କରିଦିଅ ।
ତାପରେ ସିପାହୀମାନେ ତେନାଲୀରାମାଙ୍କୁ ବାନ୍ଧି ନେବା ସମୟରେ ବହୁତ ଖୁସି ଥାଆନ୍ତି । ତେନାଲୀରାମା ସେ ସିପାହୀ ଦୁଇଜଣଙ୍କୁ କହିଲେ, “ଭାଈମାନେ! ମୋତେ ତ’ ମରିବାକୁ ପଡିବ । ତେବେ ମୋର ଗୋଟିଏ ଅନ୍ତିମ ଇଚ୍ଛା ତୁମେମାନେ ପୂରଣ କରିଦିଅ । ମୁଁ ଚାହୁଁଛି ଗୋଟିଏ ପୋଖରୀରେ ଅଂଟା ପର୍ଯ୍ୟନ୍ତ ପାଣିରେ ପଶି ପ୍ରାର୍ଥନା କରିବି । ଯାହା ଦ୍ୱାରାକି ମୋର ସ୍ୱର୍ଗପ୍ରାପ୍ତି ହେବ ।”
ତେନାଲୀରାମାଙ୍କ ଏଭଳି କଥା ଶୁଣି ସେ ସିପାହୀ ଦୁଇଜଣ ଭାବିଲେ ମୃତ୍ୟୁ ପୂର୍ବରୁ ତ ମନୁଷ୍ୟର ସମସ୍ତ ଆଶା ପୂରଣ କରାଯାଏ । ଯଦି ଏ ଲୋକଟି ଏତିକି କାର୍ଯ୍ୟ କରିବାକୁ ଚାହୁଁଛି, ଆମେ ତା’ର ଆଶା ପୂରଣ କରିବା ଉଚିତ୍ ହେବ । ଏହା ଚିନ୍ତା କରି ସିପାହୀମାନେ ତେନାଲୀରାମାଙ୍କୁ ସମ୍ମତି ପ୍ରଦାନ କଲେ । ତାପରେ ସେମାନେ ତେନାଲୀରାମାଙ୍କ ଉଭୟ ପାଶ୍ୱର୍ରେ ଖଣ୍ଡା ବାହାର କରି ପାଣିଭିତରେ ଜଗି ରହିଲେ ।
କିଛି ସମୟପରେ ହଠାତ୍ ତେନାଲୀରାମା ‘ଖଣ୍ଡା ଚଲାଅ ବୋଲି କହି ପାଣି ଭିତରେ ବୁଡିଗଲେ । ସେତେବେଳେ ସେ ସିପାହୀମାନେ ଅନ୍ୟମନସ୍କ ଥିବାରୁ ପରସ୍ପର ଖଣ୍ଡା ମରାମରି ହୋଇ ମୃତ୍ୟୁ ବରଣ କଲେ ।
ଏହାପରେ ତେନାଲୀରାମା ରାଜାଙ୍କ ପାଖକୁ ଗଲେ । ସେତେବେଳକୁ ତ ରାଜାଙ୍କ ରାଗ ପୁରାପୁରି ଥଣ୍ଡା ହୋଇଗଲାଣି । ତେଣୁ ତେନାଲୀରାମାଙ୍କୁ ଆଖି ଆଗରେ ଦେଖି ରାଜା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ତାପରେ ସେ ତେନାଲୀରାମା ରାଜାଙ୍କୁ କହିଲେ, “ମହାରାଜ! ପ୍ରକୃତରେ ଆପଣଙ୍କ ସିପାହୀମାନଙ୍କ ମୁଣ୍ଡରେ ମୋଟେ ବୁଦ୍ଧି ନାହିଁ । ସେମାନେ ମୋତେ ମାରିବେ କ’ଣ ଓଲଟି ପରସ୍ପର ନିଜେ ନିଜେ ଖଣ୍ଡା ମରାମରି ହୋଇ ମୃତ୍ୟୁବରଣ କଲେ । ଏହା କହି ତେନାଲୀରାମା ସମସ୍ତ ଘଟଣା ରାଜାଙ୍କୁ କହିଲେ ।
ତେନାଲୀରାମାଙ୍କ କଥା ଶୁଣି ସାରି ରାଜା କହିଲେ “ତେନାଲୀରାମା! ପୁଣି କେବେ ତୁମେ ଏପରି କୌତୁକ ଆଦୌ କରିବ ନାହିଁ ।” ରାଜା ସିନା ତେନାଲୀରାମାଙ୍କୁ ଏପରି ନକରିବାପାଇଁ ଆଦେଶ ଦେଲେ । ପ୍ରକୃତରେ କ’ଣ ତେନାଲୀରାମାଙ୍କ କୌତୁକ ବନ୍ଦ ହେଲା?